ବସ୍‌ଷ୍ଟାଣ୍ଡ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ

ମାର୍ଶାଘାଇ,୯ା୯(ଡି.ଏନ.ଏ.): ମାର୍ଶାଘାଇଠାରେ ନିର୍ମାଣ ହେବାକୁ ଯାଉଥିବା ନୂତନ ବସ୍‌ଷ୍ଟାଣ୍ଡ ପାଇଁ ଗୁରୁବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। ସରକାରୀ ଜାଗାକୁ ଜବରଦଖଲ କରିଥିବା ୯ ଟି ଦୋକାନ ଗୃହ ଓ ସେଠାରେ ଦୀର୍ଘ ୪୦ବର୍ଷରୁ ଊର୍ଦ୍ଧ୍ୱ ହେବ କୋଲକତାରୁ ଆସି ରହୁଥିବା ୯ ଟି ପରିବାରଙ୍କ ଘରକୁ ଉଚ୍ଛେଦ କରାଯାଇଛି। ମାତ୍ର ଉକ୍ତ ପରିବାରଗୁଡିକୁ ନିକଟସ୍ଥ ବାଳିକଶୋଟି ଗ୍ରାମରେ ଥିବା ସରକାରୀ ଜାଗାରେ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେଉଥିବା ନେଇ ଜଣା ପଡିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମର ଶହଶହ ମହିଳାପୁରୁଷ ଗଁାର ପ୍ରବେଶ ପଥରେ ଜଗି ରହି ସେମାନଙ୍କୁ ନ ପୂରାଇବାକୁ ଅଡ଼ି ବସିଛନ୍ତି। ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଜୁଣ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ରଖା ଯାଇଥିବା ପ୍ରଶାସନ ସୂଚନା ଦେଇଛି। ଏହି ଜବରଦଖଲ କାର୍ଯ୍ୟରେ ମାର୍ଶାଘାଇ ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅଶୋକ ବେହେରା, ପ୍ରଫୁଲ୍ଲ ବିଶ୍ୱାଳ, ମାର୍ଶାଘାଇର ନୂତନ ଥାନାଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ ଓ ଏସ. ଆଇ. ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ ଅଶାନ୍ତିରୁ ଆର୍‌ବିଆଇ ଜିଏମ୍‌ଙ୍କ ଆତ୍ମହତ୍ୟା

ଚଣ୍ଡିଖୋଲ,୨୫।୧୧(ଡ.ଏନ୍‌.ଏ.): ଯାଜପୁର ଜିଲା ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲରେ ଜଣେ ବ୍ୟାଙ୍କ ଅଧିକାରୀ ବେକରେ ବେଡସିଟ୍‌ ଗୁଡ଼ାଇ ଗୁରୁବାର ରାତିିରେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ...

କୂଅରୁ ମିଳିଲା କଟାମୁଣ୍ଡ: ମୃତଦେହ ଉଦ୍ଧାର, ତଦନ୍ତ ଜାରି

କଣିହାଁ,୨୮।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହା ବ୍ଲକ ରେଙ୍ଗାଳି ଗ୍ରାମ ବାଲିପଶି ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ସାହିର ଦୁର୍ଯ୍ୟୋଧନ ତୁଙ୍ଗ(୪୨)ଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ କାଟି...

ଆଇସ୍‌କ୍ରିମ୍‌ କାଠିରେ କେଦାରନାଥ ମନ୍ଦିର ପ୍ରତିକୃତି

ପୁରୀ ଅଫିସ, ୨୦।୫: ପୁରୀ କୁମୁଟିପାଟଣା ଅଞ୍ଚଳର ଯୁବ ଶିଳ୍ପୀ ବିଶ୍ୱଜିତ ନାୟକ ୧୪୫ଟି ଆଇସ୍‌କ୍ରିମ କାଠିରେ ପ୍ରଭୁ କେଦାରନାଥଙ୍କ ମନ୍ଦିରର ପ୍ରତିକୃତି ନିର୍ମାଣ କରିଛନ୍ତି।...

ପୁଣି ଗୋଳିଆ ପାଣି ଯୋଗାଣ

ଯାଜପୁର ରୋଡ,୧୯ା୮(ଡି.ଏନ.ଏ.): ଯାଜପୁର ଜିଲାର ଖାଲି ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ବି ପାନୀୟ ଜଳ ସମସ୍ୟା ଲାଗି ରହିଛି। ବିଶେଷକରି କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ...

ଡାକ୍ତରଖାନାରେ ଆଖି ବୁଜିଲେ ବୃଦ୍ଧ, ମୃତଦେହ ଗ୍ରହଣ କରିବାକୁ ମନାକଲେ ସମ୍ପର୍କୀୟ

ଲଖନପୁର, ୮।୧୦(ଡି.ଏନ.ଏ.)- ଝାରସୁଗୁଡା ଜିଲା ଲଖନପୁର ବ୍ଲକ ବନ୍ଧବାହାଲ ଫାଣ୍ଡି ଅଧୀନ ଏମ୍‌ସିଏଲ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବେଲପାହାଡ଼...

ସୁଧୀର ପାଢ଼ୀ ବିଜେଡି ଯୁବ ସଭାପତି

ଗଞ୍ଜାମ,୧।୧୦(ଡି.ଏନ୍‌.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ଭାବେ ସୁଧୀର କୁମାର ପାଢ଼ୀ ମନୋନୀତ ହୋଇଛନ୍ତି । ଏଥିପାଇଁ ସେ ଗଞ୍ଜାମ ଜିଲା ପର୍ଯ୍ୟବେକ୍ଷକ ତଥା...

ଷ୍ଟ୍ରିଟ୍‌ ଲାଇଟ୍‌ରେ ଝଲସୁଛି ମାଓବାଦୀ ଗଡ଼ର ୪ ଗ୍ରାମ

ଚିତ୍ରକୋଣ୍ଡା,୧୨ା୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓବାଦୀ ଉପଦ୍ରୁତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼ ଏବେ ଜିଲା ତଥା ବ୍ଲକ ପ୍ରଶାସନଙ୍କ ଫୋକୋସ୍‌ରେ।...

ଆଜି ପୁଣି ବନ୍ଦ ରହିଛି ଜଗା ଦର୍ଶନ

ପୁରୀ ଅଫିସ, ୮।୩: ଶ୍ରୀମନ୍ଦିରରେ ଆଜି ପୁଣି ବନ୍ଦ ରହିଛି ଦର୍ଶନ । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ଦର୍ଶନ ବନ୍ଦ ରହିଛି।...

Advertisement
Archives

Model This Week