କର୍ନାଟକରେ କମାଲ କଲେ ସାଇପ୍ରକାଶ

ଭଦ୍ରକ ଅଫିସ,୯।୯: ବୟସ ମାତ୍ର ୮ ବର୍ଷ। ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର୍‌। ଆଖି ପିଛୁଳାକେ କରି ଦେଖାନ୍ତି କଷ୍ଟସାଧ୍ୟ ଯୋଗାସନ। ଯେଉଁ ଆସନ କରିବା ଯୋଗ ଗୁୁରୁମାନଙ୍କ ପକ୍ଷେ କଷ୍ଟସାଧ୍ୟ, ସେହି ଆସନ ଅତି ସହଜରେ ସେ କରିପାରନ୍ତି। ଯୋଗରେ କମାଲ ଦେଖାଇ ଏବେ କର୍ନାଟକରେ ସ୍ବର୍ଣ୍ଣପଦକ ଜିତି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବିସ୍ମୟ ବାଳକ ସାଇପ୍ରକାଶ ନାୟକ। ତାଙ୍କ ଘର ଭଦ୍ରକ ଜିଲା ବନ୍ତ ନିକଟସ୍ଥ ସଢ଼ା ପଞ୍ଚାୟତର ନାହା ଗ୍ରାମରେ। କଳ୍ପନା ମହାପାତ୍ର ଓ ପ୍ରଶାନ୍ତ କୁମାର ନାୟକଙ୍କ ପୁଅ ସାଇପ୍ରକାଶ। ଇଣ୍ଡିଆନ ହଟ୍‌ ଯୋଗ ଫେଡେରେଶନ, ଇଣ୍ଟରନ୍ୟାଶନାଲ ଯୋଗ ସ୍ପୋଟର୍‌ସ ଫେଡେରେଶନ ଏବଂ ସାଉଥ୍‌ ଏସିଆ ଯୋଗ ସ୍ପୋଟର୍‌ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ହାମ୍ପିସ୍ଥିତ ଡିପାର୍ଟମେଣ୍ଟ ଅଫ୍‌ ଯୋଗ ଷ୍ଟଡିଜ୍‌ କାନାଡ଼ା ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ ଯୋଗାସନ ଅଫ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌ରେ ସେ ଏହି ସଫଳତା ହାସଲ କରିଛନ୍ତି। ଗତ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ୧୫ ରାଜ୍ୟର ୫ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଗ୍ରାଣ୍ଡ ଫିନାଲେରେ ଗୁଜରାଟର ଟିମ୍‌ ପ୍ରଥମ ହୋଇଥିବା ବେଳେ ଓଡ଼ିଶା ଟିମ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହାସହ ଅନ୍‌ଲାଇନରେ ଏକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଦୁଇଟିଯାକ ପ୍ରତିଯୋଗିତାରେ ସାଇପ୍ରକାଶ ୨ଟି ସ୍ବର୍ଣ୍ଣପଦକ ପାଇଛନ୍ତି। ପ୍ରତିଯୋଗିତା ସାରି ମା’ କଳ୍ପନାଙ୍କ ସହ ସେ ଗତ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିବା ପରେ ଓଡ଼ିଶା ଯୋଗ କୋଚ୍‌ ଦେବାଶିଷ ହରଦଲଙ୍କ ନେତୃତ୍ୱରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଇପ୍ରକାଶଙ୍କ ବାପା ପ୍ରଶାନ୍ତ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି। ହାଇଦ୍ରାବାଦରେ ପରିବାର ସହ ରହୁଥିବା ବେଳେ ମାତ୍ର ୪ ବର୍ଷ ବୟସରୁ ସାଇପ୍ରକାଶ ଟେଲିଭିଜନରେ ସୋନି ଆର୍ଯ୍ୟାଙ୍କ ଯୋଗ ଉପରେ ପର୍ଯ୍ୟବସିତ ଏକ ନୃତ୍ୟ ଦେଖିବା ପରେ ଅନୁକରଣ କରିଥିଲେ। ପରେ ତାଙ୍କର ଆଗ୍ରହ ଦେଖି ମା’ କଳ୍ପନା ମୋବାଇଲରୁ ୟୁଟ୍ୟୁବରେ ବିଭିନ୍ନ ଯୋଗାସନ ଦେଖାଇ ଶିଖିବାରେ ତାଙ୍କୁ ସହଯୋଗ କରିଥିଲେ। ଜେଜେ କବି କୀର୍ତ୍ତନ ନାୟକ ଓ ଜେଜେମା’ ଚନ୍ଦନା ନାୟକ ଯୋଗାଭ୍ୟାସ ପାଇଁ ତାଙ୍କୁ ସବୁବେଳେ ପ୍ରେରଣା ଯୋଗାଇ ଆସୁଛନ୍ତି ବୋଲି ସାଇପ୍ରକାଶ କହିଛନ୍ତି।

ସନାତନ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?