ଆମ ଜିଲା ଖବର

କାମରେ ଆସୁନି କଳାମଣ୍ଡପ

ଢେଙ୍କାନାଳ ଅଫିସ, ୨୯।୭ କାନ୍ଥରେ ମାଡ଼ିଗଲାଣି ମୋଟା ବହଳର ଶିଉଳି। ଛାତ ଉପରେ ଉଠିଗଲାଣି ଗଛ। ଅନାବନା ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ରୂପ ନେଲାଣି ପ୍ରବେଶ ପଥ। ପବିତ୍ର ଜାଗରଯାତ୍ରାରେ ଯେଉଁ ମଣ୍ଡପ ଦୀପମୟ ହୋଇଉଠୁଥିଲା, ତାହା ଏବେ ପାଲଟିଛି…

ଶାଶୁ, ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଜ୍ବାଇଁଙ୍କ ଏପରି କାରନାମା ବୋଲି ଅଭିଯୋଗ ଆଣିଲେ ଶ୍ୱଶୁର

ଭବାନୀପାଟଣା,୨୯।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ବଲାଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଘରେ ଶୋଇଥିବା ବେଳେ କବାଟ ଫାଙ୍କରୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଏଥିରେ…

ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା ଦେଇଥିବା ୧୩୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୧୨ଜଣ ପ୍ରଥମ ଏବଂ ୨୦ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀନ୍ନ…

ଅକାଳରେ ଗଲାଣି ୧୨ ଜୀବନ

କେନ୍ଦୁଝର, ୨୯।୭ (ସ୍ବ.ପ୍ର.) କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ ବାୟାପାଣ୍ଡାଧାର ଜୁଆଙ୍ଗ ଗ୍ରାମରେ ଦୁଇ ଦିନ ମଧ୍ୟରେ ୨ଜଣଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଚିନ୍ତିତ ହୋଇ ପଡ଼ିଛନ୍ତି। ମୃତକ ହେଲେ ମାଧ ଜୁଆଙ୍ଗ (୩୫) ଓ ବାବୁଲା ଜୁଆଙ୍ଗ (୨୫)।…

ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ) ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି ହୋଇଥିବା ସ୍ବତନ୍ତ୍ର ଖୁଣ୍ଟ ଧାଡ଼ି ଧାଡ଼ି କରି ପୋତାଯାଇଛି। ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ…

ଭିଜିଲାନ୍ସ ଜାଲରେ ତହସିଲ କିରାଣି

ଅମ୍ବାଭୋନା,୨୯ା୭(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ବଳରାମ କଲାରୀ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମ୍ୟୁଟେସନ ଜମିପଟ୍ଟା ପ୍ରସ୍ତୁତ କରିବା ପାଇଁ ସେ ଡୁଙ୍ଗୁରୀର ନିତେଶ ପ୍ରଧାନଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଝାରସୁଗୁଡ଼ା ଜିଲାପାଳଙ୍କ ନାମରେ ନକଲି ହ୍ବାଟ୍ସଆପ୍‌ ଆକାଉଣ୍ଟ

ଝାରସୁଗୁଡା ଅଫିସ,୨୯।୭: ଝାରସୁଗୁଡା ଜିଲାପାଳଙ୍କ ନାମରେ ଏକ ନକଲି ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲାଯାଇଛି। ଏନେଇ ଝାରସୁଗୁଡ଼ା ଜିଲାପାଳ ସରୋଜ କୁମାର ସାମଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଜିଲାପାଳ ଟ୍ବିଟ କରି କହିଛନ୍ତି ଯେ, “ମୋ ନାଁ ଏବଂ ଫଟୋକୁ…

ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଆଖି ବୁଜିଲେ ଆଉ ଜଣେ

ବ୍ରହ୍ମପୁର ଅଫିସ,୨୮।୭: ବ୍ରହ୍ମପୁର ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ଶୁକ୍ରବାର ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଯୋଗୁ ଗାଁରେ ଶୋକାକୁଳ ପରିବେଶ…

ପାଟଣା, ସାହାରପଡ଼ାରେ ଖୋଲିବ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ

ପାଟଣା,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକରେ ନୂତନ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯିବ। ଏନେଇ ବୋର୍ଡ ଅଫ୍‌ ରେଭିନ୍ୟୁ ଇନ୍ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟ୍ରେଶନ କଟକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ରାଜ୍ୟରେ ୧୨୯ଟି ସବ୍‌ରେଜିଷ୍ଟ୍ରାର ଖୋଲାଯିବା ନେଇ ୨୭ ଜୁଲାଇ…

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ: କ୍ୱାକ୍‌ ଭରସାରେ ରୋଗୀ

ପଟ୍ଟାମୁଣ୍ଡାଇ,୨୯ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ରହିଛି। ଏହାର ସୁଯୋଗରେ ଦିନକୁଦିନ ନକଲି ଡାକ୍ତର(କ୍ୱାକ୍‌)ମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲୋକଙ୍କ ସରଳତାର ସୁଯୋଗ ନେଇ କ୍ୱାକ୍‌ମାନେ ନିଜକୁ ଡାକ୍ତର ବୋଲି କହିବା ସହ ଘରୋଇ କ୍ଲିନିକ ଖୋଲି…

ଡ୍ରେନେଜ୍‌କଟ୍‌ ଉନ୍ନତୀକରଣ ନାଁରେ ୨ କୋଟି ହଡ଼ପ

ଡେରାବିଶ,୨୯ା୭(ସ୍ବ.ପ୍ର.): ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜକଟ୍‌ ଉନ୍ନତୀକରଣ କାର୍ଯ୍ୟ କରାନଯାଇ ମିଥ୍ୟା ବିଲ୍‌ କରି ୨ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କେନ୍ଦ୍ରାପଡ଼ା ଜିଲାପାଳ ଓ ଡ୍ରେନେଜ୍‌କଟ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ହୋଇଛି। ଏଭଳି ଘଟଣା ଦେଖିବାକୁ…

‘ମଙ୍କିପକ୍ସ’ ପାଇଁ ଏସ୍‌ସିବିରେ ସ୍ବତନ୍ତ୍ର ବ୍ୟବସ୍ଥା

କଟକ ଅଫିସ,୨୯।୭: ଦେଶରେ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହେବା ପରେ ଆହୁରି ଚିନ୍ତା ବଢାଇଦେଇଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି ସ୍ଥଳେ ଓଡ଼ିଶାରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?