ଗ୍ରାମବାସୀ ତିଆରି କଲେ କାଠପୋଲ

ସମ୍ବଲପୁର/ ନାକଟିଦେଉଳ,୧୦ା୯ (ବ୍ୟୁରୋ/ଡି.ଏନ.ଏ.): ବିକଶିତ ହେଉଛି ଦୁର୍ଗମ ଅଞ୍ଚଳ। ଏଭଳି ନାରା ଦେଉଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର ଭିନ୍ନ। ସାମାନ୍ୟ ନାଳ ଉପରେ ପୋଲ ନିର୍ମାଣ ପାଇଁ ଲୋକେ ସ୍ଥାନୀୟ ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଶେଷରେ ଗ୍ରାମବାସୀ ନିଜ ଉଦ୍ୟମରେ କାଠରେ ଅସ୍ଥାୟୀ ପୋଲ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅଞ୍ଚଳରେ।
ଏହି ବ୍ଲକ ଅନ୍ତର୍ଗତ ବଳମ ପଞ୍ଚାୟତର ଧଳତଇଲା-ମହକୁଦ ରାସ୍ତାରେ ରହିଛି ଅନକାବୁଡ଼ା ନାଳ। ଏହି ରାସ୍ତା ଉପରେ ଧଳତଇଲା, ଡିମିରିକୁଦା, ରଞ୍ଜା, ଗଞ୍ଜାବାହାଲ ଓ ବେତଝରଣ ଗ୍ରାମର ପ୍ରାୟ ୩ହଜାର ଲୋକ ନିର୍ଭର କରିଥାନ୍ତି। ସେମାନେ ବ୍ଲକ ମୁଖ୍ୟାଳୟଠାରୁ ଆରମ୍ଭ କରି ଡାକ୍ତରଖାନା, ତହସିଲ ଅଫିସକୁ ଏହି ରାସ୍ତାଦେଇ ଯାଇଥାନ୍ତି। ସ୍କୁଲ କଲେଜ ଛାତ୍ରୀଛାତ୍ର ମଧ୍ୟ ନାଳ ପାରି ହୋଇ ଯାଆନ୍ତି। ବିଶେଷ କରି ବର୍ଷାଦିନେ ଲୋକଙ୍କ ସମସ୍ୟା ଦ୍ୱଗୁଣିତ ହୋଇଥାଏ। ନାଳ ଉପରେ ପୋଲ ହେଲେ ୯କି.ମି. ଦୂରତା ଅତିକ୍ରମ କରି ସେମାନେ ବ୍ଲକ ଅଫିସରେ ପହଞ୍ଚତ୍ ପାରନ୍ତେ। ହେଲେ ପୋଲ ନ ଥିବାରୁ ସେମାନଙ୍କୁ ୧୯କି.ମି.ରାସ୍ତା ବୁଲି ବ୍ଲକକୁ ଯିବାକୁ ପଡ଼ୁଛି। ବାରମ୍ବାର ଗୁହାରି କରିବା ସତ୍ତ୍ୱେ ସୁଫଳ ନ ମିଳିବାରୁ ଉପରୋକ୍ତ ୫ ଗ୍ରାମର ଲୋକେ ନାଳ ଉପରେ କାଠପୋଲ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଶେଷରେ ନିଜେ ଶ୍ରମଦାନ କରି ୧୫୦ ମିଟର ଲମ୍ବ ଓ ୫ ଫୁଟ ଦୈର୍ଘ୍ୟର ପୋଲ ନିର୍ମାଣ କରିଛନ୍ତି। ଏହି ଘଟଣା ପ୍ରଚାର ହେବା ପରେ ଗ୍ରାମବାସୀ ଓ ସେମାନଙ୍କୁ ସହଯୋଗ କରିଥିବା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଏ ସମ୍ପର୍କରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ କହିଛନ୍ତି, ଉକ୍ତ ଗ୍ରାମଗୁଡିକୁ ବିକଳ୍ପ ରାସ୍ତା ରହିଛି। ଆର୍‌ଡି ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି। ନାଳ ଉପରେ ପୋଲ ନିର୍ମାଣ ହେଲେ ରାସ୍ତାର ଦୂରତା କମିଯିବ ବୋଲି କହୁଛନ୍ତି। ଏ ଦିଗରେ ଆମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ। ଲୋକଙ୍କ ସମସ୍ୟା ସମାଧାନ ପାଇଁ କାମ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ରୁ ବକେୟା ଉପଭୋକ୍ତାଙ୍କ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ବିଦ୍ୟୁତ୍‌ ବକେୟା ଦେଇ ନ ଥିବା ଉପଭୋକ୍ତାଙ୍କର ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍‌ କାଟ କରାଯିବ ବୋଲି ପୂର୍ବରୁ ସେସୁ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ତେବେ...

ସ୍କୁଲ ପଛପଟୁ ମିଳିଲା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ସୁନ୍ଦରଗଡ଼,୨।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅଧୀନ ଗର୍ଜନ ବାହାଲ ହାଇସ୍କୁଲ ପଛପଟୁ ମଙ୍ଗଳବାର ସକାଳେ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ଖବର ପାଇ ହେମଗିରି...

ଦେଖାଦେଲାଣି ଷ୍ଟେଜ୍‌-୩ ଆଶଙ୍କା, ସାମାଜିକ ସଂକ୍ରମଣକୁ ନେଇ ଅଧିକ ସତର୍କ ହେବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ...

ନବ ଦାସ ବିଜେଡିରେ ଯୋଗଦେବା ପରେ ଅନ୍ତର୍ଦ୍ୱନ୍ଦ୍ୱ ଜଣାପଡ଼ିଯାଇଥିଲା: ନରସିଂହ

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟଣାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି ନୂଆ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନବଙ୍କୁ...

ଟ୍ରକ୍‌ ଧକ୍କାରେ ମହିଳା ମୃତ, ସ୍ବାମୀ ଗୁରୁତର

ବ୍ରହ୍ମପୁର ଅଫିସ,୩ା୧- ମରଣଯନ୍ତା କୁହାଯାଉଥିବା ହଳଦିଆପଦର ଜାତୀୟ ରାଜପଥ ଏଣ୍ଟ୍ରି ପଏଣ୍ଟରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି। ବ୍ରହ୍ମପୁରରୁ ହଳଦିଆପଦର ଓଭରବ୍ରିଜ ଦେଇ...

ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ପଞ୍ଚୁପାଣ୍ଡବଙ୍କ ମନ୍ଦିର

ଡେରାବିଶ,୫ା୮(ସ୍ବ.ପ୍ର.): ପୌରାଣିକ ଓ ଐତିହାସିକ ତଥ୍ୟକୁ ଭିତ୍ତିକରି ବିଭିନ୍ନ ସ୍ଥାନରେ ଥିବା ଧର୍ମପୀଠଗୁଡ଼ିକ ପ୍ରାଚୀନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି। କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଧର୍ମପୀଠ...

ନୂଆ ରୂପରେ ନୂଆଁଖାଇ

ପଶ୍ଚିମ ଓଡିଶାର ଭିନ୍ନ ଏକ ପରମ୍ପରା ହେଉଛି କୃଷିଭିତ୍ତିକ ଗଣପର୍ବ ନବାନ୍ନ (ନୂଆଁଖାଇ)। ଏହି ପର୍ବକୁ ପଶ୍ଚିମ ଓଡିଶାବାସୀ ମୁଖ୍ୟପର୍ବ ଭାବେ ପାଳନ କରିଥାନ୍ତି। ଅନ୍ୟ...

ସିଗାରେଟ୍‌ରେ ଗଞ୍ଜେଇ ଭର୍ତ୍ତିକରି ବିକୁଥିଲେ

କଟକ ଅଫିସ, ୧୩।୨:  ଗଞ୍ଜେଇ ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ୨ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା...

Advertisement
Archives

Model This Week