କିଡ୍‌ନୀ ବିକ୍ରି ଘଟଣାରେ ସ୍ବାମୀ ଗିରଫ

ମାଲକାନଗିରି,୪।୯(ଡି.ଏନ.ଏ.): ସ୍ତ୍ରୀଙ୍କ ଅଜାଣତରେ ତାଙ୍କ ସ୍ବାମୀ ତାଙ୍କ କିଡ୍‌ନୀ ବିକିଦେବା ଘଟଣାରେ ସମ୍ପୃକ୍ତ ସ୍ବାମୀଙ୍କୁ ମାଲକାନଗିରି ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ତାଙ୍କ ନାମ ପ୍ରଶାନ୍ତ କୁଣ୍ଡୁ। ଏହି ଘଟଣାରେ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ କରି ପ୍ରଶାନ୍ତ ସ୍ତ୍ରୀଙ୍କୁ ଛାଡି ବେଙ୍ଗାଲୁରୁରେ ରହୁଥିବା ଜାଣିବାକୁ ପାଇଥିଲା। ପରେ ମାଲକାନଗିରି ପୋଲିସର ଏକ ଟିମ୍‌ ବେଙ୍ଗାଲୁରୁ ଯାଇ ସେଠାରୁ ତାଙ୍କୁ ଗିରଫ କରି ଆଣିଥିଲା। ୧୨ ବର୍ଷ ତଳେ ଏମ୍‌.ଭି.-୩୮ ଗ୍ରାମର ପ୍ରଶାନ୍ତଙ୍କୁ ରଞ୍ଜିତା ପ୍ରେମ ବିବାହ କରିଥିଲେ। ବିବାହ ପରେ ପ୍ରଶାନ୍ତ ସ୍ତ୍ରୀଙ୍କୁ ଉତ୍ତରାଖଣ୍ଡ ନେଇ ଯାଇଥିଲେ। ସେଠାରେ ସବୁ ସମୟରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ପ୍ରଶାନ୍ତ ଓ ତାଙ୍କ ଭଉଣୀ ରଞ୍ଜିତାଙ୍କୁ ମଧ୍ୟ ଅନେକ ସମୟରେ ମାରପିଟ କରିବା, ଗାଳିଗୁଲଜ କରିବା ସହ ମାନସିକ ଓ ଶାରୀରିକ କଷ୍ଟ ଦେଉଥିଲେ। ୨୦୧୮ରେ ରଞ୍ଜିତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ପ୍ରଶାନ୍ତ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଆଣିଥିଲେ। ସେ ସୁସ୍ଥ ହେବା
ପରେ ଘରକୁ ଫେରିଥିଲେ। ମାତ୍ର ପରେ ରଞ୍ଜିତା ତାଙ୍କ ଅଜାଣତରେ ପ୍ରଶାନ୍ତ ତାଙ୍କର ଏକ କିଡ୍‌ନୀ ବିକି ଦେଇଥିବା ଜାଣିବାକୁ ପାଇଥିଲେ। ଏ ବାବଦକୁ ସେ ପାଇଥିବା ଟଙ୍କା ପ୍ରଶାନ୍ତ ଏବଂ ତାଙ୍କ ନଣନ୍ଦ ଆତ୍ମସାତ କରିଥିବା ରଞ୍ଜିତା ଜାଣିଥିଲେ। ପରେ ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୭୧/୨୨ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ପରେ ବେଙ୍ଗାଲୁରୁରୁ ପ୍ରଶାନ୍ତଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri