କେନାଲରେ ଆସୁନି ପାଣି, ଧାନଜମି ଫାଟି ଆଁ

ରଘୁନାଥପୁର,୯ା୯(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ବହୁବିଧି ଯୋଜନା କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ଏହା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ଠିକ୍‌ ଭାବେ ହେଉନାହିଁ। ଗତବର୍ଷ ଅଦିନିଆ ଲଗାଣ ବର୍ଷାରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଚଳିତବର୍ଷ ଜଳସେଚନ ସୁବିଧା ଥାଇ ସୁଧା କେନାଲରେ ପାଣି ନ ଆସିବାରୁ ରୁଆ ହୋଇଥିବା ଧାନ ଜମି ଫାଟି ଆଁ କଲାଣି। ଆଗାମୀ ୨ରୁ ୩ ଦିନ ଭିତରେ ପର୍ଯ୍ୟାପ୍ତ ବର୍ଷା ନ ହେଲେ, ପ୍ରବଳ ଖରାରେ ଧାନଗଛ ସୁଖି ମରିଯିବାର ଆଶଙ୍କା ଦେଖାଦେଇଛି। ଏଭଳି ଦେଖିବାକୁ ମିଳିଛି ବ୍ଲକ ଅନ୍ତର୍ଗତ ଚିକିଣିଆ ପଞ୍ଚାୟତ କଳାଧାରୀ ଓ ଏରଣ୍ଡପାଳ ଗଁାର ଚାଷଜମିରେ। ଦୁଇ ଗ୍ରାମର ୪୦ ଏକରରୁ ଊଦ୍ଧର୍‌ବ ଜମିରେ ରୁଆ ହୋଇଥିବା ଧାନ ନଷ୍ଟ ହେବାକୁ ବସିଲାଣି। ଉକ୍ତ ପଞ୍ଚାୟତର ସରପଞ୍ଚ ବିଷ୍ଣୁଚରଣ ସେଠୀଙ୍କ କହିବା ଅନୁଯାୟୀ, ୭ନଂ. ସି ଜଳସେଚିତ କେନାଲରେ ପାଣି ଆସି ଉକ୍ତ ଜମିରେ ମାଡ଼ିଥାଏ। ଉପଯୁକ୍ତ ସମୟରେ ଉକ୍ତ କେନାଲରେ କୋଡ଼ି ସଫେଇ କରା ନ ଯିବାରୁ ସେଥିରେ ଉଠିଥିବା ଅନାବନା ଗଛ ଜଳପ୍ରବାହରେ ବାଧକ ସାଜିଛି। ଫଳରେ ପାଣି ଧାନ ଜମି ପର୍ଯ୍ୟନ୍ତ ଯାଇ ପାରୁନାହିଁ। ୭ଦିନ ଭିତରେ ବର୍ଷା ହୋଇ ନ ଥିବାରୁ ଧାନ ଜମି ଶୁଖି ଆଙ୍ଗୁଳିଏ ଓସାରର ଫାଟ ହୋଇଯାଇଛି ବୋଲି ଚାଷୀ କେଦାର ନାୟକ, ଦିଲୀପ ଖୁଣ୍ଟିଆ ଓ ସଞ୍ଜୟ ବାରିକ କହିଛନ୍ତି। ସରକାରଙ୍କୁ ଜଳକର ଦେଇ ଯଦି ଏହିପରି ଅବସ୍ଥାରେ ଫସଲ ଉଜୁଡିଯାଏ ତାହା ହେଲେ ବ୍ୟାଙ୍କ, ସୋସାଇଟିରୁ ଆଣିଥିବା ଋଣ ଏବଂ ହାତଉଧାରୀ କରଜ ଟଙ୍କାକୁ କିପରି ଶୁଝିବୁ ବୋଲି ରବୀନ୍ଦ୍ର ନାୟକ, ଦେବେନ୍ଦ୍ର ନାୟକ ଓ ଭାସ୍କର ବାରିକଙ୍କ ସମେତ ବହୁ ଚାଷୀ କହିଛନ୍ତି। ଜମିକୁ ଯଦି ପାଣି ନ ମାଡେ ଧାନ ଫସଲ ଉଜୁଡିବ ସହ ଅମଳ କମିବ ବୋଲି ସେମାନେ କହିଛନ୍ତି। ଚାଷୀମାନେ ଜଳସେଚନ ବିଭାଗର ଅପାରଗତାକୁ ଦାୟି କରିବା ସହ, ଚାଷ ଉଜୁଡି ଗଲେ ଏହାର ଭରଣା କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଜିଲାପାଳଙ୍କୁ ଅଭିଯୋଗ କରାଯିବ ବୋଲି ସୋମନାଥ ପଣ୍ଡା, ଦୀପକ ବାରିକ, ରଜନୀକାନ୍ତ ନାୟକ, ଇମାନ ଲେଙ୍କା, ପ୍ରଫୁଲ୍ଲ ବାରିକ, ନିହାର ରଞ୍ଜନ ନାୟକ, ପ୍ରମୋଦ ବାରିକ ଓ ବିଶ୍ୱଜିତ ବାରିକ କହିଛନ୍ତି। ଏଥି ପ୍ରତି ଜଳସେଚନ ବିଭାଗ ଦୃଷ୍ଟି ଦେଇ ତୁରନ୍ତ କେନାଲ ସଫା କରିବା ସହ ଧାନ ତି ରୁଆ ହୋଇଥିବା ଜମିକୁ ପାଣି ଯୋଗାଇ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଛାଡ଼ିଲା ମାଲେସିଆ ଜାହାଜ

ବ୍ରହ୍ମଗିରି,୧୬ା୯(ଡି.ଏନ୍‌.ଏ.) : ବହୁ ପରିଶ୍ରମ ପରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସ କୂଳରେ ଲାଗିଥିବା ମାଲେସିଆ ଜାହାଜ ଜିନ୍‌ ହ୍ବା କୂଳ ଛାଡ଼ିଛି। ଏହାକୁ...

ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା

ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ...

୨୨ବର୍ଷର ଲୁଚକାଳି ଶେଷ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ୍‌,୨୩।୨(ବ୍ୟୁରୋ):  ଶେଷ ହୋଇଛି ୨୨ବର୍ଷର ଲୁଚକାଳି ଖେଳ। ୧୯୯୯ ଜାନୁୟାରୀ ୯ତାରିଖ ରାତିରେ ଅଞ୍ଜନା ମିଶ୍ରଙ୍କୁ ଗଣବଳାତ୍କାର କରି ଫେରାର ଥିବା ମୁଖ୍ୟ...

ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ନଦୀ ପୋଲ ଉପରେ ପ୍ରବାହିତ ହେଲା ପ୍ରଥମ ବନ୍ୟାଜଳ: ସ୍ବାମ ପୋଲ ପାର ବେଳେ ଭାସିଗଲା ଗାଡ଼ି

ପାଟଣା,୨୬।୮(ସ୍ବ. ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥରେ ଥିବା ବୈତରଣୀ...

ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ...

ଉଜୁଡ଼ିଗଲା ପରିବା, ଧାନ ଫସଲ

ରାହାମା,୨୪ା୮(ଡି.ଏନ.ଏ.): ପାଇକା ନଦୀରେ ଆସିଥିବା ବନ୍ୟାଜଳ ଓ ଲଘୁଚାପ ଜନିତ ବର୍ଷା ଯୋଗୁ କୁଜଙ୍ଗ ବ୍ଲକ୍‌ର ଧୋଇଆ ଅଞ୍ଚଳରେ ଧାନ ଓ ପରିବା ଫସଲ ଉଜୁଡ଼ିଯାଇଛି।...

ସୁନା ବ୍ୟବସାୟ ଆଳରେ ସାଇବର କ୍ରାଇମ୍‌

ବରଗଡ଼ ଅଫିସ୍‌,୨୩।୧୨: ସୁନା ବ୍ୟବସାୟ ଆଳ ଦେଖାଇ ବରଗଡ଼ରେ ଏକ ସାଇବର କ୍ରାଇମ ଘଟଣା ସାମ୍ନାକୁ ଆସିଛି। ନକଲି ସୁନା ଦେଇ ବରଗଡ଼ ପୌର ପରିଷଦ...

ବେପାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ଗୋରୁ ବେପାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୁଣ୍ଡରେ ବନ୍ଧୁକ...

Advertisement
Archives

Model This Week