ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଆଖିବୁଜିଲା ଅସୁସ୍ଥ ଦନ୍ତା

ବାରିପଦା ଅଫିସ,୩ା୧୦: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ଅସ୍ତ୍ରୋପଚାର କରିବାର ୨୪ ଘଣ୍ଟା ନ ପୂରୁଣୁ ମୃତ୍ୟୁ ଘଟିଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ।
ସୂଚନାନୁଯାୟୀ, ଗୋଠଛଡ଼ା ବିଶାଳ ଦନ୍ତାହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡ଼ିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବୁଲାବୁଲି କରୁଥିଲା। ତେବେ ବିଭିନ୍ନ ଜଙ୍ଗଲ ଏବଂ ଗାଁ ଗଣ୍ଡା ବୁଲିବା ସମୟରେ ଏକ ମୋଟା ପ୍ଲାଷ୍ଟିକ ଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା। କ୍ରମଶଃ ଏହା ଗୋଡ଼ରେ ଚାପିହୋଇ ଯାଇଥିବା ବେଳେ ଗଭୀର କ୍ଷତ ସୃଷ୍ଟି କରିଥିଲା। ଧୀରେ ଧୀରେ କ୍ଷତ ବଢ଼ିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ବାଭାବିକ ଭାବେ ଚଳପ୍ରଚଳ କରିପାରୁ ନ ଥିଲା l କ୍ଷତରୁ ରକ୍ତସ୍ରାବ ହେବା ସହିତ ପଚା ଦୁର୍ଗନ୍ଧ ମଧ୍ୟ ବାହାରୁଥିଲା l ହାତୀର ଗତିବିଧି ଉପରେ ନଜର ରଖୁଥିବା ବେତନଟୀ ବନବିଭାଗର ଟିମ୍‌ ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଓ୍ବାଇଲ୍ଡ ଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆରୁ ଡ଼. ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିରୁ ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ଟାଇଗର ରିଜର୍ଭର ଡ. ପୀୟୁଷ ସୋରେନ ପ୍ରମୁଖ ଡାକ୍ତରୀ ଟିମ୍‌ ରବିବାର ସକାଳେ ହାତୀର ଚିକିତ୍ସା କରାଇଥିଲେ ସୁଦ୍ଧା ଚିକିତ୍ସାକୁ ୨୪ଘଣ୍ଟା ନ ପୂରୁଣୁ ହାତୀର ମୃତ୍ୟୁ ଘଟିଛି l

ସୋମବାର ହାତୀର ମୃତଦେହ ଜବତ କରାଯାଇଥିବା ବେଳେ ବେତନଟୀ ବ୍ଲକ ପଶୁଚିକିତ୍ସକ ଡ.ଭବନାଥ ପ୍ରସାଦ ବସ୍ତିଆ,ପଶୁଧନ ନିରୀକ୍ଷକ ସାଇକୃଷ୍ଣ ମହାନ୍ତ, ଅଜୟ କୁମାର ସୋରେନଙ୍କ ସମେତ ଡ. ପୀୟୁଷ ସୋରେନ ପ୍ରମୁଖ ହାତୀଟିର ମୃତଦେହ ବ୍ୟବଚ୍ଛେଦ କରିବା ସହିତ ଲାବୋରୋଟୋରି ପରୀକ୍ଷା ପାଇଁ ବିଭିନ୍ନ ନମୂନା ସଂଗ୍ରହ କରାଯାଇଛି l ତେବେ ହାତୀଟିର ବୟସ ୩୫ରୁ ୪୦ବର୍ଷ ବୋଲି ଅନୁମାନ କରାଯାଉଥିବା ବେଳେ ଚିକିତ୍ସାରେ ବିଳମ୍ବ ପାଇଁ କ୍ଷତରୁ ପୂରା ଶରୀର ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri