ଆସିଲା ମା’କାଳିଜାଈଙ୍କ ଆଜ୍ଞାମାଳ

ବାଲୁଗାଁ,୩ା୯(ଡି.ଏନ୍‌.ଏ.): ଭାଦ୍ରବ ଶୁକ୍ଳପକ୍ଷ ସପ୍ତମୀ ତିଥି ଅବସରରେ ଶନିବାର ବାଣପୁରର ଆରାଧ୍ୟ ଦେବୀ ମା’ଭଗବତୀଙ୍କ ଶାରଦୀୟ ପାର୍ବଣର ଶୁଭାରମ୍ଭ ହୋଇଛି। ଏଥିସହ ଏକ ଡଙ୍ଗାରେ ମା’କାଳିଜାଈଙ୍କ ଆଜ୍ଞାମାଳ ଆସିବା ପରେ ଚିଲିକାରେ ମା’ଭଗବତୀ ଓ କାଳିଜାଈଙ୍କ ପାଣିତୋଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଭଗବତୀଙ୍କ ଶାରଦୀୟ ପାର୍ବଣ ନିମନ୍ତେ ତଥାକଥିତ ଛଅ ଭଉଣୀଙ୍କୁ ବିଭିନ୍ନ ତିଥିରେ ନିମନ୍ତ୍ରଣ କରାଯାଇଥାଏ। ପୂର୍ବରୁ ପଣା ସଂକ୍ରାନ୍ତିରେ ଭଉଣୀ ମା’ ସିଦ୍ଧାମ୍ବରୀ, ଅଶୋକାଷ୍ଟମୀ ତିଥିରେ ମା’ନାରାୟଣୀଙ୍କ ଆଜ୍ଞାମାଳ ଆସିସାରିଥିବା ବେଳେ ଭେଟ ଅମାବାସ୍ୟା ତିଥିରେ ମା’ ବିରଜାଈ, ମା’ପୋଲକାଶୁଣୀ, ମା’ ବୁଢ଼ୀଠାକୁରାଣୀଙ୍କ ଆଜ୍ଞାମାଳ ଆସିଥାଏ।
ପରମ୍ପରା ଅନୁଯାୟୀ ଅପରାହ୍ନରେ ମା’ ଭଗବତୀଙ୍କ କାଠି ଠାକୁରାଣୀ ସେବାୟତଙ୍କ ଗହଣରେ ଘଣ୍ଟ, ବାଦ୍ୟ, କାହାଳି ପାଟପଟୁଆର ସହ ବାଣପୁରରୁ ବାହାରି ବାଲୁଗଁା ଚିଲିକା କୂଳରେ ପହଞ୍ଚତ୍ଥିଲେ। ସେଠାରୁ ଏକ ସୁସଜ୍ଜିତ ବୋଇତରେ ମା’ଙ୍କୁ ବିରାଜମାନ କରାଯାଇ ଚିଲିକା ବକ୍ଷକୁ ନିଆଯାଇଥିଲା। ସେପଟୁ ଅନ୍ୟ ଏକ ଡଙ୍ଗାରେ ମା’କାଳିଜାଈଙ୍କ ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଥିଲା ପାଣି ତୋଳା ଉତ୍ସବ। ଏହି ସମୟରେ ଘଣ୍ଟ, କାହାଳି, ହରିବୋଲ ଧ୍ୱନିରେ ଚିଲିକା ବକ୍ଷ ପ୍ରକମ୍ପିତ ହୋଇ ଉଠିଥିଲା। ପୂଜାନୀତି ସମାପନ ପରେ ଶାରଦୀୟ ପର୍ବ ପାଇଁ କାଳିଜାଈଙ୍କୁ ନିମନ୍ତ୍ରଣ ସ୍ବରୂପ ଆଜ୍ଞାମାଳ ନେଇ ବାଲୁଗଁା ପ୍ରତ୍ୟାବର୍ତ୍ତନ କରିଥିଲେ। ବିଳମ୍ବିତ ରାତିରେ କାଠି ଠାକୁରାଣୀ ପ୍ରଥମେ ବାଲୁଗଁା ସାମନ୍ତରାପୁର ସାହି. ଗୁଣ୍ଡୁରୁପୁର ସାହି, ପାଟଣାସାହି ଏବଂ ଅନ୍ତରକିଆରୀ ଗ୍ରାମରେ ଭୋଗ ସାରି ବାଣପୁରସ୍ଥିତ ନିଜସ୍ବ ମନ୍ଦିରକୁ ଫେରିଥାନ୍ତି। ଏହା ପରେ ରାଧାଷ୍ଟମୀ ତିଥିରେ ଭଗବତୀଙ୍କର ଶୟନ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଶୟନ ଉତ୍ସବର ଆଠଦିନ ପରେ ଅର୍ଥାତ୍‌ ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ତିଥିରେ ମା’ ଦକ୍ଷିଣ ଦିଗକୁ ପାର୍ଶ୍ୱ ପରିବର୍ତ୍ତନ କରନ୍ତି। ପୁନଃ ଏହାର ଆଠଦିନ ପରେ ମୂଳାଷ୍ଟମୀ ତିଥିରେ ଶାରଦୀୟ ପୂଜା ପାଇଁ ମା’ଙ୍କୁ ମନ୍ତ୍ର ମୁତାବକ ଆରାଧନା କରାଯାଇ ଶୟନ ଅବସ୍ଥାରୁ ଉତ୍‌ଥାପନ କରାଯାଇଥାଏ ଏବଂ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ। ଉକ୍ତ ଦିନଠାରୁ ଭଗବତୀଙ୍କର ଷୋଡ଼ଶ ଦିବସୀୟ ଶାରଦୀୟ ପୂଜା ଆରମ୍ଭ ହୋଇଥାଏ। ମୂଳାଷ୍ଟମୀ ଠାରୁ ପ୍ରଥମ ଆଠଦିନ ଅର୍ଥାତ୍‌ ଅମାବାସ୍ୟା ପର୍ଯ୍ୟନ୍ତ ଭଗବତୀ ମନ୍ଦିରରେ ଯେଉଁ ପୂଜା ଅନୁଷ୍ଠିତ ହୁଏ ତାହାକୁ ଭିତର ପୂଜା କୁହାଯାଇଥାଏ। ତହିଁ ଆଠଦିନ ପର୍ଯ୍ୟନ୍ତ ମା’ଙ୍କ ପିତ୍ରାଳୟ ଦକ୍ଷପ୍ରଜାପତି ମନ୍ଦିର ନିକଟସ୍ଥ ସାତବଖରା ଘରେ ବାହ୍ୟ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଶାରଦୀୟ ପାର୍ବଣ ନିମନ୍ତେ ମା’ଙ୍କ ତଥାକଥିତ ଅନ୍ୟ ଭଉଣୀ ମା’ ବିରଜାଈ, ମା’ ନାରାୟଣୀ, ମା’ ପୋଲକାଶୁଣୀ, ମା’ କାଳିଜାଇ, ମା’ ସିଦ୍ଧାମ୍ବରୀ ଓ ମା’ ବୁଢ଼ୀ ଠାକୁରାଣୀ ବାହାର ପର୍ବ ଗୃହରେ ଆସ୍ଥାନ ଗ୍ରହଣ କରିଥାନ୍ତି। ସପ୍ତମୀ ତିଥିରୁ ଦିନେ ପରେ ଦିନେ ପାରମ୍ପରିକ ବଳିଜେନା ନୃତ୍ୟ ଅନୁଷ୍ଠିତ ହୁଏ। ମହାନବମୀ ତିଥିରେ ଭଗବତୀଙ୍କ ମନ୍ଦିର ଗୃହରେ ନବକଳଶ, ପୂଜା, ହୋମ ଓ ବଳିଦାନ ଇତ୍ୟାଦି ସମାପନ ପରେ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri