ରେଲ୍‌ଓ୍ବେ ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ

ଯାଜପୁର ରୋଡ,୯ା୯(ଡି.ଏନ.ଏ.): ଯାଜପୁରରୋଡ୍‌ ରେଳ ଷ୍ଟେଶନର ଉତ୍ତର ପଟେ ଓଭରବ୍ରିଜ ନିର୍ମାଣରେ ବିଳମ୍ବକୁ ନେଇ ଯାଜପୁରରୋଡ୍‌ ଷ୍ଟେଶନ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁରରୋଡ ରେଳ ଷ୍ଟେଶନ ଗସ୍ତରେ ଆସିଥିବା ଡିଭିଜନର ଡିଆର୍‌ ୟୁସିସି ମେମ୍ବର ବିଜୟ କୁମାର ଧଳ, ରେଳବାଇ ଡେପୁଟି ଇଣ୍ଟେଲିଜେନ୍ସ ଅଫିସର୍‌ ପ୍ରଶାନ୍ତ କୁମାର ପରିଡ଼ା ଷ୍ଟେଶନ ମ୍ୟାନେଜର ସମୀର ରଞ୍ଜନ ସ୍ବାଇଁଙ୍କ ଉପସ୍ଥିତିରେ ସମସ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଓଭର ବ୍ରିଜ କାମ କାହିଁକି ଆଜିଯାଏ ଆରମ୍ଭ ହେଇନାହିଁ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ଏଥିସହିତ ଯାଜପୁରରୋଡକୁ ଡିଭିଜନ ଘୋଷଣା ସମେତ ୫ ଦଫା ଦାବି ନେଇ ଏକ ସ୍ମାରକପତ୍ର ଡିଆରୟୁସିସି ମେମ୍ବର ଧଳଙ୍କୁ ଦିଆଯାଇଛି। ଏ ସମସ୍ତ ଦାବିକୁ ନେଇ ଅକ୍ଟୋବର ୧୯ରେ ଖୋର୍ଦ୍ଧା ଡିଆରୟୁସିସି ବୈଠକରେ ଡିଆର୍‌ଏମଙ୍କୁ ପ୍ରଦାନ କରାଯାଇ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଧଳ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ସେଦିନ ମିଳିତ ମଞ୍ଚର ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ବୈଠକକୁ ଯାଇ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏ ସବୁ ଦାବି ତୁରନ୍ତ ପୂରଣ ନ ହେଲେ ସହରବାସୀ ଏକଜୁଟ ହୋଇ ଜନଆନ୍ଦୋଳନ କରିବେବୋଲି ଚେତାବନୀ ଦିଆଯାଇଛି। ବୈଠକରେ ମିଳିତ ମଞ୍ଚ ଆବାହକ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ରେଳବାଇ ଷ୍ଟେଶନ ପରାମର୍ଶଦାତା କମିଟି ସଦସ୍ୟ ଚିନ୍ତାମଣି ପାଢ଼ୀ, ସଦାଶିବ ଦାସ, ଡ. ଦୁଷ୍ମନ୍ତ କୁମାର ନାୟକ ପ୍ରମୁଖ ଅଂଶଗ୍ରହଣ କରି ଷ୍ଟେଶନର ବିବିଧ ସମସ୍ୟା ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri