ରହସ୍ୟ ଘେରରେ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣା

ପାରାଦୀପ,୯ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ପାଇଁ କଳଙ୍କିତ ଦାଗ ଛାଡି ଯାଇଥିବା ବ୍ଲାକ୍‌ରୋଜ ଜାହାଜ ବୁଡିବା ଘଟଣା ଶୁକ୍ରବାର ୧୪ ବର୍ଷରେ ପହଞ୍ଚିଛି। ସମୁଦ୍ରର ଯେଉଁ ସ୍ଥାନରେ ଜାହାଜ ବୁଡିଥିଲା ସେଠାରେ ଆଉ ଉପରିଭାଗ ଦେଖା ଯାଉନାହିଁ। ପାଣିରେ ଅଦୃଶ୍ୟ ହେବାଭଳି ଜାହାଜ ବୁଡିର କାରଣ ମଧ୍ୟ ରହସ୍ୟ ହୋଇ ରହିଛି। ସୂଚନାଯୋଗ୍ୟ, ୯ା୯ା୨୦୦୯ରେ ପାରାଦୀପ ବନ୍ଦରରେ ଲାଗିଥିବା ଏମ୍‌. ଭି. ବ୍ଲାକ୍‌ରୋଜ ଅଧା ପଣ୍ୟ ବୋଝେଇ କରି ସାରେ ସମୁଦ୍ରର ଆଙ୍କରେଜ ଏରିଆକୁ ଯିବାବେଳେ ବୁଡି ଯାଇଥିଲା। ସେଥିରେ ଥିବା ୨୭ ଜଣ ନାବିକଙ୍କ ମଧ୍ୟରୁ ୨୬ ଜଣଙ୍କୁ ବନ୍ଦର ମେରାଇନ ବିଭାଗ ଉଦ୍ଧାର କରିଥିଲା। ଜାହାଜର ମୁଖ୍ୟ ଯନ୍ତ୍ରୀ ୟୁକ୍ରେନର ନାଗରିକ ଆଲେକଜାଣ୍ଡାର ୟୁଲୋଶ୍ଚେଙ୍କୋଙ୍କ ମୃତ୍ୟୁ ଘଟିଥିଲା। ପରେ ଜାହାଜରୁ ତେଲ ନିର୍ଗତ ହୋଇ ପ୍ରଦୂଷଣ ହୋଇଥିଲା। ସେତେବେଳେ ଏହି ଘଟଣା ଆନ୍ତର୍ଜାତିକ ସ୍ତରରେ ବହୁ ବିବାଦ ସୃଷ୍ଟି କରିଥିଲା। କାରଣ ମଙ୍ଗୋଲିଆ ଦେଶର ଉକ୍ତ ଜାହାଜ ଚଳାଚଳ ଅକ୍ଷମ ଥିବା ସତ୍ତ୍ୱେ ତାହା ଅନେକ ଦେଶକୁ ଯାତାୟାତ କରୁଥିଲା। ଉକ୍ତ ଘଟଣାରେ ପ୍ରଥମେ ମେରାଇନ ପୋଲିସ ମାମଲା ରୁଜୁ କରିଥିଲା। ପରେ କ୍ରାଇମବ୍ରାଞ୍ଚ, କୋଲକତା ଓ ଓଡ଼ିଶା ହାଇକୋର୍ଟରେ ଏକାଧିକ ମାମଲା ହୋଇଥିଲା। ୨୬ ଜଣ ବିଦେଶୀ ନାଗରିକ ନିଜ ଦେଶକୁ ଫେରିବା ପାଇଁ ମାସାଧିକ ସମୟ ଲାଗିଥିଲା। ଜାହାଜରୁ ତେଲ ନିଷ୍କାସନ ଓ ଯନ୍ତ୍ରୀଙ୍କ ମୃତଦେହ ଜବତ କରିବାକୁ ସେତେବେଳେ ପାରାଦୀପ ବନ୍ଦର ୫୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଥିଲା। ଯେଉଁ ସିଟ୍ରାନ୍ସ କମ୍ପାନୀ ଜାହାଜ ଆଣିଥିଲା ତାହା କଳା ତାଲିକା ଭୁକ୍ତ କରାଯାଇଛି। ଜାହାଜ ଯେଉଁ ଲୁହା ପଥର ଥିଲା ତାହା ମଧ୍ୟ ଚୋରାରେ ଚାଇନା ଯାଉଥିଲା ବୋଲି ଅଭିଯୋଗ ହୋଇଥିଲା। ସମସ୍ତ ଘଟଣାକୁ ନେଇ ୨୦୧୮ରେ ତତ୍କାଳୀନ ଅଧ୍ୟକ୍ଷ ରିଙ୍କେଶ ରାୟ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ଯାହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଜାହାଜର ମାଲିକ ମଙ୍ଗୋଲିଆ ଦେଶର ସି. କକ୍‌ଙ୍କ ପାଖରେ ଆମର ତଦନ୍ତ ଏଜେନ୍ସି ପହଞ୍ଚତ୍ ପାରିନାହିଁ। ସମୟାନୁସାରେ ତାହା ଅନାଲୋଚିତ ହୋଇଗଲାଣି। ସବୁକିଛି ରହସ୍ୟ ହୋଇ ରହିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦର ଜଙ୍ଗଲରେ ନିଆଁ: ଲିଭାଇବାକୁ ଆସି ଫେରିଗଲେ ବନ କର୍ମଚାରୀ

