କେନାଲ ପାଣି ଅଭାବରୁ ଫାଟିଲା ଚାଷ ଜମି

କୁଳିଅଣା,୩ା୯(ସ୍ବ.ପ୍ର.): କେନାଲ ପାଣି ନ ମାଡ଼ିବା ଓ ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅଧୀନ ପଳାଶବଣୀ ଗ୍ରାମରେ ଥିବା ଚାଷ ଜମି ଫାଟି ଅଁା କଲାଣି। ଅଗଷ୍ଟ ମାସ ସୁଦ୍ଧା ଚାଷୀମାନେ ଯେନତେନ ପ୍ରକାରରେ ତଳି ରୁଆ କାର୍ଯ୍ୟ ଶେଷ କରିଛନ୍ତି। କିନ୍ତୁ ବର୍ଷା ଅଭାବ ସାଙ୍ଗକୁ କେନାଲ ପାଣି ଚାଷ ଜମିରେ ମାଡ଼ି ପାରୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ହଳଦିଆ ବନ୍ଧ ଦକ୍ଷିଣ ପାର୍ଶ୍ୱ କେନାଲର ବାଇଗଣବାଡ଼ିଆ ହାଟ ଛକଠାରେ ଆଉଟ୍‌ ଲେଟ ଦେଇ ତଳ ମୁଣ୍ଡକୁ ପାଣି ଯାଇ ପାରୁନାହିଁ। କେନାଲ ସଫା ନ ହେବାରୁ ପାଣି ବିଲମୁଣ୍ଡରେ ପହଞ୍ଚି ପାରୁନାହିଁ। ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଫାଟି ଅଁା କଲାଣି। ସେହିପରି ନିମ୍ନମାନର କଂକ୍ରିଟ କାମ ଯୋଗୁ କେନାଲ ବନ୍ଧ ସ୍ଥାନେ ସ୍ଥାନେ ଧସି ଯାଇଛି। ବାଙ୍କାଶୋଳ ଓ ଧମୁଣ୍ଡା ଶାଖା କେନାଲ ରହିଥିବା ବେଳେ ତଳମୁଣ୍ଡକୁ ପାଣି ଯାଇ ପାରୁନାହିଁ। ହାଟ ଛକ ପାଖ ଆଉଟ୍‌ ଲେଟକୁ ସମ୍ପ୍ରସାରଣ କରି ଦୁଇ ଫୁଟ ପାଇପ୍‌ ଲଗାଇବା, ନିିୟମିତ କେନାଲର ଦେଖାଶୁଣା ପାଇଁ ଜଣେ ଖଲାସୀଙ୍କୁ ନିଯୁକ୍ତି ଦେବା, କେନାଲର ତଳମୁଣ୍ଡ ବାଉଁଶକଣ୍ଟିିଆ ସାହି ଜମିକୁ ପାଣି ପହଞ୍ଚାଇବା, ପ୍ରତି ବର୍ଷ ଜୁନ ମାସ ସୁଦ୍ଧା କେନାଲ ମରାମତି ସହିତ ସଫା କରିବା ଲାଗି ଚାଷୀ ଦେବେନ୍ଦ୍ର ବେହେରା, ମିଟିନ୍ଦ୍ର ବେହେରା, ମାନସ ରଞ୍ଜନ ଚୌଧୁରୀ, ଗୋପାଳ ବେହେରା, ପ୍ରଫୁଲ୍ଲ ବେହେରା, ହରି ସୋରେନ ଓ ନିନି ବେହେରା ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ସଡ଼କ ଦୁର୍ଘଟଣା: ଗଛକୁ ପିଟିଲା ବସ୍‌, ଆଉ ତା’ପରେ..

ଆନନ୍ଦପୁର,୪/୭(ସୁଶାନ୍ତ କୁମାର ସାହୁ): ଆନ୍ଦପୁରେ ଭୟାବହ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୨ ଜଣ ଗୁରୁତର…

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri