ରାଜ୍ୟର ପ୍ରଥମ ମ୍ୟୁନିସିପାଲିଟିକୁ ଅବହେଳା

କେନ୍ଦ୍ରାପଡ଼ା ଅଫିସ, ୩୧ା୮: ୧୮ ମେ ୧୮୮୫ ମସିହାରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଆଗତ କରିଥିଲେ। ତେବେ ଏହା ପୂର୍ବରୁ ଇଂରେଜ ସରକାର ୧୮୫୯ରେ କେନ୍ଦ୍ରାପଡ଼ା ଓ ଯାଜପୁରକୁ ଦୁଇଟି ସବ୍‌ଡିଭିଜନରେ ପରିଣତ କରିଥିଲେ। ଏହାର ଠିକ୍‌ ୧୦ବର୍ଷ ପରେ ଅର୍ଥାତ୍‌ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି କେନ୍ଦ୍ରାପଡ଼ାଠାରେ ୧୮୬୯ ମାର୍ଚ୍ଚ ୧୦ରେ ପ୍ରତିଷ୍ଠା ହୋଇଥିଲା। କେନ୍ଦ୍ରାପଡ଼ା କେବଳ ପ୍ରଥମ ମ୍ୟୁନିସିପାଲିଟି ନୁହେଁ। ଏହି ସହର ଦେଇ ଯାଇଥିବା କେନ୍ଦ୍ରାପଡ଼ା କେନାଲ ରାଜ୍ୟର ପ୍ରଥମ କେନାଲ (୧୮୬୯ ମେ ୨୯) ଭାବେ ମାନ୍ୟତା ପାଇଛି। ସେହିପରି ମହିଳାଙ୍କୁ ଶିକ୍ଷା ଦେବା ପାଇଁ ଇଂରେଜମାନେ ଫେଜର ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ପ୍ରଥମଥର ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା କେନ୍ଦ୍ରାପଡ଼ା ସହରର ପୁରୁଣା ବସ୍‌ଷ୍ଟାଣ୍ଡର ଡାଇମଣ୍ଡ ଜୁବୁଲି ପାଠାଗାର ଐତିହାସିକ ସ୍ବାକ୍ଷର ବହନ କରୁଛି। ଆଖପାଖ ୬.୪୭ ବର୍ଗ କିମି ମଧ୍ୟରେ ଥିବା ୧୪ଟି ପଡ଼ା ଗ୍ରାମକୁ ନେଇ ଗଠିତ ଏହି ମ୍ୟୁନିସିପାଲିଟିରେ ୧୮୮୭ରେ ଲୋକାଲ ବୋର୍ଡ ଗଠନ ହୋଇଥିଲା। ଏଠାରେ ପ୍ରଥମ ଥର ୱାର୍ଡ କାଉନ୍‌ସିଲର ନିର୍ବାଚନ ୧୯୧୧ରେ ଅନୁଷ୍ଠିତ ହୋଇଥିଲା। ୧୮୮୫-୮୬ରେ ଏହାର ଲୋକସଂଖ୍ୟା ମାତ୍ର ୧୫, ୭୧୯ ଜଣ। ସମ୍ପ୍ରତି ଏହି ମ୍ୟୁନିସିପାଲିଟି ପରିବର୍ଦ୍ଧିତ ହୋଇ ୨୧ଟି ୱାର୍ଡରେ ପରିଣତ ହୋଇଛି। ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ସହରର କଳେବର ବଢ଼ୁଛି।
କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଯମଧରଠାରୁ ଜଜାଙ୍ଗ, ଅପରପକ୍ଷରେ ଥିବା ୫୩ ନଂ.(କ) ଜାତୀୟ ରାଜପଥର ଛତାଠାରୁ ହଜାରୀ ଛକଯାଏ ସହର ଲମ୍ବି ଗଲାଣି। ଏହାକୁ ହିସାବ ରଖିଲେ କେନ୍ଦ୍ରାପଡ଼ା ସହରରେ ଏବେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଓ କଳେବର ବୃଦ୍ଧି ପାଉଥିଲେ ମଧ୍ୟ ପୌରାଞ୍ଚଳର ପରିସୀମା ବୃଦ୍ଧି ପାଉନି। ନିକଟରେ ଏହି ସହରର ପରିସୀମା ବୃଦ୍ଧି ପାଇଁ ପ୍ରସ୍ତାବ ଆଗତ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ପରିମଳ କ୍ଷେତ୍ରର ବିକାଶ ସହିତ ୧୫୩ ବର୍ଷର ଏହି ପୌରାଞ୍ଚଳ ସବୁବେଳେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହେଉଛି। ସହରର ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ଅଭାବ ସହ ଭିତ୍ତିଭୂମିରେ ବହୁ ପଛୁଆ ଅଛି। କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ସହରବାସୀଙ୍କ ସମେତ ଜିଲାବାସୀ ବହୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେହିପରି ୨୦୧୮ରେ ନିର୍ମାଣ ଶେଷ ହେବାକୁ ଥିବା ଶାମଗୁଡିଆସ୍ଥିତ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ସତ୍ତ୍ୱେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଆଗାମୀଦିନରେ ଜିଲାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ସହ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ହେବ। ଏହାକୁ ଦୃଷ୍ଟିରେ ରଖିଲେ ସହରର ରାସ୍ତା ସମସ୍ୟା ଅଧିକ ଉତ୍କଟ ହେବ। ତିନିମୁହାଣି ସହରର ମୁଖ୍ୟ ଛକ ହୋଇଥିବା ବେଳେ ଏଠାରେ ସରକାରୀ ଓ ବେସରକାରୀ ଅବରୋଧ ଅଧିକ ହୋଇଛି। ଆସନ୍ତା ୫୦ ବର୍ଷର ସହର ଯୋଜନା ଦୃଷ୍ଟିରୁ ଏଠାରେ ନିର୍ମାଣ ହୋଇଥିବା ସୁଲଭ ଶୌଚାଳୟ, ଆଇ ଲଭ କେନ୍ଦ୍ରାପଡ଼ା, ଭେଣ୍ଡିଂ ଜୋନ ଆଦି ଅପ୍ରାସଙ୍ଗିକ ହୋଇପଡିବ। ସେହିପରି ନିର୍ମାଣାଧୀନ ଗାନ୍ଧୀ ସ୍ମୃତି ପୀଠର ସ୍ଥାନାନ୍ତର ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବୀ ସ୍ବର ଉଠାଇଛନ୍ତି। ବାଇପାସ୍‌ ରୋଡ ନିର୍ମାଣ ବହୁ ବିଳମ୍ବରେ ଆରମ୍ଭ ହେଉଛି। ମହାଭୋଇ ପୋଖରୀ, ଗୋବରୀ ନଦୀ, କେନାଲରେ ନୌବିହାର, ଫୁଟପାଥ ନିର୍ମାଣ ଓ ଆଲୋକୀକରଣ ସହର ପାଇଁ ଆବଶ୍ୟକ। ସହର ମଧ୍ୟରେ ଥିବା ପାର୍କକୁ ଉପଯୋଗୀ କରିବା ସହ ସହରର ସୌନ୍ଦର୍ଯ୍ୟକରଣରେ ଅପ୍ରଶସ୍ଥ ରାସ୍ତା, ବିଦ୍ୟୁତ୍‌ ଖୁଣ୍ଟ ଆଦି ବାଧା ସୃଷ୍ଟି କରୁଛି। ଏହି ସହରରେ ବହୁ ଐତିହାସିକ ସ୍ମାରକୀ ଅଛି। ସୂର୍ଯ୍ୟଘଡି, ପୁରୁଣା ବଳଦେବଜୀଉ ମନ୍ଦିରର ସୁନାକୂଅ, ବାଲାବାବା ମନ୍ଦିର ପରିସରରେ ଥିବା ରାଜାବାବାଙ୍କ ମୂର୍ତ୍ତି ପଛପଟର ସୁଡ଼ଙ୍ଗ ଆଦିକୁ ଅଧିକ ଗୁରୁତ୍ୱ ଦିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ସ୍ବିରେଜ ସିଷ୍ଟମ, ପଲିଥିନ ବ୍ୟାନ, ରସାବଳି ଓ ପୋଟଳି ପିଠାକୁ ଜିଲାର ମିଠା ଭାବେ ସ୍ବୀକୃତି ଦେବା, ଶ୍ରୀବଳଦେବଜୀଉ ଓ ଅନ୍ୟ ଧାର୍ମିକ ପୀଠିସ୍ଥଳକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସହରବାସୀ ସଦାସର୍ବଦା ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri