ପରିବେଶ ପ୍ରଦୂଷଣକୁ ନେଇ ଅଞ୍ଚଳବାସୀଙ୍କ ଉଦ୍‌ବେଗ

କେନ୍ଦ୍ରାପଡ଼ା ଅଫିସ/ ମହାକାଳପଡ଼ା,୩୧ା୮(ଡି.ଏନ.ଏ.): ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‌କୋ) ପକ୍ଷରୁ ଜଗତ୍‌ସିଂହପୁର ଜିଲା ପାରାଦୀପଠାରେ ପ୍ରସ୍ତାବିତ ପ୍ରେଟ୍ରୋଲିୟମ, ରସାୟନ ଓ ପେଟ୍ରୋକେମିକାଲସ୍‌ ଅଞ୍ଚଳର ନିବେଶସ୍ଥଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଶ୍ରୀବାୟାବାବା କଲେଜରେ ଜମି ବ୍ୟାଙ୍କ ପାଇଁ ଜନଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ଇଡ୍‌କୋ କର୍ତ୍ତୃପକ୍ଷ ପ୍ରସ୍ତାବିତ ମହାକାଳପଡ଼ା ଓ ମାର୍ଶାଘାଇ ଅଞ୍ଚଳର ୬୪ଟି ଗ୍ରାମ ବିକଷିତ ହେବ କହିଥିଲେ। ଏଥିରେ ପାରାଦୀପ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର କୁମାର ବେହେରା ଉପସ୍ଥିତ ରହି ଲୋକଙ୍କ ମତ ଶୁଣିଥିଲେ। ଇଡ୍‌କୋର ସିଜେଏମ୍‌ ଅଶୋକ ମିଶ୍ର ଜମି ଅଧିଗ୍ରହଣ ସମ୍ପର୍କରେ କହିଥିଲେ ଯେ, ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜଗତ୍‌ସିଂହପୁର ଜିଲାର ପାରାଦୀପ, ଏରସମା, କୁଜଙ୍ଗ ସହ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇର ୧୨ ଓ ମହାକାଳପଡ଼ା ବ୍ଲକର ୫୨ ଗ୍ରାମରେ ଜମି ଅଧିଗ୍ରହଣ ହେବ। ଉକ୍ତ ଜମି ଅଧିଗ୍ରହଣ ପରେ ଜମି ବ୍ୟାଙ୍କରେ ରଖାଯିବ। ଏସବୁ ଜମିରେ ପ୍ରେଟ୍ରୋକେମିକାଲସ ପ୍ରକଳ୍ପ କରାଯିବ। ଏଥିସହ ଏହି ଜିଲାର ଦୁଇ ବ୍ଲକ ଅଞ୍ଚଳରେ ରାସ୍ତା, ଟ୍ରେନ ଲାଇନ, ବିଦ୍ୟୁତ, ସଂଯୋଗ ପାଣି ବ୍ୟବସ୍ଥା ଆଦି ଭିତ୍ତିଭୂମିକୁ ସଜଡା ଯିବ। ଆଗାମୀଦିନରେ ଏହି ନିବେଶସ୍ଥଳରେ ଯେଉଁମାନେ ଶିଳ୍ପ କରିବାକୁ ଆସିବେ ସେମାନଙ୍କ ପାଇଁ ଜମିର ଅଭାବ ରହିବ ନାହିଁ। ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୪ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ। ଏସବୁ ଅଞ୍ଚଳ ପାଇଁ ହୋଇଥିବା ରିପୋର୍ଟରେ ପରିବେଶ ପାଇଁ କୌଣସି କ୍ଷତି ନାହିଁ। ସରକାରୀ ଓ କେତେକ ଚାଷ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଘରବାଡି ପୂର୍ବବତ ରହିବ ବୋଲି ଇଡ୍‌କୋ ସିଜେଏମ୍‌ ମିଶ୍ର କହିଥିଲେ। ଏଥିରେ ଯୋଗଦେଇଥିବା ସ୍ଥାନୀୟ ଅଞ୍ଚଳବାସୀ ପରିବେଶ ପ୍ରଦୂଷଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।
ଜନଶୁଣାଣିରେ ଯୋଗ ଦେଇଥିବା ସାମାଜିକ କର୍ମୀ ଆଳୟ ସାମନ୍ତରାୟ, ଓସାର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ରମାକାନ୍ତ ନାୟକ, କୃଷକ ନେତା ଚିନ୍ମୟ ଦାସ, ପୂର୍ବତନ ସରପଞ୍ଚ ନାରାୟଣ ଚନ୍ଦ୍ର ହାଲଦାର, ନାରାୟଣ ଚନ୍ଦ୍ର ହାଲଦାର, ଶଶିକାନ୍ତ ମହାନ୍ତି, ବିରଞ୍ଚତ୍ ନାରାୟଣ ଦାସ, ଅଶୋକ କୁମାର ସ୍ବାଇଁ, ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ମତ ଉପସ୍ଥାପନ ସହ ଲିଖିତ ସ୍ମାରକପତ୍ର ପ୍ରଦାନ କରିଥିଲେ। କେତେକ ଏହି ପ୍ରକଳ୍ପକୁ ସ୍ବାଗତ କରିଥିବା ବେଳେ ପରିବେଶବିତ୍‌, ବୁଦ୍ଧିଜୀବୀ, ସାମାଜିକ କର୍ମୀମାନେ ଏହାକୁ ବିରୋଧ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ, ପ୍ରକଳ୍ପ ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ, ଜୀବିକା ପ୍ରଭାବିତ ସହ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷିତ ହେବ। ଏଥିସହ ମହାକାଳପଡ଼ା ବ୍ଲକର ନଦୀ ନାଳ ଓ ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ଦେଖାଯାଇଥିବା ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ବନ୍ୟପ୍ରାଣୀ, ବନ୍ୟ ଜୀବ ଓ ସରୀସୃପ, ଦେଶୀ ଓ ବିଦେଶାଗତ ପକ୍ଷୀ, ଅଲିଭ ରିଡଲେ କଇଁଛ, ଡଲଫିନ ଓ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ଓ ଭିତରକନିକାର ଜୈବ ବିବିଧତା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନଷ୍ଟ ହେବ। ଏହାବ୍ୟତୀତ ଶିଳ୍ପାଞ୍ଚଳର ବିକାଶକୁ ତ୍ୱରାନ୍ବିତ କରିବା ପରେ ଜମି ଅଧିଗ୍ରହଣ କରାଯାଉ। ସେହିପରି ବର୍ଜ୍ୟବସ୍ତୁ ପରିଚାଳନା, ଜିଲାରେ ମଧୁର ଜଳକୁ ଶିଳ୍ପରେ ବ୍ୟବହାର କରିବା ନେଇ ଆପତ୍ତି ଉଠାଇ ଥିଲେ। ଏଥିରେ ମହାକାଳପଡ଼ା ବିଡିଓ ଦେବାଶିଷ ରାଉତ, ତହସିଲଦାର ସୌଭାଗ୍ୟରଞ୍ଜନ ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପରିବେଶ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଥିବା ବିଶେଷଜ୍ଞମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri