ସ୍ତ୍ରୀ, ପୁଅଙ୍କୁ ଗୁଳି ଉଦ୍ୟମ

ଛେଣ୍ଡିପଦା,୪।୯(ସ୍ବ.ପ୍ର.): ପ୍ରଥମ ସ୍ତ୍ରୀ ଓ ପୁଅଙ୍କୁ ଆକ୍ରମଣ ଅଭିଯୋଗରେ ଜେଲ୍‌ ଯାଇ କିଛିଦିନ ତଳେ ବେଲ୍‌ରେ ଆସିଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମର ନଗେନ ନାଏକ ପୁଣି ସେମାନଙ୍କୁ ମାରିବାକୁ ଉଦ୍ୟମ କରିଛନ୍ତି। ଶନିବାର ସେ ପ୍ରଥମ ସ୍ତ୍ରୀ ଓ ପୁଅଙ୍କୁ ଗୁଳି କରିବାକୁ ଗୋଡ଼ାଇବା ବେଳେ ଖବରପାଇ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି।
ପୋଲିସ କହିଛି, ବାଗଡିଆ ବିଟ୍‌ ହାଉସ ଅନ୍ତର୍ଗତ ପାତ୍ରପଡା ହରିଜନ ସାହିର ନଗେନ କିଛିଦିନ ତଳେ ପ୍ରଥମ ସ୍ତ୍ରୀ ଅଞ୍ଜନା ନାଏକ ଓ ପୁଅ ମାନସ ନାଏକଙ୍କୁ ମାଡ଼ ମାରିଥିଲେ। ଏପରି କି ପୁଅଙ୍କ ହାତ ଭାଙ୍ଗିଦେଇଥିଲେ। ଏ ନେଇ ଅଭିଯୋଗ ପରେ ନଗେନଙ୍କୁ ଗିରଫ କରାଯାଇଥିଲା। କିଛି ଦିନ ହେବ ସେ ବେଲ୍‌ରେ ଆସି ଦ୍ୱିତୀୟ ସ୍ତ୍ରୀଙ୍କ ନିକଟରେ ରହୁଥିଲେ। ତେବେ ପୂର୍ବ ରାଗ ଶୁଝାଇବାକୁ ସେ ଏକ ବାଇକ୍‌ରେ ଆସି ପ୍ରଥମ ସ୍ତ୍ରୀ ଅଞ୍ଜନା ଓ ପୁଅ ମାନସଙ୍କ ନିକଟରେ ପହଞ୍ଚି ଗାଳିଗୁଲଜ କରିଥିଲେ। ପରେ ବାଇକ୍‌ ସିଟ ତଳେ ଲୁଚାଇ ରଖିଥିବା ବନ୍ଧୁକ ବାହାର କରି ଗୁଳି କରିବାକୁ ଗୋଡ଼ାଇଥିଲେ। ଭୟରେ ଉଭୟ ଦୌଡ଼ି ପଳାଇଯାଇ ଲୁଚି ରହିବା ସହ ସାହି ଲୋକଙ୍କୁ ଡାକ ପକାଇଥିଲେ। ଖବରପାଇ ପୋଲିସ ପହଞ୍ଚି ନଗେନଙ୍କୁ କାବୁ କରିବା ସହିତ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ କରିଥିଲେ। ପୁଅ ମାନସ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନଂ. ୪୨୩/୨୨ରେ ମାମଲା ରୁଜୁ କରି ନଗେନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ କୋକେଇ ସଜଡ଼ା ଯାଉଥିବା ବେଳେ ଗଛଡାଳ ପଡ଼ି ଚାଲିଗଲା ପୁଅଙ୍କ ଜୀବନ

କୋରାପୁଟ,୬ା୧୨(ଅମିତାଭ ବେହେରା): କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ସାଥୀରେ ଧରି ଆସେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ...

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା...

ବାତ୍ୟା ମିଗ୍‌ଜୋମ୍‌: ପ୍ରବଳ ବର୍ଷା ଯୋଗୁ ମାଆ ଗୃହକୁ ସ୍ଥାନାନ୍ତରିତ ହେଲେ ଗର୍ଭବତୀ ମହିଳା

ଗଜପତି,୬।୧୨(ଗିରିଧାରୀ ପରିଛା): ଗଜପତି ଜିଲାରେ ବାତ୍ୟା ମିଗ୍‌ଜୋମ ଯୋଗୁଁ ବର୍ଷା ଜାରି ରହିଥିବା ବେଳେ କ୍ରମଶଃ ବର୍ଷାର ପରିମାଣ କମିବାରେ ଲାଗିଛି। କିନ୍ତୁ ଜିଲାରେ ବାତ୍ୟାର...

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ...

ଭାଙ୍ଗିଲା କୁମ୍ଭକ୍ଷେତ୍ରର ହାଣ୍ଡି ଭେଳା:  ପାଣି ଭିତରେ ପର୍ଯ୍ୟଟକ 

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାବନ୍ଧ ଗ୍ରାମରେ ଥିବା କୁମ୍ଭକ୍ଷେତ୍ରରେ ଅଘଟଣ  ଘଟିଛି। ହଠାତ୍‌ ହାଣ୍ଡି ଭେଳା...

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri