ସୂର୍ଯ୍ୟମନ୍ଦିରରୁ ବାଲିକଢ଼ାକୁ ନେଇ ସଂଶୟ

ପୁରୀ ଅଫିସ,୧୦।୯: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ାଗଲେ ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସେ ନେଇ ଆଶଙ୍କା ଦେଖାଦେଇଛି। ବାଲି କଢାଯିବା ପ୍ରକ୍ରିୟା ଠିକ୍‌ ଅଛି କି ନାହିଁ, ଏହାଦ୍ୱାରା ମନ୍ଦିର ଉପରେ କ’ଣ ପ୍ରଭାବ ପଡ଼ିବ ଏବଂ ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ସମେତ ଅଂଶୀଦାରମାନଙ୍କ ସହଯୋଗ ରହିଛି କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଶୁକ୍ରବାରଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚୂଡ଼ାନ୍ତ ପରିଣାମ ନେଇ ସଂଶୟ ସୃଷ୍ଟି ହୋଇଛି।
ଏଏସ୍‌ଆଇ ଅଧିକାରୀ ଧିଲୋନ ମିଶ୍ରଙ୍କ ସୂଚନା ଅନୁଯାୟୀ, ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ପାଇଁ ଦକ୍ଷିଣ ଓ ପଶ୍ଚିମ ପଟେ ୪୫ ଫୁଟ୍‌ ଉଚ୍ଚତାର ୱାକିଂ ପ୍ଲାଟଫର୍ମ ତିଆରି କରାଯିବ। ତାହାରି ଉପରେ ଚଢ଼ି ମନ୍ଦିର ଗର୍ଭଗୃହରେ ପ୍ରବେଶ ପାଇଁ ୪ଫୁଟ୍‌ ଚଉଡ଼ା ଓ ୫ଫୁଟ୍‌ ଲମ୍ବର ଗର୍ତ୍ତ ଖୋଳାଯାଇ ବାଲି କଢ଼ାଯିବ। ସମ୍ପ୍ରତି ଏଏସ୍‌ଆଇ ସମ୍ପୃକ୍ତ ୱାକିଂ ପ୍ଲାଟଫର୍ମର ଲେ-ଆଉଟ ତିଆରି କରିବାରେ ଲାଗିପଡ଼ିଛି। ଏହାପରେ ପଥର ବାହାର କରାଯାଇ ଭିତରକୁ ଯାଇ ବାଲି କାଢିବାକୁ ପ୍ରୟାସ ହେବ। ଏହି କାର୍ଯ୍ୟ ପ୍ରାୟ ୩ବର୍ଷ ଚାଲିବ ବୋଲି ମିଶ୍ର କହିଛନ୍ତି। ତେବେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ବାଲିକୁ ସୂର୍ଯ୍ୟମନ୍ଦିରରୁ ବାହାର କରିବା ଭଳି ନିଷ୍ପତ୍ତି ନେବା ପୂର୍ବରୁ ଏଏସ୍‌ଆଇ ରାଜ୍ୟ ସରକାରଙ୍କ ସମେତ ଅନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିଛି କି ନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି, କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏଏସ୍‌ଆଇ ଅଧୀନରେ ରହିଥିବାରୁ ରାଜ୍ୟ ସଂସ୍କୃତି ବିଭାଗର କୌଣସି ସଂପୃକ୍ତି ନାହିଁ। ଏଏସ୍‌ଆଇ ନିଜ ଦାୟିତ୍ୱରେ କାର୍ଯ୍ୟ ପରିଚାଳିତ କରୁଛି। ଅନ୍ୟପକ୍ଷରେ ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ୨୦୨୦ ଜୁନ୍‌ ୧୧ରେ ଏକ ବୈଷୟିକ କମିିଟି ଗଠନ ହୋଇଥିଲା। ସମ୍ପ୍ରତି ଏଏସ୍‌ଆଇ ଉକ୍ତ କାର୍ଯ୍ୟ କରୁଥିଲେ ମଧ୍ୟ ବୈଷୟିକ ଟିମ୍‌ର ପରାମର୍ଶ ନିଆଯାଇନାହିଁ। କୋଣାର୍କ ବୈଷୟିକ କମିଟି ସଦସ୍ୟ ଏ.କେ. ପଟେଲ କହିଛନ୍ତି, ବାଲିକଢ଼ା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲୁ। ଏନେଇ ବୈଷୟିକ୍‌ ଟିମ୍‌ ନିକଟରେ କୌଣସି ବିଧିବଦ୍ଧ ସୂଚନା ନାହିଁ। ଏଏସ୍‌ଆଇ ପକ୍ଷରୁ କେହି ଆମ ସହ ଆଲୋଚନା କରିନାହାନ୍ତି। ସେହିପରି ପୂର୍ବତନ ଏଏସ୍‌ଆଇ ଅଧିକାରୀ ଜୀବନ ପଟ୍ଟନାୟକ କହିଛନ୍ତି, ୧୧୯ ବର୍ଷ ପୂର୍ବେ ଯେଉଁ ବାଲି ଭର୍ତ୍ତି କରାଯାଇଥିଲା ତାହା ବାହାର କରାଯାଉ, ଏଥିରେ କୌଣସି ଅସୁବିଧା ନାହିଁ। ମାତ୍ର ଏନେଇ ପ୍ରଥମେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଉଚିତ। ଭାରତ ସରକାର ସବୁ ଦିଗରୁ ସଚେତନ ହୋଇ ଆଲୋଚନା କରି କାର୍ଯ୍ୟ କରନ୍ତୁ। ଖଡ଼ଗପୁର ଆଇଆଇଟିର ପୂର୍ବତନ ପ୍ରଫେସର ଓମ୍‌କାର ନାଥ ମହାନ୍ତି କହିଛନ୍ତି, ଯେକୌଣସି ବିଶ୍ୱ ଐତିହ୍ୟରୁ ବାଲି କଢ଼ାଯିବାର ଏହା ପ୍ରଥମ ଉଦାହରଣ। ଏଣୁ ଏନେଇ କୌଣସି ଅଭିଜ୍ଞତା ବିନା ପରିଣାମକୁ ନେଇ ଦ୍ୱନ୍ଦ୍ୱ ରହିଛି। ଗୋଟିଏ ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ବାଲି ରହିବା ଫଳରେ ମନ୍ଦିରର ଭିତର ସ୍ଥିତି କିଭଳି ଥିବ ଓ ବାଲି ବାହାର କରିବା ପରେ ସ୍ଥିତି କିଭଳି ହେବ ସେନେଇ ଆଶଙ୍କା ଦେଖାଦେଇଛି। ବାଲି କାଢ଼ିବା ପାଇଁ ପ୍ରଥମେ ବଡ଼ ବଡ଼ ପଥରକୁ କାଢ଼ିବାକୁ ପଡ଼ିବ। ଅନେକ ସ୍ଥାନରେ ବାଲି ଶକ୍ତ ହୋଇଯାଇଥିବ, ଯାହାକୁ କାଢିବାରେ ବଡ଼ ଯନ୍ତ୍ରାଂଶ ବ୍ୟବହାର କରିବାକୁ ପଡ଼ିପାରେ। ଏହା ମନ୍ଦିର ପାଇଁ ବିପଦ ବଢ଼ାଇବ ବୋଲି ମହାନ୍ତି ମତ ଦେଇଛନ୍ତି। କୋଣାର୍କ ସୁରକ୍ଷା ସମିତିର ସମ୍ପାଦକ ରାମକୃଷ୍ଣ ମହାନ୍ତି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗକୁ ନେଇ ଏକ କମିଟି କରାଯାଇଥିଲା। ସେହି କମିଟିକୁ ମଧ୍ୟ ଏଏସ୍‌ଆଇ ଅବଗତ କରିନାହିଁ। ସର୍ବସମ୍ମତ କ୍ରମେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରାଯାଉ। ବାଲି କଢ଼ା ପାଇଁ କି କି ପ୍ରକ୍ରିୟା ସବୁ ଗ୍ରହଣ କରାଯିବ ସେନେଇ ନିର୍ଦ୍ଦିଷ୍ଟ ଭାବେ ଏଏସ୍‌ଆଇ ସ୍ପଷ୍ଟୀକରଣ ଦେଉ ଓ ସମ୍ପୃକ୍ତ ତଥ୍ୟକୁ ସାର୍ବଜନୀନ କରାଯିବାକୁ ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?