ନିଆରା ନୂଆଁଖାଇ: ୧୮୦ ପରିବାରର ୮୦୦ ସଦସ୍ୟ ସାମିଲ

ରେଙ୍ଗାଲି,୩ା୯(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ଅବସରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକର ଗୋଲାମାଲ ଗ୍ରାମ। ଏହି ପର୍ବରେ ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସହିତ ନୂଆଁ ଖାଇବାର ପରମ୍ପରା ରହିଛି। ହେଲେ ଗୋଲାମାଲ ଗାଁର ଗୋଟିଏ ଜାଗାରେ ସମସ୍ତେ ନୂଆଁଖାଇ ପାଳନ କରି ଗୋଟିଏ ପରିବାର ବୋଲି ପ୍ରମାଣିତ କରିଛନ୍ତି। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକ ହୋଇଛନ୍ତି। ସବୁ ମତଭେଦକୁ ଭୁଲି ଗୋଟିଏ ଜାଗାରେ ୧୮୦ ପରିବାରର ୮୦୦ ସଦସ୍ୟ ନବାନ୍ନ ଗ୍ରହଣ କରିଛନ୍ତି। ଗୁରୁବାର ମଧ୍ୟାହ୍ନରେ ଗାଁ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ସମସ୍ତେ ଏକାଠି ହୋଇ ନବାନ୍ନ ଗ୍ରହଣ କରିବାର ଦୃଶ୍ୟ ନିଆରା ଥିଲା। ଧାର୍ଯ୍ୟ ସମୟରେ ଘରେ ନିଜର ଇଷ୍ଟଦେବୀଙ୍କୁ ପୂଜା କରିସାରିବା ପରେ ସମଲେଶ୍ବରୀ ମନ୍ଦିରରେ ସମସ୍ତେ ନବାନ୍ନ ପୂଜା କରିବା ପରେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ନବାନ୍ନ ଦେଇଥିଲେ। ନବାନ୍ନ ଖାଇ ଗ୍ରାମବାସୀ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥିଲେ। ଗାଁର ଝିଅବୋହୂ ଏକାଠି ହୋଇ ପିଠାପଣା ତିଆରି କରିବା ସହ ଭାତ, ଡାଲି, ତରକାରି, ଖିରି ରୋଷେଇ କରିଥିଲେ। ଏହି ଅବସରରେ ଗାଁର ବୟୋଜ୍ୟେଷ୍ଠ ଷୋକିଲାଲ ସାହୁ, ରଞ୍ଜିତ ସାହୁ, ସଚିତା ବିଶ୍ୱାଳ, ରୂପିନ୍ଦ୍ର ସାହୁ, ସନ୍ତୋଷ ବିଶ୍ୱାଳ, ଦୀନବନ୍ଧୁ ବାରିକଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

କଟକ ଅଫିସ,୨ା୩(ବ୍ୟୁରୋ): ପୌର ନିର୍ବାଚନ ପାଇ ରାଜନୀତି ପାଣିପାଗ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନେତିକ ଦଳ ନିଜ ନିଜର ପ୍ରସ୍ତୁତି...

କୁଦାହୁଡ଼ାଙ୍ଗ ଜଙ୍ଗଲରେ ମାଈହାତୀ ମୃତ

ନୂଆଗାଁ, ୯ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବନାଞ୍ଚଳ ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ଅନ୍ତର୍ଗତ କୁଦାହୁଡାଙ୍ଗ ଜଙ୍ଗଲରେ ବୁଧବାର ଏକ ମାଈ ହାତୀର ମୃତଦେହ...

ନାଳ ଅବରୋଧ କରି ରାସ୍ତା ନିର୍ମାଣ

କେନ୍ଦୁଝର,୨୦ା୩(ସ୍ବ.ପ୍ର.):କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଧୃର୍ପଦା ନିକଟରେ ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ଜାତୀୟ ରାଜପଥ ୪୯ କଡ଼ରେ ପୂର୍ତ୍ତ ବିଭାଗ ରାସ୍ତା ଏବଂ...

ଜୋର୍‌ ଧରିଲା ଆରୋପ-ପ୍ରତ୍ୟାରୋପ ରାଜନୀତି

ଢେଙ୍କାନାଳ ଅଫିସ,୨୮ା୩: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଆସନ୍ତା ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ତେବେ ଭୋଟଗ୍ରହଣ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ...

୭ ଦଲାଲ୍‌ଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୫।୨ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲି କରୁଥିବା ଅଭିଯୋଗରେ ୭ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।...

ଜିଲା ସମୀକ୍ଷା କଲେ କେନ୍ଦ୍ରୀୟ ସଚିବ:ଅନ୍‌ଲାଇନରେ ଠିକ୍‌ ତଥ୍ୟ ପ୍ରଦାନ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୬।୧୨ କେନ୍ଦ୍ର ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଆଇଏଏସ୍‌ ଅଧିକାରୀ ଯତୀନ୍ଦ୍ରନାଥ ସ୍ବାଇଁ ଗୁରୁବାର ଢେଙ୍କାନାଳ ଗସ୍ତରେ ଆସି ଆଂକାକ୍ଷା ଜିଲା...

ବୁଗୁଡ଼ାରେ ଶଟଡାଉନ୍‌ ପ୍ରଭାବ: ରାସ୍ତାଘାଟ ଶୂନଶାନ

ବୁଗୁଡ଼ା,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଜୁନ୍‌ ମାସ ପ୍ରତ୍ୟେକ...

ଚୌଦ୍ୱାର ଜେଲରେ ଗୋପାଳ ଦାସ

କଟକ ଅଫିସ/ଚୌଦ୍ୱାର/ବ୍ରଜରାଜନଗର,୧୫ା୨(ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ାରୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ମଙ୍ଗଳବାର...

Advertisement
Archives

Model This Week