ଜଗତ୍‌ସିଂହପୁରରେ ହେବ ଗାମ୍ବୁସିଆ ମାଛ ଚାଷ

ଜଗତ୍‌ସିଂହପୁର ଅଫିସ, ୧୦ା୯: ଜଗତ୍‌ସିଂହପୁର ଜିଲାରେ ସନ୍ତୋଷଜନକ ଭାବେ ଅଲ୍‌ଟ୍ରାସାଉଣ୍ଡ ସେବା ଉପଲବ୍ଧ ହେଉନାହିଁ। ବିଶେଷକରି ସରକାରୀ ଡାକ୍ତରଖାନାରେ ଏହି ଅଭାବ ଚିନ୍ତାର କାରଣ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଛି। କିନ୍ତୁ ଏହାକୁ ଚଳାଇବା ପାଇଁ ରେଡିଓଲୋଜିଷ୍ଟ ନାହାନ୍ତି ଯଦ୍ଦ୍ବାରା ପ୍ରତ୍ୟହ ବହୁସଂଖ୍ୟକ ଲୋକ ବେସରକାରୀ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। କୁରନ୍ତ ଏହି ପଦବୀ ପୂରଣ ପାଇଁ ରୋଗୀ କଲ୍ୟାଣ ସମିତି ସଭ୍ୟ ଗୌରାଙ୍ଗ ଚରଣ ହୋତା ଦାବି କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ସମ୍ମିଳନୀ କକ୍ଷରେ ଆୟୋଜିତ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ ବୈଠକରେ ଏ କଥା ଆଲୋଚନା ହେବା ପରେ ରେଡିଓଲୋଜିଷ୍ଟ ପଦବୀ ପୂରଣ ପାଇଁ ବିଭାଗକୁ ଅନୁରୋଧ କରାଯିବ ବୋଲି କୁହାଯାଇଛି। ଜିଲାପାଳ ପାରୁଲ ପଟୱାରୀ ବୈଠକରେ ପୌରୋହିତ୍ୟ କରିଥିଲେ। ଏଥିରେ କୁହାଯାଇଥିଲା ମାଈ ଏନୋଫିଲିସ୍‌ ମଶାଙ୍କ ଯୋଗୁ ମ୍ୟାଲେରିଆ ହେଉଛି। ବିଶେଷକରି ବର୍ଷାଦିନେ ବିଭିନ୍ନ ସ୍ଥାନରେ ପାଣି ଜମି ମଶାବଂଶ ବୃଦ୍ଧି ପାଉଛି। ଏହି ମଶାଙ୍କ ଅଣ୍ଡା ବା ଲାଭା ଗାମ୍ବୁସିଆ ମାଛ ଖାଇଦିଅନ୍ତି। ତେଣୁ ଗାମ୍ବୁସିଆ ମାଛଚାଷ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜମି ଚିହ୍ନଟ ପରେ ଚାଷ ଆରମ୍ଭ ହେବ। ଗାମ୍ବୁସିଆ ଚାଷ ସଫଳ ହେଲେ ଏଗୁଡିକୁ ସହରର ଡ୍ରେନ୍‌ ଓ ପାଣି ଜମିରହି ମଶାବଂଶ ବୃଦ୍ଧି ପାଉଥିବା ସ୍ଥାନରେ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ଏହାଛଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମାତୃ ଶିଶୁ ସ୍ବାସ୍ଥ୍ୟ (ଏମ୍‌ସିଏଚ୍‌) ୱାର୍ଡ ପାଇଁ ୬ ମହଲା ବିଲ୍ଡିଂ ନିର୍ମାଣାଧୀନ ରହିଛି। ଏହି ପରିସରରେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଓ ନୂଆ ଓପିଡି ବିଲ୍ଡିଂ ୩ ମହଲା ବିଶିଷ୍ଟ। ସରକାରୀ ନିୟମ ଅନୁଯାୟୀ ୩ ଓ ତଦୂର୍ଦ୍ଧ୍ୱ ମହଲା ବିଶିଷ୍ଟ ବିଲ୍ଡିଂରେ ଫାୟାର ଏକ୍‌ଜିଟ୍‌ ଅର୍ଥାତ୍‌ ପ୍ରବେଶ ପ୍ରସ୍ଥାନ ବ୍ୟବସ୍ଥା ରହିବା ଉଚିତ। ଯେହେତୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ନାହିଁ ତେଣୁ ତାହା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଜିଲା ମୁଖ୍ୟାଳୟରେ ମୃତଦେହ ବ୍ୟବଚ୍ଛେଦ ଗୃହ ଅଛି। କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ କ୍ୟାପିଟାଲ ହସ୍ପିଟାଲର ବ୍ୟବଚ୍ଛେଦ ବିଲ୍ଡିଂ ଭଳି ଏହାକୁ କରାଯିବା ପାଇଁ ସ୍ଥିର କରାଯାଇଥିଲା। ଜମି ଚିହ୍ନଟ ପରେ ପ୍ରକ୍ରିୟା ଆଗେଇବ। ଏହା ବାଦ୍‌ ଜିଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ବିଲ୍ଡିଂ ନୂଆ ରଙ୍ଗ କୋଡ୍‌ ଆନୁଯାୟୀ ରଙ୍ଗ କରାଯିବାକୁ ପ୍ରସ୍ତାବ ରଖାଯାଇଥିଲା। ନୂତନ ବହିର୍ବିଭାଗ ସାମ୍‌ନାରେ ଥିବା ଜଗତ୍‌ସିଂହପୁର ପୌର ପରିଷଦ ପରିସ୍ରାଗାରକୁ ଉଠାଇନେବା ପାଇଁ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ସମନ୍ବିତ ପରୀକ୍ଷାଗାର ପାଇଁ ଆର୍ଥିକ ଆକଳନ କରିବାକୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଏଡିଏମ୍‌ଓ (ମେଡିକାଲ) ଡା. ନିମାଇଁ ଚରଣ ନାୟକ ସମିତିର ପୂର୍ବ କାର୍ଯ୍ୟକାରିଣୀ ବୈଠକର ବିବରଣୀ ଦେଇଥିଲେ। ଏଥିସହ ରୋଗୀଙ୍କୁ କିପରି ଗୁଣାତ୍ମକ ସେବା ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଡିପିଏମ୍‌ ଚକ୍ରଧର ଜେନା ସ୍ବାସ୍ଥ୍ୟସେବାର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ପ୍ରମୋଦ କୁମାର ବାରିକ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଆରତିପ୍ରଭା ତ୍ରିପାଠୀ, ସହକାରୀ ଯନ୍ତ୍ରୀ ଚନ୍ଦନ କୁମାର ସାହୁ, ହସ୍ପିଟାଲ ପରିଚାଳକ ଶକ୍ତିମୟୀ ସାମଲ, ଆକାଉଣ୍ଟାଣ୍ଟ ତ୍ରିଲୋଚନ ବାରିକ ଓ ରାଧାକୃଷ୍ଣ କ୍ଲବ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?