ପଡ଼ିଆ ପଡ଼ିଛି ଚାଷଜମି

ବନ୍ତ, ୩ା୯(ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ବ୍ଲକର ବହୁ ଚାଷଜମି ଧାନ ତଳି ଅଭାବରୁ ପଡ଼ିଆ ପଡ଼ିଛି। ସରକାରୀ ବିହନ ଗଜା ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ବ୍ଲକର ମୋଟ ୧୮ ହଜାର ୯୧୫ ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ୧୭ ହଜାର ୬୨ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଚଳିତ ଖରିଫ ଧାନ ଚାଷ ପାଇଁ ଚାଷୀମାନେ ସରକାରୀ ବିହନ କିଣି ଧାନ ତଳି ପକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉକ୍ତ ବିହନରୁ ୯୦ ପ୍ରତିଶତ ଗଜା ହୋଇ ନ ଥିଲା। ଫଳରେ ଚାଷୀମାନେ ନିରାଶ ହୋଇଥିଲେ। ସେମାନେ ଅନ୍ୟ ଚାଷୀମାନଙ୍କଠାରୁ ବିହନ କିଣି ଧାନ ଗଜା କରି ତଳି ପକାଇଥିଲେ। ଏହାମଧ୍ୟରେ ଲଘୁଚାଷ ବର୍ଷା ଦାଉ ସାଧିଲା। ଲଗାଣ ବର୍ଷା ଯୋଗୁ ବହୁ ଚାଷୀଙ୍କର ତଳି ନଷ୍ଟ ହୋଇଗଲା। ଯାହା କିଛି ତଳି ହେଲା ତାହା ସମୁଦ୍ରକୁ ଶଙ୍ଖେ ଭଳି। ଚାଷଜମି ତୁଳନାରେ ତଳି କମ୍‌ ହେବାରୁ ସେମାନେ ଏଣେତେଣେ ତଳି ସଂଗ୍ରହ କରିବାକୁ ଉଦ୍ୟମ କଲେ। ଏପରିକି ଗୋଟିଏ ତଳି ପଟାଳିକୁ ୧୫ ଶହରୁ ୨୫ ଶହ ଟଙ୍କା ଦେଇ କିଣି ଧାନ ରୋଇଥିଲେ। ତଳି ସଂଗ୍ରହ ପାଇଁ ଚାଷୀମାନେ ପଡ଼ୋଶୀ ବ୍ଲକକୁ ମଧ୍ୟ ଯାଉଥିବା ଦେଖାଯାଇଛି। ଅପରପକ୍ଷେ ତଳି ପକାଇଥିବା ଓ ଧାନ ରୋଇବା ପାଇଁ ଜମିରେ ତଳି ରଖିଥିବା ଚାଷୀମାନେ ରାତିରେ ନ ଶୋଇ ଜଗି ରହିଥିଲେ। ବହୁ ଚାଷୀଙ୍କର ତଳି ଜମିରୁ ଚୋରି ମଧ୍ୟ ହୋଇଯାଇଛି। ତଳି ଅଭାବ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା କହିଛନ୍ତି, ସିଡ୍ସ କର୍ପୋରେଶନଠାରୁ ଅଣା ଯାଇଥିବା ବିହନ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତାଙ୍କଠାରୁ ଆଉ ବିହନ ଅଣାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri