ସୂର୍ଯ୍ୟମନ୍ଦିରରୁ ବାଲିକଢ଼ାକୁ ନେଇ ସଂଶୟ

ପୁରୀ ଅଫିସ,୧୦।୯: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଗଲେ ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଛି। ବାଲି କଢାଯିବା ପ୍ରକ୍ରିୟା ଠିକ୍‌ ଅଛି କି ନାହିଁ, ଏହାଦ୍ୱାରା ମନ୍ଦିର ଉପରେ କ’ଣ ପ୍ରଭାବ ପଡ଼ିବ ଏବଂ ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ସମେତ ଅଂଶୀଦାରମାନଙ୍କ ସହଯୋଗ ରହିଛି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଶୁକ୍ରବାରଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚୂଡ଼ାନ୍ତ ପରିଣାମ ନେଇ ସଂଶୟ ସୃଷ୍ଟି ହୋଇଛି।
ଏଏସ୍‌ଆଇ ଅଧିକାରୀ ଧିଲୋନ ମିଶ୍ରଙ୍କ ସୂଚନା ଅନୁଯାୟୀ, ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ପାଇଁ ଦକ୍ଷିଣ ଓ ପଶ୍ଚିମ ପଟେ ୪୫ ଫୁଟ୍‌ ଉଚ୍ଚତାର ୱାକିଂ ପ୍ଲାଟଫର୍ମ ତିଆରି କରାଯିବ। ତାହାରି ଉପରେ ଚଢ଼ି ମନ୍ଦିର ଗର୍ଭଗୃହରେ ପ୍ରବେଶ ପାଇଁ ୪ଫୁଟ୍‌ ଚଉଡ଼ା ଓ ୫ଫୁଟ୍‌ ଲମ୍ବର ଗର୍ତ୍ତ ଖୋଳାଯାଇ ବାଲି କଢ଼ାଯିବ। ସମ୍ପ୍ରତି ଏଏସ୍‌ଆଇ ସମ୍ପୃକ୍ତ ୱାକିଂ ପ୍ଲାଟଫର୍ମର ଲେ-ଆଉଟ ତିଆରି କରିବାରେ ଲାଗିପଡ଼ିଛି। ଏହାପରେ ପଥର ବାହାର କରାଯାଇ ଭିତରକୁ ଯାଇ ବାଲି କାଢିବାକୁ ପ୍ରୟାସ ହେବ। ଏହି କାର୍ଯ୍ୟ ପ୍ରାୟ ୩ବର୍ଷ ଚାଲିବ ବୋଲି ମିଶ୍ର କହିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ବାଲିକୁ ସୂର୍ଯ୍ୟମନ୍ଦିରରୁ ବାହାର କରିବା ଭଳି ନିଷ୍ପତ୍ତି ନେବା ପୂର୍ବରୁ ଏଏସ୍‌ଆଇ ରାଜ୍ୟ ସରକାରଙ୍କ ସମେତ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିଛି କି ନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି, କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏଏସ୍‌ଆଇ ଅଧୀନରେ ରହିଥିବାରୁ ରାଜ୍ୟ ସଂସ୍କୃତି ବିଭାଗର କୌଣସି ସଂପୃକ୍ତି ନାହିଁ। ଏଏସ୍‌ଆଇ ନିଜ ଦାୟିତ୍ୱରେ କାର୍ଯ୍ୟ ପରିଚାଳିତ କରୁଛି। ଅନ୍ୟପକ୍ଷରେ ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ୨୦୨୦ ଜୁନ୍‌ ୧୧ରେ ଏକ ବୈଷୟିକ କମିିଟି ଗଠନ ହୋଇଥିଲା। ସମ୍ପ୍ରତି ଏଏସ୍‌ଆଇ ଉକ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ବୈଷୟିକ ଟିମ୍‌ର ପରାମର୍ଶ ନିଆଯାଇନାହିଁ। କୋଣାର୍କ ବୈଷୟିକ କମିଟି ସଦସ୍ୟ ଏ.କେ. ପଟେଲ କହିଛନ୍ତି, ବାଲିକଢ଼ା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲୁ। ଏନେଇ ବୈଷୟିକ୍‌ ଟିମ୍‌ ନିକଟରେ କୌଣସି ବିଧିବଦ୍ଧ ସୂଚନା ନାହିଁ। ଏଏସ୍‌ଆଇ ପକ୍ଷରୁ କେହି ଆମ ସହ ଆଲୋଚନା କରିନାହାନ୍ତି। ସେହିପରି ପୂର୍ବତନ ଏଏସ୍‌ଆଇ ଅଧିକାରୀ ଜୀବନ ପଟ୍ଟନାୟକ କହିଛନ୍ତି, ୧୧୯ ବର୍ଷ ପୂର୍ବେ ଯେଉଁ ବାଲି ଭର୍ତ୍ତି କରାଯାଇଥିଲା ତାହା ବାହାର କରାଯାଉ, ଏଥିରେ କୌଣସି ଅସୁବିଧା ନାହିଁ। ମାତ୍ର ଏନେଇ ପ୍ରଥମେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଉଚିତ। ଭାରତ ସରକାର ସବୁ ଦିଗରୁ ସଚେତନ ହୋଇ ଆଲୋଚନା କରି କାର୍ଯ୍ୟ କରନ୍ତୁ। ଖଡ଼ଗପୁର ଆଇଆଇଟିର ପୂର୍ବତନ ପ୍ରଫେସର ଓମ୍‌କାର ନାଥ ମହାନ୍ତି କହିଛନ୍ତି, ଯେକୌଣସି ବିଶ୍ୱ ଐତିହ୍ୟରୁ ବାଲି କଢ଼ାଯିବାର ଏହା ପ୍ରଥମ ଉଦାହରଣ। ଏଣୁ ଏନେଇ କୌଣସି ଅଭିଜ୍ଞତା ବିନା ପରିଣାମକୁ ନେଇ ଦ୍ୱନ୍ଦ୍ୱ ରହିଛି। ଗୋଟିଏ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ବାଲି ରହିବା ଫଳରେ ମନ୍ଦିରର ଭିତର ସ୍ଥିତି କିଭଳି ଥିବ ଓ ବାଲି ବାହାର କରିବା ପରେ ସ୍ଥିତି କିଭଳି ହେବ ସେନେଇ ଆଶଙ୍କା ଦେଖାଦେଇଛି। ବାଲି କାଢ଼ିବା ପାଇଁ ପ୍ରଥମେ ବଡ଼ ବଡ଼ ପଥରକୁ କାଢ଼ିବାକୁ ପଡ଼ିବ। ଅନେକ ସ୍ଥାନରେ ବାଲି ଶକ୍ତ ହୋଇଯାଇଥିବ, ଯାହାକୁ କାଢିବାରେ ବଡ଼ ଯନ୍ତ୍ରାଂଶ ବ୍ୟବହାର କରିବାକୁ ପଡ଼ିପାରେ। ଏହା ମନ୍ଦିର ପାଇଁ ବିପଦ ବଢ଼ାଇବ ବୋଲି ମହାନ୍ତି ମତ ଦେଇଛନ୍ତି। କୋଣାର୍କ ସୁରକ୍ଷା ସମିତିର ସମ୍ପାଦକ ରାମକୃଷ୍ଣ ମହାନ୍ତି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗକୁ ନେଇ ଏକ କମିଟି କରାଯାଇଥିଲା। ସେହି କମିଟିକୁ ମଧ୍ୟ ଏଏସ୍‌ଆଇ ଅବଗତ କରିନାହିଁ। ସର୍ବସମ୍ମତ କ୍ରମେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରାଯାଉ। ବାଲି କଢ଼ା ପାଇଁ କି କି ପ୍ରକ୍ରିୟା ସବୁ ଗ୍ରହଣ କରାଯିବ ସେନେଇ ନିର୍ଦ୍ଦିଷ୍ଟ ଭାବେ ଏଏସ୍‌ଆଇ ସ୍ପଷ୍ଟୀକରଣ ଦେଉ ଓ ସମ୍ପୃକ୍ତ ତଥ୍ୟକୁ ସାର୍ବଜନୀନ କରାଯିବାକୁ ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri