୭୭ ବର୍ଷ ବୟସରେ ଆତ୍ମନିର୍ଭର

ବେତନଟୀ, ୯ା୯: ବୟସର ଅପରାହ୍ନରେ ପହଞ୍ଚି ଥିଲେ ବି ଜୀବନ ସହ ଜାରି ରଖିଛନ୍ତି ସଂଘର୍ଷ। ୭୭ ବର୍ଷ ବୟସରେ ସେ ଚଳଚଞ୍ଚଳ। ଘରକୁ ଘର ଯାଇ କ୍ଷୀର ବିକି ପେଟ ପାଇଁ ଯୋଗାଡ଼ କରୁଛନ୍ତି ଦାନା। ୩୦ବର୍ଷ ହେଲା ଏହି ବୃତ୍ତିକୁ ସେ ଆପଣାଇଛନ୍ତି। ପରିଣତ ବୟସରେ କାହା ପାଖରେ ହାତ ନ ପାତି ଆତ୍ମନିର୍ଭର ହୋଇପାରିଛନ୍ତି ମୟୁରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ କଦଳିଆ ଗ୍ରାମର ଜଗନ୍ନାଥ ଦଳେଇ।
୧୯୪୫ରେ ତେନ୍ତୁଳିଗଁାର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଗନ୍ନାଥ ୩ବର୍ଷ ବୟସରୁ ନିଜ ମାମୁ ଘର କଦଳିଆରେ ରହି ଆସୁଥିଲେ। ଅଳ୍ପ ବୟସରେ ବିବାହ କରିଥିଲେ ନିଶ୍ଚନ୍ଦପୁର ଗ୍ରାମର ମାଧବୀଙ୍କୁ। ମାମୁ,ମାଇଁ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର ସୁରୁଖୁରୁରେ ଚାଲିଥିଲା। ୧୯୯୦ରେ ଆରମ୍ଭ କରିଥିବା କ୍ଷୀର ବେପାରରୁ ଉପାର୍ଜିତ ଟଙ୍କାରେ ସେ ନିଜର ପରିବାର ପ୍ରତିପୋଷଣ କରି ଆସୁଥିଲେ। ଦୁଇ ଝିଅ ଓ ପୁଅର ବିବାହ ମଧ୍ୟ କରାଇଥିଲେ। ପୁଅ ମଧ୍ୟ ଏକ ଘରୋଇ କମ୍ପାନୀରେ କାମ କରି ଜଗନ୍ନାଥଙ୍କୁ ପରିବାର ଚଳାଇବାରେ ସହଯୋଗ କରି ଆସୁଥିଲେ। ହେଲେ ଏତିକିବେଳେ ତାଙ୍କ ଜୀବନରେ ଆସିଥିଲା ଅଦିନିଆ ଝଡ଼। ପାରିବାରିକ କଳହ କାରଣରୁ ସ୍ତ୍ରୀ ସହିତ ଝଗଡ଼ା କରି ଶ୍ୱଶୁର ଘରେ ଯାଇ ଆତ୍ମହତ୍ୟା କରିଥିଲେ ତାଙ୍କ ପୁଅ। ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ଭାଙ୍ଗି ପଡ଼ି ସ୍ତ୍ରୀ ମାଧବୀ ମଧ୍ୟ ନିଜର ମାନସିକ ଭାରସାମ୍ୟ ହରାଇ ଦେଇଥିଲେ। ଦୁଃଖର ପାହାଡ଼ ଓଜାଡି ପଡ଼ିଥିଲା ଜଗନ୍ନାଥଙ୍କ ଉପରେ। ତଥାପି ଭାଙ୍ଗି ପଡ଼ିନାହାନ୍ତି ସେ। ପରିଣତ ବୟସରେ ଭୋର ୩ଟାରୁ ବିଛଣାରୁ ଉଠି ପହଞ୍ଚିଯାନ୍ତି ବୈଶିଙ୍ଗା ବଜାରରେ। ସେଠାରୁ କ୍ଷୀର ସଂଗ୍ରହ କରି ସାଇକେଲ ଧରି ବାହାରିପଡ଼ନ୍ତି ଦୋକାନ ଓ ଘରକୁ ଘର ବାଣ୍ଟିବା ଲାଗି। ସକାଳ ୮ଟା ବେଳେ ଘରେ ପହଞ୍ଚି ରୋଗିଣା ସ୍ତ୍ରୀଙ୍କ ନିତ୍ୟକର୍ମ ସାରିବା ପରେ ନିଜେ ରୋଷେଇ କରି ଖାଇବା ସହିତ ସ୍ତ୍ରୀଙ୍କୁ ଖୁଆଇ ଦିଅନ୍ତି। ପୁଣି ଅପରାହ୍ନରେ କ୍ଷୀର ବିକିବାକୁ ବାହାରି ଯାଆନ୍ତି। ୨୦୧୦ରେ ସ୍ତ୍ରୀ ମାଧବୀ ତାଙ୍କ ହାତଛାଡ଼ି ଆରପାରିକୁ ଚାଲିଗଲେ। ତା’ପରେ ସମ୍ପୂର୍ଣ୍ଣ ନିଃସଙ୍ଗ ହୋଇଗଲେ ଜଗନ୍ନାଥ। ଏବେ ଆହାଃ ପଦେ କହିବାକୁ କେହି ନାହିଁ ତାଙ୍କ ପାଖରେ। ତଥାପି ହାରି ନାହାନ୍ତି ଜଗନ୍ନାଥ। ଆଜି ବି ସେଇ ଚିରାଚରିତ ଢଙ୍ଗରେ ସାଇକେଲରେ ପ୍ରାୟ ୧୨ରୁ୧୫ କି.ମି ରାସ୍ତା ବୁଲି କ୍ଷୀର ବିକୁଛନ୍ତି। ପୂର୍ବରୁ ଦୈନିକ ୨୫୦ଲିଟର କ୍ଷୀର ବିକ୍ରି କରୁଥିବାବେଳେ ଏବେ ବାର୍ଦ୍ଧ୍ୟକତା ପାଇଁ ୧୦୦ ଲିଟର ବିକୁଛନ୍ତି। ସେଥିରୁ ମିଳୁଥିବା ଦୈନିକ ୨୦୦ରୁ ୨୫୦ଟଙ୍କାରେ କଷ୍ଟେମଷ୍ଟେ ଚଳିଯାଉଛନ୍ତି। ଅଳ୍ପ ପାଠ ପଢ଼ିଥିବା ଜଗନ୍ନାଥ ନିଜେ ପରିଶ୍ରମ କରି ଅର୍ଥ ଉପାର୍ଜନ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କୌଣସି ବି ବ୍ୟବସାୟ ଛୋଟ ନୁହେଁ ବୋଲି ସେ କୁହନ୍ତି।

ରଶ୍ମିରେଖା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କାର୍ଯ୍ୟାଳୟରେ ଗଡୁଛି ବିଦ୍ୟୁତ୍‌ ବିଲ୍‌: ୩୯ ବିଭାଗର ବକେୟା ପଡ଼ିଛି ୨ କୋଟି ୭୭ ଲକ୍ଷ

ନୟାଗଡ଼ ଅଫିସ,୩୦।୧୧-ଘରୋଇ ହେଉ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଗୋଟିଏ ମାସରୁ ଅଧିକ ଦିନ ବିଲ୍‌ ପୈଠ ନ ହେଲେ ପର ଦିନ ବିଦ୍ୟୁତ୍‌ ବିଭାଗ ସଂଯୋଗ...

ଫୁଲବାଣୀ ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ଗୁଳିମାଡ଼

ଫୁଲବାଣୀ ଅଫିସ, ୩୦ା୪- କନ୍ଧମାଳ ଜିଲା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଏକ ବୋଲେରୋ ଗାଡିକୁ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଗାଡିରେ...

କଟକରୁ ୧୬୭ ପଜିଟିଭ ଚିହ୍ନଟ: ବାଉରି ସାହିରୁ ସର୍ବାଧିକ

କଟକ ଅଫିସ,୧୭।୮-କଟକ ସହରରେ ସୋମବାର ୧୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୨୧ ଜଣ ଚିହ୍ନଟ ହୋଇଥିବାବେଳେ କଣ୍ଟେନମେଣ୍ଟ ଜୋନରୁ...

ବିବାହ ପୂର୍ବରୁ ଉଠିଲା କୋକେଇ

ଝାରସୁଗୁଡା ଅଫିସ, ୯।୨: ବାହାଘର ଆଉ ମାସେ ଥିବାବେଳେ ନର୍ବନ୍ଧକୁ ଥିଲା ଆଉ୨ ଦିନ । ପୁଅ ବାହାଘରକୁ ନେଇ ପରିବାର ଲୋକେ ଆୟୋଜନରେ ଲାଗି...

ଯେଉଁଠି ପିସିଆର୍‌, ସେଇଠି ନିଶା ବେପାର

ଭୁବନେଶ୍ୱର,୨୨ା୧୧: ଯେଉଁଠି ପିସିଆର୍‌, ସେଇଠି ବି ଚାଲିଛି ବେଆଇନ ବେପାର। ଯେଉଁଥିପାଇଁ ରାଜଧାନୀରେ ଦିନକୁ ଦିନ ଅସାମାଜିକଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ଅପରାଧୀମାନେ ସରକାରୀ ଜମି...

ବ୍ରଜରାଜନଗର ଉପନିର୍ବାଚନ: ୩ଟା ସୁଦ୍ଧା ୫୭ % ମତଦାନ

ଝାରସୁଗୁଡ଼ା ଅଫିସ, ୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ସେହିପରି...

ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ

ରୁପ୍ରା ରୋଡ଼,୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ଗୋହିରାପଦର ରେଳ ଫାଟକ ନିକଟରେ ଶନିବାର ଏକ ଟ୍ରକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍‌ ହେଲପରଙ୍କ...

ଡାକ ବିଭାଗ ଚିଠି ଶଟିଂରେ ତ୍ରୁଟି: ଗଞ୍ଜାମ ଥାନା ଚିଠି ପହଞ୍ଚିଲା ହିଞ୍ଜିଳି ଥାନାରେ

ହିିଞ୍ଜିଳିକାଟୁ, ୧୯ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିିଳିକାଟୁ ଡାକ ବିଭାଗ କାର୍ଯ୍ୟାଳୟରେ ଚିଠି ଶଟିଂରେ ତ୍ରୁଟି ହେତୁ ଏକ ରେଜିଷ୍ଟ୍ରି ଚିଠି ଗଞ୍ଜାମ ଥାନା ପରିବର୍ତ୍ତେ ହିଞ୍ଜିିଳି...

Advertisement
Archives

Model This Week