ଅମରପାଲି, ୪।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ମୁର୍ଷୁଣ୍ଢୀର ଦାଦର ଜଙ୍ଗଲରେ ଲାଗିଛି ନିଆଁ। ନିଆଁ ଲାଗି ଜଙ୍ଗଲର ଗଛ ଲତା ଜଳି ଯାଉଥିବା...

ସରକାରୀ କାର୍ଯ୍ୟାଳୟରେ ଲାଗିଲା ୟୁଭିସି ମେଶିନ

ବ୍ରହ୍ମପୁର ଅଫିସ,୧ା୬-ଇଲୋକ୍ଟ୍ରୋନିକ୍‌ ଉପକରଣ ତଥା ସାନିଟାଇଜର ଦ୍ୱାରା ବିଶୋଧିତ କରାଯାଇ ପାରୁ ନ ଥିବା ସାମଗ୍ରୀକୁ ବିଶୋଧିତ କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ...

ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ, ଜଣେ ଗିରଫ

ଦେବଗଡ,୬।୧୧(ଡି.ଏନ.ଏ) : ଦେବଗଡ଼ ବନାଞ୍ଚଳ ଅଧୀନ ତିଲେଇବଣି ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଚଳାଇଥିବା ଅଭିଯୋଗରେ ବନ...

ମିଳିଲା ଓଡ୍ରାଫ କର୍ମଚାରୀ ସୀତାରାମଙ୍କ ମୃତଦେହ

କଟକ ଅଫିସ,୨୫।୯: କଟକ ମୁଣ୍ଡଳିରେ ଶୁକ୍ରବାର ରବର ବୋଟ ଓଲଟି ପଡ଼ିଥିଲା। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ହେଲେ ଓଡ୍ରାଫ୍‌ କର୍ମଚାରୀ ସୀତାରାମ...

ନାମଫଳକକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୪ଗୁରୁତର

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧ ଜିଲା ବାଘମାରୀ ଥାନା ଅନ୍ତର୍ଗତ କୋଟପିଲା ଗ୍ରାମ ଛକରେ ଥିବା ନାମଫଳକକୁ କେନ୍ଦ୍ରକରି ଗୁରୁବାର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ...

‘୨୦୨୩ ଡିସେମ୍ବରରେ ସରିବ କାନପୁର ଡ୍ୟାମ୍‌ କାମ’

ଯୋଡ଼ା/କେନ୍ଦୁଝର,୨୩।୪ (ଡି.ଏନ.ଏ./ସ୍ବ.ପ୍ର.) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲାର କାନ୍‌ପୁର ଜଳସେଚନ ଡ୍ୟାମ୍‌ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ...

ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ସମେତ ୫ ଗିରଫ

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର (ଡି.ଏନ.ଏ.),୨୪।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଜେଲ୍‌ରୁ ମୁକୁଳିବା ପରେ ସହଯୋଗୀଙ୍କ ସହିତ ମିଶି ସୋମବାର ସନ୍ଧ୍ୟାରେ ଡକାୟତି...

ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣାଯିବ:ମନ୍ତ୍ରୀ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଣ୍ଡିରେ ମଧ୍ୟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।...

Advertisement
Archives

Model This Week