ଗୀତ ଗାଇ ପାଠ ପଢ଼ାଇଲେ ବିଧାୟକ

ବେତନଟୀ,୯ା୯(ସ୍ବ. ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବିଧାୟକ ସନାତନ ବିଜୁଳି ଶ୍ରେଣୀ ଗୃହରେ ପାଠ ପଢ଼ାଇବା ସହ ଦେଶାତ୍ମବୋଧକ ଗୀତ ଗାଇ ପିଲାଙ୍କ ଉତ୍ସାହ ବୃଦ୍ଧି କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ବେତନଟୀ ବ୍ଲକ ସୋରିଷକୋଠା ଗ୍ରାମସ୍ଥିତ ବୁଢ଼ାବଳଙ୍ଗ ଉଚ୍ଚ ବିଦ୍ୟାଳୟର ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଅଭିଭାବକ ତଥା ଜନ ସାଧାରଣ ବେଶ୍‌ ପ୍ରଶଂସା କରିଛନ୍ତି।
କାର୍ଯ୍ୟକ୍ରମ ଶେଷ ହେବା ପରେ ସ୍କୁଲର ପାଠପଢ଼ା ସହ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ ବିଧାୟକ। ପରେ ଶ୍ରେଣୀଗୃହରେ ଛାତ୍ରୀଛାତ୍ରମାନଙ୍କ ସହିତ ଦେଶାତ୍ମବୋଧକ ସଂଗୀତ ଗାନ କରିବା ସହ ପିଲାମାନଙ୍କର ସାଧାରଣ ଜ୍ଞାନ ପରଖିଥିଲେ। ଛାତ୍ରୀଛାତ୍ରମାନେ ଭଲ ପାଠପଢ଼ି ଉଜ୍ୱଳ ଭବିଷ୍ୟତ ଗଢ଼ିବାକୁ ବିଧାୟକ ବିଜୁଳି ଉପଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରିତାଳ ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର

ବାହାନଗା,୧୦।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଜିରିତାଳ ଗ୍ରାମରୁ ମଙ୍ଗଳବାର ଏକ ବଜ୍ରକପ୍ତା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାରକରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।

ସମସିଆ ଘେରରେ ଭୋଇପାଲିବାସୀ: ନଲ୍‌ଚୁଆଁରୁ ବାହାରୁଛେ ଦୂଷିତ୍‌ ପାଏନ୍‌

ସମ୍ବଲପୁର,୬ା୬(ବ୍ୟୁରୋ)- ସମ୍ବଲପୁର ମହାନଗର ନିଗମରେ ସାମିଲ ହେଇଥିବାର ୧୨ଟା ପଁଚେତ୍‌ବାସୀ ଅନେକ ସମସିଆରେ ବୁଡ଼ି ରହିଛନ୍‌। ବଡ଼ଭାରି ହିସାବେ ମହାନଗର ନିଗମର ସୀମାନାରେ ଥିବାର ଗାଁବାସୀମାନେ...

ଓଡ଼ିଶା ବକ୍ସିଂ ଦଳର ଉତ୍ତରାଖଣ୍ଡ ଯାତ୍ରା

ବ୍ରହ୍ମପୁର-ଅଫିସ୍‌,୫ା୬- ଉତ୍ତରାଖଣ୍ଡର ରୁଦ୍ରପୁରରେ ଆସନ୍ତା ୮ରୁ ୧୩ତାରିଖ ପର୍ଯ୍ୟନ୍ତ ତୃତୀୟ ଜାତୀୟ ୟୁଥ୍‌ ପୁରୁଷ ଏବଂ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗନେବା...

କରୋନା କଟକଣାରେ ଫସି ଯାଇଛନ୍ତି ଆଇଟିବିପି ଯବାନ

ସମ୍ବଲପୁର,୨୭।୩ (ବ୍ୟୁରୋ)-କରୋନା କଟକଣା ଯୋଗୁ ଜଣେ ଯବାନଙ୍କୁ ହୀନସ୍ତା ହେବାକୁ ପଡିଛି । ଲକ୍‌ଡାଉନ ଘୋଷଣା ପରେ ତାଙ୍କୁ ହୋଟେଲରୁ ଜୋରଜବରଦସ୍ତ ବାହାର କରି ଦିଆଯାଇଥିଲା...

କାଦୁଅ ପଡ଼ିବାକୁ କେନ୍ଦ୍ର କରି ଆକ୍ରମଣ, ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୯।୯: ଗାଡ଼ି ଚଳାଇବା ବେଳେ କାଦୁଅ ପଡିବାକୁ ନେଇ ବଚସା ଓ ଆକ୍ରମଣ ଅଭିଯୋଗରେ ବଡ଼ବଜାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ...

ଶିଶୁଙ୍କ ପାଇଁ ବିପଦ ସାଜିଛି ଖୋଲା ବୋରୱେଲ:ନିର୍ଦ୍ଦେଶ ସତ୍ତ୍ୱେ ପ୍ରତିକାର ପାଇଁ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୧୯ା୧: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସାଜିଛି। ଖୋଲା ବୋରୱେଲ ଓ ଟ୍ୟୁବୱେଲଗୁଡ଼ିକରେ...

ହୋଟେଲରେ ନକଲି ବିଦେଶୀ ମଦ କାରଖାନା

ସୋର,୨୮।୨(ଡି.ଏନ.ଏ.)- ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକ ଓ ଗୁଇନ୍ଦା ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଦିଲ୍ଲୀପ...

ପୁନଃ ନିର୍ମାଣ ଅପେକ୍ଷାରେ ଶୀତଳ ଭଣ୍ଡାର

କଟକ ସଦର,୧୩ା୩ (ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ଅଞ୍ଚଳରେ ଥିବା ସମବାୟ ଶୀତଳ ଭଣ୍ଡାର ୧୯୯୯ ମହାବାତ୍ୟା ପରଠାରୁ ଅଚଳ ଅବସ୍ଥାରେ...

Advertisement
Archives

Model This Week