ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ୫ ଟ୍ରକ୍ ଜବତ
ଗଞ୍ଜାମ,୫ା୮(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। ମାଫିଆଙ୍କ ଚୋରା ବାଲି ଗାଡି କେତେବେଳେ ପ୍ରଶାସନ ହାବୁଡ଼ରେ ପଡୁଛି ତ କେତେବେଳେ ଛୁ ମାରୁଛି। ଗୁରୁବାର ବିଳମ୍ବିତ ରାତିରେ ୫ ବାଲି ଟ୍ରକ ଜବତ କରିଛି…
ସୂଚନା ନ ଦେଇ ୨୪ ଗାଁରେ ବିଦ୍ୟୁତ୍ କାଟ୍, ଲୋକେ ଅସନ୍ତୋଷ
ଦିଗପହଣ୍ଡି,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ୍ରେ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ଳକ୍ର ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଛି। ଗୁରୁବାର ଦିଗପହଣ୍ଡି ବ୍ଳକ୍ର ଭୀଷ୍ମଗିରି ଫିଡର୍ ଅଧୀନରେ ଥିବା ଭୀଷ୍ମଗିରି, ଏସ୍.ଟିକରପଡା ଓ ଗଜପତି…
ପୁଣି ୫୧ ହଜାର ଟଙ୍କା ଜମାକଲେ ବିଡିଓ
ପୁରୁଷୋତ୍ତମପୁର,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅନ୍ନଯଜ୍ଞ ସାମଗ୍ରୀ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ସାମଗ୍ରୀ ବିକ୍ରି ପରେ ଗୁରୁବାର ବିଡିଓ ପୁଣି ୫୧ ହଜାର ୩ ଶହ ଟଙ୍କା ଅନ୍ନଯଜ୍ଞ ଆକାଉଣ୍ଟରେ…
ପୋଖରୀରେ ଭାସୁଛି ମୃତଦେହ
ଝାରସୁଗୁଡ଼ା ଅଫିସ,୫ା୮: ଝାରସୁଗୁଡ଼ା ଜିଲା ସଦର ଥାନା ଅନ୍ତର୍ଗତ ହଂସାମୁରା ପଞ୍ଚାୟତର ବେହେରାପାଟ ଗ୍ରାମର ମୁଣ୍ଡାପଡ଼ା ପୋଖରୀରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ ଗାଁଲୋକେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ…
ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା
ବାଲେଶ୍ୱର ଅଫିସ,୫ା୮: ବାଲେଶ୍ୱର ଜିଲା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁ ମୃତ୍ୟୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ପ୍ରକାଶ, ବାଲିଆପାଳ ଥାନା ଅଧିନସ୍ଥ ବଡ଼ସିମୁଳିଆ ଅଞ୍ଚଳର ଦିଲୀପ କୁମାର୍ ବୀର ସ୍ତ୍ରୀ ରବିନା ନାୟକଙ୍କୁ…
ପ୍ରଶାସନର ନିର୍ଦ୍ଦେଶ ମାନୁନାହାନ୍ତି ପରିମଳ ଠିକାଦାର
ଗଞ୍ଜାମ,୫ା୮(ଡି.ଏନ୍.ଏ.): ଗଞ୍ଜାମ ସହର ସାନବଜାରଠାରୁ ବଡ଼ ବଜାର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବୁଲା ଗାଈଗୋରୁ ପାଇଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଲେଣି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଏନଏସି ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରିବା ପରେ ଇଓ ଦାୟିତ୍ୱରେ ଥିବା ତହସିଲଦାର ଅରୁଣ…
ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ବାଲେଶ୍ୱର ଅଫିସ,୫ା୮: ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତ୍ତି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ସାମ୍ପ୍ରତିକ ସମୟରେ ଦେଖା ଦେଇଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବେଲଗାମ ଦରଦାମ ବୃଦ୍ଧି ଓ…
ଅନ୍ତେବାସୀ ଛାତ୍ରଙ୍କ ମୃତ୍ୟୁ, ଚିକିତ୍ସା ଅଭିଯୋଗ ଆଣିଲେ ପରିବାର ଲୋକେ
ନୀଳଗିରି,୫ା୮(ଡି.ଏନ୍.ଏ): ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତମ ଚିକିତ୍ସା ଯୋଗାଇବା ବଦଳରେ ଗୁରୁତର ଛାତ୍ରଙ୍କୁ ଘରକୁ ପଠାଇ ଦେଇଥିଲେ ଶିକ୍ଷକ। ଶୁକ୍ରବାର ଚିକତ୍ସା ହେଉଥିବା ବେଳେ ଆଖି ବୁଜିଛନ୍ତି। ଏଭଳି ଘଟଣା ବାଲେଶ୍ୱର ଜିଲା…
ଓଲିଟିଲା ପିକ୍ଅପ୍ ଭ୍ୟାନ୍, ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ
ଭବାନୀପାଟଣା,୫।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ପିପଲା ଗ୍ରାମ ନିକଟରେ ଶୁକ୍ରବାର ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ୩୦ରୁ ଊଦ୍ଧର୍ବ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ୮ ଜଣ ଶ୍ରମିକଙ୍କ…
ଗୁଣିଗାରେଡ଼ିକୁ ନେଇ ପୋଲିସକୁ ହତ୍ୟା ଧମକ
ଗଞ୍ଜାମ,୫ା୮(ଡି.ଏନ୍.ଏ.): କିଛି ମାସ ତଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନସ୍ଥ ଗଡ଼ହୁମା ଗ୍ରାମରେ ଗୁଣିଗାରେଡ଼ିକୁ ନେଇ ଦିଅର ଓ ଭାଇଜଙ୍କୁ ବାନ୍ଧି ଗ୍ରାମବାସୀ ମାଡ଼ ମାରିଥିବା ହୁମା ଫାଣ୍ଡିରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପରେ ହୁମା ପୋଲିସ ଯାଇ…
ସ୍ବାଧୀନତା ଦିବସରେ ଆତ୍ମାହୁତି ପାଇଁ ରାଷ୍ଟ୍ରପତିଙ୍କୁ ଚିଠି
ଖୁଣ୍ଟୁଣୀ,୫।୮(ଡି.ଏନ୍.ଏ.): ଖୁଣ୍ଟୁଣୀର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ସରକାର ଓ ପ୍ରଶାସନ ଅବହେଳା କରିଆସୁଛନ୍ତି। ଏହାର ପ୍ରତିବାଦରେ ସ୍ବାଧୀନତା ଦିବସରେ ଡାକ୍ତରଖାନା…
ସହଜ ହେଉନି ସମ୍ପର୍କ
ବଇଣ୍ଡା,୫ା୮:ପ୍ରଶାସନ ବୁଝୁନି ପଞ୍ଚାୟତର ଗୁରୁତ୍ୱ। ସେଥିପାଇଁ ଦୂରୀଭୂତ ହେଉନି ପାଞ୍ଚଟି ଗଁାର ଦୁଃସ୍ଥିତି। ବଦଳୁନି ଶୋଚନୀୟ ସଡ଼କ ଓ ଏହା ଉପରେ ଥିବା ନାଳର ଭାଗ୍ୟ। ପରିବର୍ତ୍ତନ ଆସୁନି ଏହି ଦୁଇ ପ୍ରମୁଖ ପ୍ରତିବନ୍ଧକରେ। ଏହି କାରଣରୁ ୩ ହଜାର ଲୋକ…

