ଆମ ଜିଲା ଖବର

ଚୋର ଭାବି ୨ ଯୁବକଙ୍କୁ ନିସ୍ତୁକ ମାଡ଼: ପାରିଶ୍ରମିକ ଟଙ୍କା ଧରି ଗାଁକୁ ଫେରୁଥିଲେ

ଜୁନାଗଡ଼,୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିଶ୍ରମିକ ଟଙ୍କା ଧରି ଫେରୁଥିବା ବେଳେ ରାସ୍ତାରେ ୨ ଯୁବକଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମରାଯାଇଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି…

ଗୁଣି ସନ୍ଦେହରେ ବାପାଙ୍କୁ ହତ୍ୟା, ଜୀବନ ବଞ୍ଚାଇ ଥାନାକୁ ଦୌଡ଼ିଲେ ପୁଅ

ରାୟଗଡ଼ା ଅଫିସ/ଟିକିରି,୪ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଝାଡ଼ାବାନ୍ତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଗମ୍ଭୀର ରୂପ ନେଇଛି। ବୁଧବାର ରାତିରେ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡା ଅଫିସ, ୪।୮: ଝାରସୁଗୁଡା ଜିଲା ଲଖନପୁର ବ୍ଳକ୍‌ କନିଷ୍ଠ ଯନ୍ତ୍ରୀ ଟିକିନାଥ ଭଏଁସାଲ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଠିକାଦାରଙ୍କ ବିଲ୍‌ ପାସ୍‌ କରାଇଦେବାକୁ କହି ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲେ। ଏହା…

ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ପାପଡ଼ାହାଣ୍ଡି/ମୈଦଲପୁର,୪।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ବଡ଼ବାର୍ଲି ଗ୍ରାମରେ ଗୁରୁବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ତାଙ୍କ ନାମ ମାଲିଙ୍ଗ ଜାନି । ସେ ତାଙ୍କ ବୃଦ୍ଧ ବାପାଙ୍କ ସହ ରହୁଥିଲେ। ଗାଁ ନିକଟ ତେନ୍ତୁଳିଗଛରୁ…

ନକଲି ପାଉଡର ବ୍ୟବସାୟୀଙ୍କୁ ଧରି ପୋଲିସ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୪।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗ୍ରାମ ଗବାଟବାଡ଼ି ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଲୋକଙ୍କୁ ଲୁଗାସଫା ପାଉଡର ବିକ୍ରି କରୁଥିଲେ। ୪କେଜି ପାଉଡରକୁ ମାତ୍ର ୧ଶହ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଉକ୍ତ ପାଉଡର ନକଲି…

ଟ୍ରେନ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା ଅଫିସ,୪।୮: ରାଉରକେଲା ରେଲଓ୍ବେ ଷ୍ଟେଶନ ଡାଉନ୍‌ ଲାଇନରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ହେଲେ ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଏ ନେଇ ରାଉରଜେଲା ଜିଆରପି ଏକ ଅପମୃତ୍ୟୁ ମାମଲା (ନଂ.୪୯।୨୨) ରୁଜୁ କରି ଘଟଣାର ତଦନ୍ତ…

ସ୍କୁଲର ୭ଜଣଙ୍କୁ କରୋନା

ଚନ୍ଦାହାଣ୍ଡି,୪।୮ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପାଟଖଲିଆ ସ୍କୁଲରୁ ୫ ଜଣ ଛାତ୍ର ଏବଂ ୨ ଜଣ ଶିକ୍ଷକଙ୍କ ରିପୋର୍ଟ ପଜିଟିଭ…

ମହିମାଙ୍କ ବଡ ପୁଅଙ୍କୁ ସାଙ୍ଗରେ ନେଲା ସିବିଆଇ

କଟକ ଅଫିସ,୪।୮: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଗୁରୁବାର ସିବିଆଇ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ପରେ ସିବିଆଇ ଅଧିକାରୀମାନେ ମହିମାଙ୍କ ବଡ ପୁଅଙ୍କୁ କଟକ ଓଡ଼ିଆ ବଜାର ସ୍ଥିତ ଘରୁ ସାଙ୍ଗରେ ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୁରୁବାର ମହିମା ମିଶ୍ରଙ୍କ…

ସାପ କାମୁଡ଼ାରେ ସ୍ବାସ୍ଥ୍ୟ କର୍ମଚାରୀ ଗୁରୁତର

ବୁଗୁଡ଼ା,୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧୀନ ଆଦିପୁର ଗ୍ରାମ ବଡ଼ଦାଣ୍ଡ ସାହିରେ ସାପ କାମୁଡ଼ାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ସୁରେନ୍ଦ୍ର ନାଥ ବିଷୋୟୀ (୫୮)। ତାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଗୁରୁବାର…

ବିଡିଓଙ୍କୁ ଘେରିଲେ ମହିଳା

ଲୋଇସିଂହା,୪ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ସହରକୁ ଗତ ୩ଦିନ ହେଲା ପାନୀୟ ଜଳଯୋଗାଣ ବନ୍ଦ ରହିଛି। ଲକ୍ଷାଧିକ ବିଦ୍ୟୁତ୍‌ ବିଲ୍‌ ବକେୟା ଥିବାରୁ ଏହା ପୂର୍ବରୁ ଗୋଟାଏ ମାସ ଧରି ମଧ୍ୟ ବନ୍ଦ ରହିଥିଲା। ଏହାର ପ୍ରତିବାଦରେ ବିଡିଓ ବିଜୟ କୁମାର…

ପାଇଖାନା ନିର୍ମାଣ ନାମରେ ହରିଲୁଟ୍‌

ଭାପୁର,୪ା ୮(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନାମରେ ହୋଇଛି ଲକ୍ଷାଧିକ ଟଙ୍କା ହରିଲୁଟ । ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇ…

ଶିଶୁଙ୍କୁ ବଣ୍ଟନ ହେଉଥିବା ଛତୁଆରେ ବାଲି, ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ

ନୟାଗଡ଼ ଅଫିସ,୪।୮: ନୟାଗଡ଼ ଜିଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଣ ହେଉଥିବା ଛତୁଆର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି। ଏହାର ମାନ ଭଲ ନ ଥିଲେ ମଧ୍ୟ ଏହାକୁ ଛୋଟ ଛୋଟ ଶିଶୁ ଓ ଗର୍ଭବତୀଙ୍କୁ ଦିଆଯାଉଛି। ମାଙ୍କପଲ୍ଲୀ ଅଙ୍ଗନୱାଡି କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?