ରହସ୍ୟ ଘେରରେ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣା

ପାରାଦୀପ,୯ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ପାଇଁ କଳଙ୍କିତ ଦାଗ ଛାଡି ଯାଇଥିବା ବ୍ଲାକ୍‌ରୋଜ ଜାହାଜ ବୁଡିବା ଘଟଣା ଶୁକ୍ରବାର ୧୪ ବର୍ଷରେ ପହଞ୍ଚିଛି। ସମୁଦ୍ରର ଯେଉଁ ସ୍ଥାନରେ ଜାହାଜ ବୁଡିଥିଲା ସେଠାରେ ଆଉ ଉପରିଭାଗ ଦେଖା ଯାଉନାହିଁ। ପାଣିରେ ଅଦୃଶ୍ୟ ହେବାଭଳି ଜାହାଜ ବୁଡିର କାରଣ ମଧ୍ୟ ରହସ୍ୟ ହୋଇ ରହିଛି। ସୂଚନାଯୋଗ୍ୟ, ୯ା୯ା୨୦୦୯ରେ ପାରାଦୀପ ବନ୍ଦରରେ ଲାଗିଥିବା ଏମ୍‌. ଭି. ବ୍ଲାକ୍‌ରୋଜ ଅଧା ପଣ୍ୟ ବୋଝେଇ କରି ସାରେ ସମୁଦ୍ରର ଆଙ୍କରେଜ ଏରିଆକୁ ଯିବାବେଳେ ବୁଡି ଯାଇଥିଲା। ସେଥିରେ ଥିବା ୨୭ ଜଣ ନାବିକଙ୍କ ମଧ୍ୟରୁ ୨୬ ଜଣଙ୍କୁ ବନ୍ଦର ମେରାଇନ ବିଭାଗ ଉଦ୍ଧାର କରିଥିଲା। ଜାହାଜର ମୁଖ୍ୟ ଯନ୍ତ୍ରୀ ୟୁକ୍ରେନର ନାଗରିକ ଆଲେକଜାଣ୍ଡାର ୟୁଲୋଶ୍ଚେଙ୍କୋଙ୍କ ମୃତ୍ୟୁ ଘଟିଥିଲା। ପରେ ଜାହାଜରୁ ତେଲ ନିର୍ଗତ ହୋଇ ପ୍ରଦୂଷଣ ହୋଇଥିଲା। ସେତେବେଳେ ଏହି ଘଟଣା ଆନ୍ତର୍ଜାତିକ ସ୍ତରରେ ବହୁ ବିବାଦ ସୃଷ୍ଟି କରିଥିଲା। କାରଣ ମଙ୍ଗୋଲିଆ ଦେଶର ଉକ୍ତ ଜାହାଜ ଚଳାଚଳ ଅକ୍ଷମ ଥିବା ସତ୍ତ୍ୱେ ତାହା ଅନେକ ଦେଶକୁ ଯାତାୟାତ କରୁଥିଲା। ଉକ୍ତ ଘଟଣାରେ ପ୍ରଥମେ ମେରାଇନ ପୋଲିସ ମାମଲା ରୁଜୁ କରିଥିଲା। ପରେ କ୍ରାଇମବ୍ରାଞ୍ଚ, କୋଲକତା ଓ ଓଡ଼ିଶା ହାଇକୋର୍ଟରେ ଏକାଧିକ ମାମଲା ହୋଇଥିଲା। ୨୬ ଜଣ ବିଦେଶୀ ନାଗରିକ ନିଜ ଦେଶକୁ ଫେରିବା ପାଇଁ ମାସାଧିକ ସମୟ ଲାଗିଥିଲା। ଜାହାଜରୁ ତେଲ ନିଷ୍କାସନ ଓ ଯନ୍ତ୍ରୀଙ୍କ ମୃତଦେହ ଜବତ କରିବାକୁ ସେତେବେଳେ ପାରାଦୀପ ବନ୍ଦର ୫୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଥିଲା। ଯେଉଁ ସିଟ୍ରାନ୍ସ କମ୍ପାନୀ ଜାହାଜ ଆଣିଥିଲା ତାହା କଳା ତାଲିକା ଭୁକ୍ତ କରାଯାଇଛି। ଜାହାଜ ଯେଉଁ ଲୁହା ପଥର ଥିଲା ତାହା ମଧ୍ୟ ଚୋରାରେ ଚାଇନା ଯାଉଥିଲା ବୋଲି ଅଭିଯୋଗ ହୋଇଥିଲା। ସମସ୍ତ ଘଟଣାକୁ ନେଇ ୨୦୧୮ରେ ତତ୍କାଳୀନ ଅଧ୍ୟକ୍ଷ ରିଙ୍କେଶ ରାୟ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ଯାହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଜାହାଜର ମାଲିକ ମଙ୍ଗୋଲିଆ ଦେଶର ସି. କକ୍‌ଙ୍କ ପାଖରେ ଆମର ତଦନ୍ତ ଏଜେନ୍ସି ପହଞ୍ଚତ୍ ପାରିନାହିଁ। ସମୟାନୁସାରେ ତାହା ଅନାଲୋଚିତ ହୋଇଗଲାଣି। ସବୁକିଛି ରହସ୍ୟ ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?