ଚୋରି ବାଇକ ଉଦ୍ଧାର: ଅଭିଯୁକ୍ତ ଗିରଫ

ସୋର, ୩ା୯(ଡି.ଏନ.ଏ.): ସୋର ପୋଲିସ୍‌ ଜଣେ ବାଇକ୍‌ ଚୋରଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରି ବାଇକକୁ ଜବତ କରିଛି। ସୋର ଷ୍ଟେଶନ ଛକରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଖଇରା ଥାନା ଜଳଦା ଗ୍ରାମର ଗଜେନ୍ଦ୍ର ପୃଷ୍ଟି ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଗତ ୪ତାରିଖରେ ସେ ବାଇକ୍‌(ନଂ.ଓଡ଼ି୦୧ଏଲ ୯୯୧୦)କୁ ତଳେ ରଖି ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ସନ୍ଧ୍ୟା ବେଳେ ଘରକୁ ଫେରବା ବେଳେ ଗାଡ଼ିଟି ନ ଥିବା ଜାଣିବାକୁ ପାଇଥିଲେ। ସେ ସୋର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୩୮୩/୨୨) ରୁଜୁ କରି ତଦନ୍ତ ଜାରି ରଖିଥିଲା। ବୁଧବାର ସୋର ପୋଲିସ ବାଲେଶ୍ୱର ସୋମନାଥପୁର ଅଞ୍ଚଳର ରବୀନ୍ଦ୍ର ସେଠୀଙ୍କ ଘରେ ଚଢାଉ କରି ଚୋରି ବାଇକ୍‌କୁ ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟଚାଲାଣ କରିଛି। ଉଦ୍ଧାର ବାଇକକୁ ପୃଷ୍ଟିଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri