ପରିବେଶ ପ୍ରଦୂଷଣକୁ ନେଇ ଅଞ୍ଚଳବାସୀଙ୍କ ଉଦ୍‌ବେଗ

କେନ୍ଦ୍ରାପଡ଼ା ଅଫିସ/ ମହାକାଳପଡ଼ା,୩୧ା୮(ଡି.ଏନ.ଏ.): ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‌କୋ) ପକ୍ଷରୁ ଜଗତ୍‌ସିଂହପୁର ଜିଲା ପାରାଦୀପଠାରେ ପ୍ରସ୍ତାବିତ ପ୍ରେଟ୍ରୋଲିୟମ, ରସାୟନ ଓ ପେଟ୍ରୋକେମିକାଲସ୍‌ ଅଞ୍ଚଳର ନିବେଶସ୍ଥଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଶ୍ରୀବାୟାବାବା କଲେଜରେ ଜମି ବ୍ୟାଙ୍କ ପାଇଁ ଜନଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ଇଡ୍‌କୋ କର୍ତ୍ତୃପକ୍ଷ ପ୍ରସ୍ତାବିତ ମହାକାଳପଡ଼ା ଓ ମାର୍ଶାଘାଇ ଅଞ୍ଚଳର ୬୪ଟି ଗ୍ରାମ ବିକଷିତ ହେବ କହିଥିଲେ। ଏଥିରେ ପାରାଦୀପ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର କୁମାର ବେହେରା ଉପସ୍ଥିତ ରହି ଲୋକଙ୍କ ମତ ଶୁଣିଥିଲେ। ଇଡ୍‌କୋର ସିଜେଏମ୍‌ ଅଶୋକ ମିଶ୍ର ଜମି ଅଧିଗ୍ରହଣ ସମ୍ପର୍କରେ କହିଥିଲେ ଯେ, ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜଗତ୍‌ସିଂହପୁର ଜିଲାର ପାରାଦୀପ, ଏରସମା, କୁଜଙ୍ଗ ସହ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇର ୧୨ ଓ ମହାକାଳପଡ଼ା ବ୍ଲକର ୫୨ ଗ୍ରାମରେ ଜମି ଅଧିଗ୍ରହଣ ହେବ। ଉକ୍ତ ଜମି ଅଧିଗ୍ରହଣ ପରେ ଜମି ବ୍ୟାଙ୍କରେ ରଖାଯିବ। ଏସବୁ ଜମିରେ ପ୍ରେଟ୍ରୋକେମିକାଲସ ପ୍ରକଳ୍ପ କରାଯିବ। ଏଥିସହ ଏହି ଜିଲାର ଦୁଇ ବ୍ଲକ ଅଞ୍ଚଳରେ ରାସ୍ତା, ଟ୍ରେନ ଲାଇନ, ବିଦ୍ୟୁତ, ସଂଯୋଗ ପାଣି ବ୍ୟବସ୍ଥା ଆଦି ଭିତ୍ତିଭୂମିକୁ ସଜଡା ଯିବ। ଆଗାମୀଦିନରେ ଏହି ନିବେଶସ୍ଥଳରେ ଯେଉଁମାନେ ଶିଳ୍ପ କରିବାକୁ ଆସିବେ ସେମାନଙ୍କ ପାଇଁ ଜମିର ଅଭାବ ରହିବ ନାହିଁ। ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୪ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ। ଏସବୁ ଅଞ୍ଚଳ ପାଇଁ ହୋଇଥିବା ରିପୋର୍ଟରେ ପରିବେଶ ପାଇଁ କୌଣସି କ୍ଷତି ନାହିଁ। ସରକାରୀ ଓ କେତେକ ଚାଷ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଘରବାଡି ପୂର୍ବବତ ରହିବ ବୋଲି ଇଡ୍‌କୋ ସିଜେଏମ୍‌ ମିଶ୍ର କହିଥିଲେ। ଏଥିରେ ଯୋଗଦେଇଥିବା ସ୍ଥାନୀୟ ଅଞ୍ଚଳବାସୀ ପରିବେଶ ପ୍ରଦୂଷଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।
ଜନଶୁଣାଣିରେ ଯୋଗ ଦେଇଥିବା ସାମାଜିକ କର୍ମୀ ଆଳୟ ସାମନ୍ତରାୟ, ଓସାର ଜିଲା ଆବାହକ ପ୍ରତାପ କୁମାର ମହାନ୍ତି, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ରମାକାନ୍ତ ନାୟକ, କୃଷକ ନେତା ଚିନ୍ମୟ ଦାସ, ପୂର୍ବତନ ସରପଞ୍ଚ ନାରାୟଣ ଚନ୍ଦ୍ର ହାଲଦାର, ନାରାୟଣ ଚନ୍ଦ୍ର ହାଲଦାର, ଶଶିକାନ୍ତ ମହାନ୍ତି, ବିରଞ୍ଚତ୍ ନାରାୟଣ ଦାସ, ଅଶୋକ କୁମାର ସ୍ବାଇଁ, ସୁବାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ମତ ଉପସ୍ଥାପନ ସହ ଲିଖିତ ସ୍ମାରକପତ୍ର ପ୍ରଦାନ କରିଥିଲେ। କେତେକ ଏହି ପ୍ରକଳ୍ପକୁ ସ୍ବାଗତ କରିଥିବା ବେଳେ ପରିବେଶବିତ୍‌, ବୁଦ୍ଧିଜୀବୀ, ସାମାଜିକ କର୍ମୀମାନେ ଏହାକୁ ବିରୋଧ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ, ପ୍ରକଳ୍ପ ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ଜୀବନ, ଜୀବିକା ପ୍ରଭାବିତ ସହ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷିତ ହେବ। ଏଥିସହ ମହାକାଳପଡ଼ା ବ୍ଲକର ନଦୀ ନାଳ ଓ ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ଦେଖାଯାଇଥିବା ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ବନ୍ୟପ୍ରାଣୀ, ବନ୍ୟ ଜୀବ ଓ ସରୀସୃପ, ଦେଶୀ ଓ ବିଦେଶାଗତ ପକ୍ଷୀ, ଅଲିଭ ରିଡଲେ କଇଁଛ, ଡଲଫିନ ଓ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ଓ ଭିତରକନିକାର ଜୈବ ବିବିଧତା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନଷ୍ଟ ହେବ। ଏହାବ୍ୟତୀତ ଶିଳ୍ପାଞ୍ଚଳର ବିକାଶକୁ ତ୍ୱରାନ୍ବିତ କରିବା ପରେ ଜମି ଅଧିଗ୍ରହଣ କରାଯାଉ। ସେହିପରି ବର୍ଜ୍ୟବସ୍ତୁ ପରିଚାଳନା, ଜିଲାରେ ମଧୁର ଜଳକୁ ଶିଳ୍ପରେ ବ୍ୟବହାର କରିବା ନେଇ ଆପତ୍ତି ଉଠାଇ ଥିଲେ। ଏଥିରେ ମହାକାଳପଡ଼ା ବିଡିଓ ଦେବାଶିଷ ରାଉତ, ତହସିଲଦାର ସୌଭାଗ୍ୟରଞ୍ଜନ ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପରିବେଶ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିଥିବା ବିଶେଷଜ୍ଞମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

ସ୍କୁଲ ଛାତ୍ରଙ୍କ ମଧ୍ୟରେ ହିଂସା: ଅଣଛାତ୍ରଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ମାଡ଼, ଲହୁଲୁହାଣ

ବ୍ରହ୍ମପୁର, ୩।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ଭଲ ପାଠ ପଢ଼ି ଭବିଷ୍ୟତ ଗଢ଼ିବାକୁ ସ୍ୱପ୍ନ ଦେଖିବା ବଦଳରେ ଏବେ ସ୍କୁଲରେ ହିଂସା ଭଳି ଘଟଣା ଦେଖିବାକୁ ମିଳୁଛି।…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?