ଉନ୍ନୟନ କାର୍ଯ୍ୟ ପାଇଁ ଭିକ୍ଷା ମାଗିଲେ ସରପଞ୍ଚ

କେନ୍ଦ୍ରାପଡ଼ା ଅଫିସ, ୧୦ା୯: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପେଗରପଡା ପଞ୍ଚାୟତବାସୀ ପ୍ରଶାସନିକ ଅବହେଳାର ଶିକାର ହୋଇଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ଲୋକ ପ୍ରତିନିଧି ଉନ୍ନୟନ କାର୍ଯ୍ୟ କରିବାରେ ବାଧା ଉପୁଜୁଛି। ସରକାରୀ ଯୋଜନା ଏହି ପଞ୍ଚାୟତରେ କାର୍ଯ୍ୟକାରୀ ହୋଇପାରୁନାହିଁ। ପଞ୍ଚାୟତର ଶର୍ତାବାଦ ଦାଣ୍ଡି(ରାସ୍ତା)ରେ କାଦୁଅ ଓ ପାଣି ଜମି ରହି ଦୁର୍ଗନ୍ଧ ହେଉଛି। ଏଥିସହ ରାସ୍ତାକୁ ସଂଯୋଗ କରୁଥିବା ୧ ନଂ. ଓ ୫ ନଂ. ୱାର୍ଡରେ ଥିବା ଅଧିବାସୀଙ୍କ ଘରେ ଘରେ ଥଣ୍ଡା ଓ ଜ୍ୱର ରୋଗୀ ଦେଖିବାକୁ ମିଳୁଛି। ଦାଣ୍ଡିରୁ ପାଣି ବାହାର କରି କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଘରକୁ ଘର ବୁଲି ଭିକ୍ଷା ମାଗୁଛନ୍ତି। ଏହା ଗତ ଦୁଇଦିନ ଧରି କେନ୍ଦ୍ରାପଡ଼ା ଜିଲାରେ ଆଲୋଚନାର ବିଷୟ ହୋଇଛି।
ଏ ସମ୍ପର୍କରେ ବିନୋଦ କୁମାର ସାହାଣୀ, ବିପ୍ରଚରଣ ନାୟକ, ସୌମ୍ୟରଞ୍ଜନ ପଲାଇ ପ୍ରମୁଖ କହିଛନ୍ତି, ପେଗରପଡ଼ା ପଞ୍ଚାୟତରେ ବାଲିଭାଣ୍ଡ, ପେଗରପଡା ଓ ପତ୍ରପୁର ରାଜସ୍ବ ଗ୍ରାମ
ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପାଇଁ ମୋଟ ୭୦୩ ପରିବାରର ୨,୫୧୪ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଏଥିରୁ ଏକ ତୃତୀୟାଂଶରୁ ଅଧିକ ଅର୍ଥାତ ୨୫୯ ପରିବାରର ୯୮୭ ଜଣ ଅନୁସୂଚିତ ଜାତିର ଅଛନ୍ତି। ଏହି ଶ୍ରମିକଙ୍କୁ କର୍ମନିଯୁକ୍ତି ମିଳିବା ତ ଦୂରର କଥା, ଘରୁ ବାହାରକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୦ ମସିହାରୁ ଅଦ୍ୟାବଧି ୨୯ଟି ଗ୍ରାମ ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ଦର୍ଶାଯାଉଥିଲେ ମଧ୍ୟ ସେହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ୧୯ଟି ରାସ୍ତା ନିର୍ମାଣ ମଞ୍ଜୁରୀ ପାଇଥିଲେ ମଧ୍ୟ କାର୍ଯ୍ୟାରମ୍ଭ ହୋଇନାହିଁ। ବାଲିଭାଣ୍ଡ ବଡପୋଖରୀଠାରୁ ଯୋର ପର୍ଯ୍ୟନ୍ତ ପୋଲ ସହ ରାସ୍ତା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ମଞ୍ଜୁରୀ ଅପେକ୍ଷାରେ ଅଛି। ଶର୍ତାବାଦ ଦାଣ୍ଡି ୧ ନଂ. ଓ ୫ ନଂ. ୱାର୍ଡକୁ ଲାଗିଛି। ଏହି ଦୁଇ ୱାର୍ଡରେ ୪୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗତ ଲଗାଣ ବର୍ଷା ଓ ବନ୍ୟାରେ ଦାଣ୍ଡିଟି ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଛି। ଦୀର୍ଘଦିନ ଧରି ଏହି ପାଣି ଜମି ରହିବାରୁ ଦୁର୍ଗନ୍ଧ ହେଉଛି। ପାଣି ପାଇଁ ଲୋକମାନେ ଜଳବାହିତ ରୋଗର ଶିକାର ହେଉଛନ୍ତି। ମ୍ୟାଲେରିଆ ବ୍ୟାପୁଛି। ସରକାରୀ ସାହାଯ୍ୟ ନ ମିଳିବାରୁ ୫ ନଂ. ୱାର୍ଡ ସଭ୍ୟ ଅକ୍ଷୟ ମଲ୍ଲିକ ମୂଲ ଲାଗି ଆଣିଥିବା ପଇସାରେ ମଶାରି କିଣି ବାଣ୍ଟୁଛନ୍ତି। ଉନ୍ନୟନ କାର୍ଯ୍ୟ ପାଇଁ ଭିକ୍ଷା ସମ୍ପର୍କରେ ସମିତିସଭ୍ୟ ପ୍ରବେସନ ମଲ୍ଲିକ ଓ ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲ୍ଲିକ କହିଛନ୍ତି, ଲୋକଙ୍କ ସମସ୍ୟା ସମାଧାନ ଆଶାରେ ଲୋକ ପ୍ରତିନିଧି ହୋଇଛୁ। ସମସ୍ୟା ସମ୍ପର୍କରେ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛୁ। ଶର୍ତାବାଦ ଦାଣ୍ଡି ଏବେ ଦୁଇ ୱାର୍ଡବାସୀଙ୍କ ପାଇଁ ବିପଦ ହୋଇଛି। ମଣିଷ ଓ ଗୃହପାଳିତ ପଶୁ ଯାତାୟାତ କରି ପାରୁନାହାନ୍ତି। ଏ ନେଇ ଗତ ଜନଶୁଣାଣିରେ ଜିଲାପାଳଙ୍କୁ ଅଭିଯୋଗ ପତ୍ର ଦେବା ସହ ସମାଧାନ ପାଇଁ ନିବେଦନ କରିଥିଲୁ। ଜିଲାପାଳ ଅମୃତ ଋତୁରାଜ ସମସ୍ୟାର ସମାଧାନ କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ପରଦିନ ବ୍ଲକ ପ୍ରଶାସନିକ ଅଧିକାରୀ ଦାଣ୍ଡି ଅଞ୍ଚଳ ବୁଲିବା ସହ ବାଲି ପକାଇବା ପାଇଁ ନିର୍ଦ୍ଦେଶ ଦେଲେ। ତେବେ ରାସ୍ତା କାମ ଆରମ୍ଭ ହେବାରୁ ଏହି କାମ ବନ୍ଦ କରିବାକୁ ଅଧିକାରୀ କହିଥିଲେ। ଲୋକଙ୍କ ଦୁର୍ଦ୍ଦଶା ଏବେ ଅଧିକ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆର୍ଥିକ ଓ ଶ୍ରମ ସହଯୋଗରେ ଭିକ୍ଷା କରୁଥିବା ସେମାନେ କହିଛନ୍ତି। ଗ୍ରାମର ଭଜନା ସୂତାର କହିଛନ୍ତି, ପ୍ରଶାସନିକ ଅଧିକାରୀଙ୍କ ଏପରି ଅସହଯୋଗ ଭାରି ବାଧୁଛି। ଏଥିପାଇଁ ଦାଣ୍ଡି ନିର୍ମାଣ ପାଇଁ ନିଜେ ଟଙ୍କା ଦେବା ସହ ଗ୍ରାମବାସୀ ଟଙ୍କା ଦେଉଛନ୍ତି। ଆବଶ୍ୟକ ପଡିଲେ ଶ୍ରମଦାନ ପାଇଁ ପ୍ରସ୍ତୁତ ଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀଙ୍କୁ ପଚାରିବାରେ ଘଟଣାଟି ଏବେ ନଜରକୁ ଆସିଛି। କେଉଁ ପରିସ୍ଥିତିରେ କାର୍ଯ୍ୟବନ୍ଦ ହୋଇଛି ସେ ନେଇ ଆଲୋଚନା କରିବାକୁ ଲୋକ ପ୍ରତିନିଧିଙ୍କ ସହ ରାଜକନିକା ବିଡିଓଙ୍କୁ ଡକାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଜି ନାମଲେଖା ପ୍ରକ୍ରିୟାରେ ପରିବର୍ତ୍ତନ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସାମ୍ସ ପୋର୍ଟାଲରେ ମାର୍କ ଦାଖଲ କରିବା ଅବଧିକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବୃଦ୍ଧି କରିଛି। ଗୁରୁବାର ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ...

ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ନିରାଶ

ଯାଜପୁର ଅଫିସ, ୧୮।୧୧: ଯାଜପୁର ଜିଲା ବଡ଼ଚଣା ବ୍ଲକରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ହଇରାଣ ହରକତ ହେଉଛନ୍ତି। ଏଥିରେ ବିଭାଗୀୟ ଅଧିକାରୀଙ୍କ...

ପ୍ରଶାସନ ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ

ଭଦ୍ରକ ଅଫିସ, ୨ା୪-ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ନିରାଶ୍ରୟ, ବହିରାଗତ, ଦିନମଜୁରିଆ, ବାହାରୁ ଆସି ଆଶ୍ରୟ ନେଇଥିବା ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ବାହାର...

ଅବକାରୀ ଚଢାଉ, ୫ ଗିରଫ

ବଇଣ୍ଡା,୬।୯(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଓ ଆଠମଲ୍ଲିକ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢାଉ କରି ୫୨ ଲିଟର ଦେଶୀ ମହୁଲି ମଦ...

ବଜେଟରେ ଜନଜାତି ସ୍ବାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦିଆଯାଉ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): କରୋନା କାଳରେ ସମଗ୍ର ବିଶ୍ୱରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ, ଜୀବିକା ଓ ଅର୍ଥନୀତି ପ୍ରଭାବିତ ହୋଇଛି। ତେବେ ସବୁଠାରୁ ଅଧିକ ଆଦିବାସୀ ଓ ପ୍ରବାସୀ ଶ୍ରମିକମାନେ...

କିସ୍ତି ଟଙ୍କା ଶୁଝି ନ ପାରି ଆତ୍ମହତ୍ୟା

ଯାଜପୁର ରୋଡ୍‌,୧୫ା୭(ଡି.ଏନ.ଏ.):ଯାଜପୁର ରୋଡ୍‌ ଥାନା ଅଧୀନ ସାପଗାଡ଼ିଆ ଗାଁରେ କିସ୍ତି ଟଙ୍କା ପରିଶୋଧ କରି ନ ପାରିବାରୁ ଦୀନବନ୍ଧୁ ମଣ୍ଡଳ ନାମକ ଜଣେ ବ୍ୟକ୍ତି ଗୁରୁବାର...

ସରକାରୀ ବସ୍‌ରୁ ୨୩ କେଜି ଗଞ୍ଜେଇ ଜବତ

କରଞ୍ଜିଆ,୧୩ା୩: ଅନୁଗୋଳରୁ ଭାୟା ରାଇରଙ୍ଗପୁର ଦେଇ ବାରିପଦା ଯାଉଥିବା ଏକ ସରକାରୀ ବସ୍‌ରୁ ୨୩ କେଜି ଗଞ୍ଜେଇ ଜବତ ହୋଇଛି। ଯଶିପୁର ବସ୍‌ ଷ୍ଟାଣ୍ଡରୁ ପୋଲିସ...

ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ସଜନାଗଡ଼,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଜଙ୍ଗଲରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ସେ ହେଲେ ବରହମପୁର ଥାନା ଅଧୀନ କେସିପୁର ପଞ୍ଚାୟତ...

Advertisement
Archives

Model This Week