କେନାଲରେ ଆସୁନି ପାଣି, ଧାନଜମି ଫାଟି ଆଁ

ରଘୁନାଥପୁର,୯ା୯(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ବହୁବିଧି ଯୋଜନା କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ଠିକ୍‌ ଭାବେ ହେଉନାହିଁ। ଗତବର୍ଷ ଅଦିନିଆ ଲଗାଣ ବର୍ଷାରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଚଳିତବର୍ଷ ଜଳସେଚନ ସୁବିଧା ଥାଇ ସୁଧା କେନାଲରେ ପାଣି ନ ଆସିବାରୁ ରୁଆ ହୋଇଥିବା ଧାନ ଜମି ଫାଟି ଆଁ କଲାଣି। ଆଗାମୀ ୨ରୁ ୩ ଦିନ ଭିତରେ ପର୍ଯ୍ୟାପ୍ତ ବର୍ଷା ନ ହେଲେ, ପ୍ରବଳ ଖରାରେ ଧାନଗଛ ସୁଖି ମରିଯିବାର ଆଶଙ୍କା ଦେଖାଦେଇଛି। ଏଭଳି ଦେଖିବାକୁ ମିଳିଛି ବ୍ଲକ ଅନ୍ତର୍ଗତ ଚିକିଣିଆ ପଞ୍ଚାୟତ କଳାଧାରୀ ଓ ଏରଣ୍ଡପାଳ ଗଁାର ଚାଷଜମିରେ। ଦୁଇ ଗ୍ରାମର ୪୦ ଏକରରୁ ଊଦ୍ଧର୍‌ବ ଜମିରେ ରୁଆ ହୋଇଥିବା ଧାନ ନଷ୍ଟ ହେବାକୁ ବସିଲାଣି। ଉକ୍ତ ପଞ୍ଚାୟତର ସରପଞ୍ଚ ବିଷ୍ଣୁଚରଣ ସେଠୀଙ୍କ କହିବା ଅନୁଯାୟୀ, ୭ନଂ. ସି ଜଳସେଚିତ କେନାଲରେ ପାଣି ଆସି ଉକ୍ତ ଜମିରେ ମାଡ଼ିଥାଏ। ଉପଯୁକ୍ତ ସମୟରେ ଉକ୍ତ କେନାଲରେ କୋଡ଼ି ସଫେଇ କରା ନ ଯିବାରୁ ସେଥିରେ ଉଠିଥିବା ଅନାବନା ଗଛ ଜଳପ୍ରବାହରେ ବାଧକ ସାଜିଛି। ଫଳରେ ପାଣି ଧାନ ଜମି ପର୍ଯ୍ୟନ୍ତ ଯାଇ ପାରୁନାହିଁ। ୭ଦିନ ଭିତରେ ବର୍ଷା ହୋଇ ନ ଥିବାରୁ ଧାନ ଜମି ଶୁଖି ଆଙ୍ଗୁଳିଏ ଓସାରର ଫାଟ ହୋଇଯାଇଛି ବୋଲି ଚାଷୀ କେଦାର ନାୟକ, ଦିଲୀପ ଖୁଣ୍ଟିଆ ଓ ସଞ୍ଜୟ ବାରିକ କହିଛନ୍ତି। ସରକାରଙ୍କୁ ଜଳକର ଦେଇ ଯଦି ଏହିପରି ଅବସ୍ଥାରେ ଫସଲ ଉଜୁଡିଯାଏ ତାହା ହେଲେ ବ୍ୟାଙ୍କ, ସୋସାଇଟିରୁ ଆଣିଥିବା ଋଣ ଏବଂ ହାତଉଧାରୀ କରଜ ଟଙ୍କାକୁ କିପରି ଶୁଝିବୁ ବୋଲି ରବୀନ୍ଦ୍ର ନାୟକ, ଦେବେନ୍ଦ୍ର ନାୟକ ଓ ଭାସ୍କର ବାରିକଙ୍କ ସମେତ ବହୁ ଚାଷୀ କହିଛନ୍ତି। ଜମିକୁ ଯଦି ପାଣି ନ ମାଡେ ଧାନ ଫସଲ ଉଜୁଡିବ ସହ ଅମଳ କମିବ ବୋଲି ସେମାନେ କହିଛନ୍ତି। ଚାଷୀମାନେ ଜଳସେଚନ ବିଭାଗର ଅପାରଗତାକୁ ଦାୟି କରିବା ସହ, ଚାଷ ଉଜୁଡି ଗଲେ ଏହାର ଭରଣା କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଜିଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି ସୋମନାଥ ପଣ୍ଡା, ଦୀପକ ବାରିକ, ରଜନୀକାନ୍ତ ନାୟକ, ଇମାନ ଲେଙ୍କା, ପ୍ରଫୁଲ୍ଲ ବାରିକ, ନିହାର ରଞ୍ଜନ ନାୟକ, ପ୍ରମୋଦ ବାରିକ ଓ ବିଶ୍ୱଜିତ ବାରିକ କହିଛନ୍ତି। ଏଥି ପ୍ରତି ଜଳସେଚନ ବିଭାଗ ଦୃଷ୍ଟି ଦେଇ ତୁରନ୍ତ କେନାଲ ସଫା କରିବା ସହ ଧାନ ତି ରୁଆ ହୋଇଥିବା ଜମିକୁ ପାଣି ଯୋଗାଇ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri