ପୁଣି ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ୍‌/ ସାତମାଇଲ(ଡି.ଏନ୍‌.ଏ.), ୪।୯: ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପୁଣି ଏକ ମାଈ ହାତୀର ଜୀବନ ଯାଇଛି। ଏକ ବାର୍‌ହା ମଧ୍ୟ ମରିଛି। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ବାଘଧରିଆ ଗ୍ରାମ ନିକଟ ଶାଳ ଜଙ୍ଗଲରେ ଶନିବାର ଘଟିଥିବା ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗତ ୨ ମାସ ମଧ୍ୟରେ ହିନ୍ଦୋଳ ରେଞ୍ଜ୍‌ରେ ଏହା ହେଉଛି ତୃତୀୟ ଘଟଣା। ବନାଞ୍ଚଳ ଦେଇ ଯାଇଥିବା ୧୧ କେଭି କ୍ଷମତା ବିଶିଷ୍ଟ ବିଦ୍ୟୁତ୍‌ ତାରକୁ ବିଦ୍ୟୁତ୍‌ ବିଭାଗ କେବୁଲିଂ କରୁ ନ ଥିବାରୁ ଶିକାରୀମାନେ ଏହାର ସୁଯୋଗ ନେଉଛନ୍ତି। ଅନେକ ସମୟରେ ଏଥିରେ ହାତୀ ଭଳି ବିଶାଳକାୟ ପ୍ରାଣୀ ଛନ୍ଦି ହୋଇ ମୃତ୍ୟୁମୁଖରେ ପଡୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଗ୍ରାମ ନିକଟ ଜଙ୍ଗଲରେ ହାତୀ ଓ ବାର୍‌ହା ମରି ପଡ଼ିଥିବା ସୂଚନା ମିଳିବା ପରେ ଅନୁଗୋଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ଏମ୍‌. ଯୋଗୟାନନ୍ଦ, ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି ସଦଳବଳ ପହଞ୍ଚତ୍ ତଦନ୍ତ କରିଛନ୍ତି। ମୃତହାତୀର ଆନୁମାନିକ ବୟସ ୧୦ ବର୍ଷ ହୋଇଥିବାବେଳେ ବ୍ୟବଚ୍ଛେଦ ପରେ ଜେସିବି ସହାୟତାରେ ଗାତଖୋଳି ପୋତି ଦିଆଯାଇଛି। ବାଘଧରିଆ ଜଙ୍ଗଲ ଦେଇ ଟଣାଯାଇଥିବା ମୁକୁଳା ୧୧ କେଭି ତାରରେ ହୁକିଂ କରି ଶିକାରୀମାନେ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଶନିବାର ଘଟଣାରେ ମଧ୍ୟ ବୋତଲ, କାଠ ସହାୟତାରେ ଶିକାରୀମାନେ ବିଦ୍ୟୁତ୍‌ ତାର ବିଛାଇଥିଲେ। ତେଣୁ ହାତୀ ଏବଂ ବାର୍‌ହାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ୫ବର୍ଷରେ ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଆଘାତରେ ୨୦ ହାତୀଙ୍କ ଜୀବନ ଗଲାଣି। ଗତ ମାସ ୨୮ ତାରିଖରେ ମହାବିରୋଡ ରେଞ୍ଜ୍‌ ଘାଗରାମୁଣ୍ଡା ଗ୍ରାମ ପାଖ ଖେସରା ଜଙ୍ଗଲରେ ଅନୁରୂପ ଭାବେ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୨ଜଣ ଶିକାରୀ ଗିରଫ ହୋଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ଗୋଗିନେନି କୁହନ୍ତି, ବାଘଧରିଆ ହାତୀମୃତ୍ୟୁ ଘଟଣାରେ ୩ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି। ଶୁକ୍ରବାର ରାତି ୧ଟା ଯାଏ ବନ କର୍ମଚାରୀମାନେ ପାଟ୍ରୋଲିଂ କରିଥିବାବେଳେ ଏଭଳି ଘଟଣା ନଜରକୁ ଆସି ନ ଥିଲା। ହଏତ ପାହାନ୍ତା ସମୟରେ ଏହି ଘଟଣା ଘଟିଛି। ହିନ୍ଦୋଳ ରେଞ୍ଜ୍‌ ଦେଇ ଯାଇଥିବା ୧୧ କେଭି ତାର କେବୁଲିଂ କାମ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଅଦ୍ୟାବଧି କାମ ଆରମ୍ଭ ମଧ୍ୟ ହୋଇ ନ ଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?