ଅବସର ପରେ ଖୋଲିଲେ ମାଗଣା କ୍ଲିନିକ୍‌

ସମ୍ବଲପୁର,୩ା୯(ବ୍ୟୁରୋ): ସରକାରୀ ଚାକିରି କରୁଥିବା ଅନେକ ବ୍ୟକ୍ତି ଅବସର ପରେ କିଭଳି ସମୟ ଅତିବାହିତ କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି। ହେଲେ ସମ୍ବଲପୁରର ଜଣେ ଡାକ୍ତର ଅବସର ପରେ ଲୋକଙ୍କୁ ମାଗଣା ସେବା ଯୋଗାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ହେଉଛନ୍ତି ସମ୍ବଲପୁର ସହରର ଅବସରପ୍ରାପ୍ତ ଏଡିଏମ୍‌ଓ ଡା. ପଞ୍ଚାନନ ନାଏକ। ଚାକିରି ସମୟରେ ସେ ରୋଗୀସେବା କରି ଯେଭଳି ପ୍ରଶଂସା ସାଉଁଟିଥିଲେ ଅବସର ପରେ ମଧ୍ୟ ଉତ୍ତମ ସେବା ଯୋଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜିଲା ସଦର ମେଡିକାଲ ପାଖ ଚର୍ଚ୍ଚ ଛକରେ ସେ ମାଗଣା କ୍ଲିନିକ ଖୋଲି ଦିନକୁ ୨ଘଣ୍ଟା ସେବା ଯୋଗାଇ ଦେଉଛନ୍ତି। ଅଗଷ୍ଟ ୧୫ରେ ସେ ଏହି କ୍ଲିନିକ ଖୋଲିଥିବାବେଳେ ଏବେ ଧୀରେ ଧୀରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଏ ସମ୍ପର୍କରେ ଡାକ୍ତର ନାଏକ କହିଛନ୍ତି, ଚାକିରି କରୁଥିବା ସମୟରେ ରୋଗୀମାନଙ୍କ ସମସ୍ୟାକୁ ବହୁ ପାଖରୁ ଦେଖି ଅନୁଭବ କରିଥିଲି। ସେ ସମୟରେ ଏକ ମାଗଣା କ୍ଲିନିକ ଖୋଲି ସେବା ଯୋଗାଇଦେବାକୁ ମନସ୍ଥ କରିଥିଲି। ପରେ ଏଡିଏମ୍‌ଓକୁ ପଦୋନ୍ନତି ହୋଇଥିଲା। ଫଳରେ ମେଡିକାଲରେ ରୋଗୀ ସେବା ଓ ଅନ୍ୟାନ୍ୟ କାମ ଯୋଗୁ କ୍ଲିନିକ ଖୋଲିବା ସମ୍ଭବ ହୋଇପାରି ନ ଥିଲା। ବରଗଡ ଜିଲାରେ ଏଡିଏମ୍‌ଓ ଭବେ କାର୍ଯ୍ୟ କରୁଥିବା ସମୟରେ ୨୦୨୦ ଜାନୁୟାରୀରେ ଅବସର ନେଇଥିଲି। ସେ ସମୟରେ କ୍ଲିନିକ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ହେଲେ କୋଭିଡ୍‌ କଟକଣା ଯୋଗୁ ବିଳମ୍ବ ହୋଇଥିଲା। ପରେ ସହର ଭିତରେ ଚର୍ଚ୍ଚ ଛକରେ ଏକ ଭଲ ସ୍ଥାନ ମିଳିବାରୁ ଅଗଷ୍ଟ ୧୫ଠାରୁ କ୍ଲିନିକ ଆରମ୍ଭ ହୋଇଛି। ନିୟମିତ ୧୫ଜଣ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କ୍ଲିନିକ୍‌ ଖୋଲା ରହୁଛି। ଯେଉଁ ରୋଗୀଙ୍କ ଅଧିକ ଚିକିତ୍ସା ଆବଶ୍ୟକ ପଡୁଛି ସେମାନଙ୍କୁ ଅନ୍ୟତ୍ର ଯିବାକୁ ପରାମର୍ଶ ଦେଉଛି। ପ୍ରତି ସପ୍ତାହରେ ସୋମବାରଠାରୁ ଶନିବାର ୬ଦିନ କ୍ଲିନିକ୍‌ ଖୋଲାଯାଉଛି। ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗକୁ ସେବା ଦେବା ସମୟ ମଧ୍ୟ ବୃଦ୍ଧି କରିବାକୁ ଯୋଜନା କରୁଥିବା ସେ କହିଥିଲେ। ସୂଚନାଯୋଗ୍ୟ, ଡାକ୍ତର ନାଏକ ଚାକିରି ସମୟରେ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଥିବା ଡାକ୍ତରଖାନାରେ ଜଣେ ଆଦର୍ଶ ଡାକ୍ତର ଭାବେ କାମ କରିଆସୁଥିଲେ। ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ସେ ଜଣେ ଉତ୍ତମ ସର୍ଜରି ଡାକ୍ତର ଭାବେ ଜଣାଶୁଣା। ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ତାଲିମ କେନ୍ଦ୍ର କରି ବିଭିନ୍ନ ରୋଗ ଓ ଏହାର ନିରାକରଣ ଉପରେ ସଚେତନ କରୁଥିଲେ। ଅନେକ ସଙ୍କଟାପନ୍ନ ରୋଗୀଙ୍କ ଅପରେଶନ କରି ଜୀବନ ବଞ୍ଚାଇଥିଲେ। ତେଣୁ ରୋଗୀ ସମ୍ପର୍କୀୟଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ଏବେ ୬୫ବର୍ଷ ବୟସରେ ମାଗଣା ସେବା ଯୋଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri