ଉନ୍ନୟନ କାର୍ଯ୍ୟ ପାଇଁ ଭିକ୍ଷା ମାଗିଲେ ସରପଞ୍ଚ

କେନ୍ଦ୍ରାପଡ଼ା ଅଫିସ, ୧୦ା୯: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପେଗରପଡା ପଞ୍ଚାୟତବାସୀ ପ୍ରଶାସନିକ ଅବହେଳାର ଶିକାର ହୋଇଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ଲୋକ ପ୍ରତିନିଧି ଉନ୍ନୟନ କାର୍ଯ୍ୟ କରିବାରେ ବାଧା ଉପୁଜୁଛି। ସରକାରୀ ଯୋଜନା ଏହି ପଞ୍ଚାୟତରେ କାର୍ଯ୍ୟକାରୀ ହୋଇପାରୁନାହିଁ। ପଞ୍ଚାୟତର ଶର୍ତାବାଦ ଦାଣ୍ଡି(ରାସ୍ତା)ରେ କାଦୁଅ ଓ ପାଣି ଜମି ରହି ଦୁର୍ଗନ୍ଧ ହେଉଛି। ଏଥିସହ ରାସ୍ତାକୁ ସଂଯୋଗ କରୁଥିବା ୧ ନଂ. ଓ ୫ ନଂ. ୱାର୍ଡରେ ଥିବା ଅଧିବାସୀଙ୍କ ଘରେ ଘରେ ଥଣ୍ଡା ଓ ଜ୍ୱର ରୋଗୀ ଦେଖିବାକୁ ମିଳୁଛି। ଦାଣ୍ଡିରୁ ପାଣି ବାହାର କରି କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଘରକୁ ଘର ବୁଲି ଭିକ୍ଷା ମାଗୁଛନ୍ତି। ଏହା ଗତ ଦୁଇଦିନ ଧରି କେନ୍ଦ୍ରାପଡ଼ା ଜିଲାରେ ଆଲୋଚନାର ବିଷୟ ହୋଇଛି।
ଏ ସମ୍ପର୍କରେ ବିନୋଦ କୁମାର ସାହାଣୀ, ବିପ୍ରଚରଣ ନାୟକ, ସୌମ୍ୟରଞ୍ଜନ ପଲାଇ ପ୍ରମୁଖ କହିଛନ୍ତି, ପେଗରପଡ଼ା ପଞ୍ଚାୟତରେ ବାଲିଭାଣ୍ଡ, ପେଗରପଡା ଓ ପତ୍ରପୁର ରାଜସ୍ବ ଗ୍ରାମ
ରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପାଇଁ ମୋଟ ୭୦୩ ପରିବାରର ୨,୫୧୪ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଏଥିରୁ ଏକ ତୃତୀୟାଂଶରୁ ଅଧିକ ଅର୍ଥାତ ୨୫୯ ପରିବାରର ୯୮୭ ଜଣ ଅନୁସୂଚିତ ଜାତିର ଅଛନ୍ତି। ଏହି ଶ୍ରମିକଙ୍କୁ କର୍ମନିଯୁକ୍ତି ମିଳିବା ତ ଦୂରର କଥା, ଘରୁ ବାହାରକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୨୦ ମସିହାରୁ ଅଦ୍ୟାବଧି ୨୯ଟି ଗ୍ରାମ ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ଦର୍ଶାଯାଉଥିଲେ ମଧ୍ୟ ସେହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ୧୯ଟି ରାସ୍ତା ନିର୍ମାଣ ମଞ୍ଜୁରୀ ପାଇଥିଲେ ମଧ୍ୟ କାର୍ଯ୍ୟାରମ୍ଭ ହୋଇନାହିଁ। ବାଲିଭାଣ୍ଡ ବଡପୋଖରୀଠାରୁ ଯୋର ପର୍ଯ୍ୟନ୍ତ ପୋଲ ସହ ରାସ୍ତା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ମଞ୍ଜୁରୀ ଅପେକ୍ଷାରେ ଅଛି। ଶର୍ତାବାଦ ଦାଣ୍ଡି ୧ ନଂ. ଓ ୫ ନଂ. ୱାର୍ଡକୁ ଲାଗିଛି। ଏହି ଦୁଇ ୱାର୍ଡରେ ୪୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗତ ଲଗାଣ ବର୍ଷା ଓ ବନ୍ୟାରେ ଦାଣ୍ଡିଟି ସମ୍ପୂର୍ଣ୍ଣ ପାଣିରେ ବୁଡି ରହିଛି। ଦୀର୍ଘଦିନ ଧରି ଏହି ପାଣି ଜମି ରହିବାରୁ ଦୁର୍ଗନ୍ଧ ହେଉଛି। ପାଣି ପାଇଁ ଲୋକମାନେ ଜଳବାହିତ ରୋଗର ଶିକାର ହେଉଛନ୍ତି। ମ୍ୟାଲେରିଆ ବ୍ୟାପୁଛି। ସରକାରୀ ସାହାଯ୍ୟ ନ ମିଳିବାରୁ ୫ ନଂ. ୱାର୍ଡ ସଭ୍ୟ ଅକ୍ଷୟ ମଲ୍ଲିକ ମୂଲ ଲାଗି ଆଣିଥିବା ପଇସାରେ ମଶାରି କିଣି ବାଣ୍ଟୁଛନ୍ତି। ଉନ୍ନୟନ କାର୍ଯ୍ୟ ପାଇଁ ଭିକ୍ଷା ସମ୍ପର୍କରେ ସମିତିସଭ୍ୟ ପ୍ରବେସନ ମଲ୍ଲିକ ଓ ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲ୍ଲିକ କହିଛନ୍ତି, ଲୋକଙ୍କ ସମସ୍ୟା ସମାଧାନ ଆଶାରେ ଲୋକ ପ୍ରତିନିଧି ହୋଇଛୁ। ସମସ୍ୟା ସମ୍ପର୍କରେ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛୁ। ଶର୍ତାବାଦ ଦାଣ୍ଡି ଏବେ ଦୁଇ ୱାର୍ଡବାସୀଙ୍କ ପାଇଁ ବିପଦ ହୋଇଛି। ମଣିଷ ଓ ଗୃହପାଳିତ ପଶୁ ଯାତାୟାତ କରି ପାରୁନାହାନ୍ତି। ଏ ନେଇ ଗତ ଜନଶୁଣାଣିରେ ଜିଲାପାଳଙ୍କୁ ଅଭିଯୋଗ ପତ୍ର ଦେବା ସହ ସମାଧାନ ପାଇଁ ନିବେଦନ କରିଥିଲୁ। ଜିଲାପାଳ ଅମୃତ ଋତୁରାଜ ସମସ୍ୟାର ସମାଧାନ କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ପରଦିନ ବ୍ଲକ ପ୍ରଶାସନିକ ଅଧିକାରୀ ଦାଣ୍ଡି ଅଞ୍ଚଳ ବୁଲିବା ସହ ବାଲି ପକାଇବା ପାଇଁ ନିର୍ଦ୍ଦେଶ ଦେଲେ। ତେବେ ରାସ୍ତା କାମ ଆରମ୍ଭ ହେବାରୁ ଏହି କାମ ବନ୍ଦ କରିବାକୁ ଅଧିକାରୀ କହିଥିଲେ। ଲୋକଙ୍କ ଦୁର୍ଦ୍ଦଶା ଏବେ ଅଧିକ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆର୍ଥିକ ଓ ଶ୍ରମ ସହଯୋଗରେ ଭିକ୍ଷା କରୁଥିବା ସେମାନେ କହିଛନ୍ତି। ଗ୍ରାମର ଭଜନା ସୂତାର କହିଛନ୍ତି, ପ୍ରଶାସନିକ ଅଧିକାରୀଙ୍କ ଏପରି ଅସହଯୋଗ ଭାରି ବାଧୁଛି। ଏଥିପାଇଁ ଦାଣ୍ଡି ନିର୍ମାଣ ପାଇଁ ନିଜେ ଟଙ୍କା ଦେବା ସହ ଗ୍ରାମବାସୀ ଟଙ୍କା ଦେଉଛନ୍ତି। ଆବଶ୍ୟକ ପଡିଲେ ଶ୍ରମଦାନ ପାଇଁ ପ୍ରସ୍ତୁତ ଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀଙ୍କୁ ପଚାରିବାରେ ଘଟଣାଟି ଏବେ ନଜରକୁ ଆସିଛି। କେଉଁ ପରିସ୍ଥିତିରେ କାର୍ଯ୍ୟବନ୍ଦ ହୋଇଛି ସେ ନେଇ ଆଲୋଚନା କରିବାକୁ ଲୋକ ପ୍ରତିନିଧିଙ୍କ ସହ ରାଜକନିକା ବିଡିଓଙ୍କୁ ଡକାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?