ଆମ ଜିଲା ଖବର

ସୋସିଆଲ ମିଡିଆରେ ଧର୍ମୀୟ ଭାବନାକୁୁ ଆଘାତ: ଏସ୍‌ପିଙ୍କୁ ଭେଟିଲେ ମହିଳା ମୋର୍ଚ୍ଚା

ଭଦ୍ରକ ଅଫିସ,୨୬।୮: ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ପୋଷ୍ଟ କରିଥିବା ନେଇ ଭାଜପା ମହିଳା ମୋର୍ଚ୍ଚା ଭଦ୍ରକ ଜିଲା ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଉକ୍ତ ବ୍ୟକ୍ତି ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ…

ଲାଞ୍ଚନେଇ ଧରାପଡ଼ିଲେ ପ୍ରଧାନ ଶିକ୍ଷକ

ରାଉରକେଲା ଅଫିସ,୨୬।୮: ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ କୁମଝରିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲେ। ଓରିଜିନାଲ ମାଟ୍ରିକ ବୋର୍ଡ…

ଥାନାରେ ଦୁଇ ଯାଆ : ଦେଢ଼ଶୁରଙ୍କ ନାମରେ ନିର୍ଯାତନା ମାମଲା

ଜୟପୁର,୨୬ା୮(ନି.ପ୍ର.): ଶ୍ୱଶୁର ଘରେ ବୋହୂକୁ ଦିଆଯାଉଛି ଯୌତୁକ ନିର୍ଯାତନା। ନିର୍ଯାତନା ଦେଉଛନ୍ତି ଦୁଇ ଦେଢ଼ଶୁର । ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲା ଜୟପୁର ଥାନା ଅଞ୍ଚଳରେ। ମହିଳା ଜଣକ ତୁରନ୍ତ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି।…

ଥମିନି ବିବାଦ: ପୁଣି ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ

ପୁରୁଷୋତ୍ତମପୁର,୨୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧୀନ କୁମାରୀଠାରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟର ବିବାଦ ପିଛା ଛାଡୁନାହିଁ। ଗୁରବାର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନାମଲେଖାରୁ ବଞ୍ଚିତ ହୋଇ ସ୍କୁଲ ସମ୍ମୁଖରେ ଚଣା ମୁଢି…

ଡମ୍ଫର ଧକ୍କାରେ ୨୦ ଫୁଟ୍‌ ଛିଟିକି ପଡ଼ିଲା ଅଟୋ: ୫ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬।୮: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗଡ଼ା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ଡମ୍ଫର ଓ ଅଟୋ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଓଟୋରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଫିରିଙ୍ଗିଆ…

ମୃତଦେହ ରଖି ଜିଲାପାଳଙ୍କ କାର୍ଯାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲା ଫୁଲବାଣୀ ସହର ନିକଟ ଡାକପାଲା ଡ୍ୟାମ୍‌ରେ ଜଣେ ବାଇକ୍‌ ଆରୋହୀ ଭସିଯାଇଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ନେଇ ଶୁକ୍ରବାର ଉତ୍ତେଜନା ଦେଖା ଦେଇଛି। ଗ୍ରାମବାସୀ ଡ୍ୟାମ ଉପରେ ଏକ…

ଏମ୍‌କେସିଜି ସୁପର ସ୍ପେଶାଲିଷ୍ଟ କୋଠାରେ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨୬।୮: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରର ପ୍ରାଣକେନ୍ଦ୍ର କୁହାଯାଉଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଧ୍ୟାହ୍ନରେ ହଠାତ୍‌ ଏମ୍‌କେସିଜି ସୁପର ସ୍ପେଶାଲିଷ୍ଟ କୋଠାରେ ନିଆଁ ଲାଗିଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ମେଡିକାଲ ପରିସରରେ…

ହୋଟେଲ ଛାତରୁ ଖସି ପଡି ଚାଲିଗଲା ଜୀବନ

ପୁରୀ ଅଫିସ,୨୬।୮: ପୁରୀ ବଳିଆପଣ୍ଡାସ୍ଥିତ କ୍ରିଷ୍ଣା ସି ସାଇଟ ହୋଟେଲରେ ଅଘଟଣ ଘଟିଛି। ଗୁରୁବାର ରାତିରେ ହୋଟେଲର ଝରକା ଖୋଲିବାକୁ ଚେଷ୍ଟା କରି ଖସି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧୀନ ଗଙ୍ଗପୁର ଅଞ୍ଚଳର…

‘ଧରିତ୍ରୀ’ରେ ଖବର ପ୍ରସାରିତ ପରେ ଗାଁରେ ପହଞ୍ଚିଲେ ବିଧାୟିକା

ହେମଗିରି,୨୬ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକସ୍ଥିତ ରୋହିଣୀ ଗ୍ରାମର ‘ବର୍ଷାରେ ଭାଙ୍ଗିଲା ଘର, ତିନି ଝିଅ ସହ ମା ବେସାହାରା’ ଶୀର୍ଷକ ଏକ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଏହା ପରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ରୋହିଣୀ ଗ୍ରାମ ପରିଦର୍ଶନ…

ଶିକ୍ଷା, ପରିମଳ ବ୍ୟବସ୍ଥାରେ ସୁଧାର ଆସୁନି

ସୋନପୁର, ୨୬।୮(ନି.ପ୍ର.):ରାଜ୍ୟ ସରକାର ୫-ଟି ଯୋଜନାରେ ହାଇସ୍କୁଲଗୁଡିକୁ ପର୍ଯ୍ୟାୟକ୍ରମେ ସାମିଲ କରି ଏହାର ରୂପାନ୍ତରଣ କରୁଛନ୍ତି। ଗତ ନଭେମ୍ବର ୧୪ରେ ପ୍ରଥମ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲାର ୧୧ଟି ହାଇସ୍କୁଲ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୧ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ…

ଭୂତକୋଠି ପାଲଟିଛି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ

ଟେନସା,୨୬ା୮(ଡି.ଏନ.ଏ.):ଯେଉଁଠି ଶିକ୍ଷା ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ ଭୂତ କୋଠି ପରି ଦିଶୁଛି । କାନ୍ଥଗୁଡିକ ଫାଟି ଗଲାଣି, ଛାତରୁ ପାଣି ଗଳୁଛି। ବସିବା ପାଇଁ ଜାଗା ନାହିଁ ସେହି ବ୍ଲକରେ ବିଦ୍ୟାଳୟଗୁଡିକ କେମିତି ଥିବ ତାହା ନ ଦେଖିଲେ କେହି ବିଶ୍ୱାସ…

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯୋଡ଼ିହେଲା ବଣାଇଁ ବ୍ଲକ

ସୁନ୍ଦରଗଡ,୨୬ା୮(ଡି.ଏନ.ଏ.):ଓଡିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତବର୍ଷ ସୁନ୍ଦରଗଡ ଜିଲାର ବଣାଇଁ ବ୍ଲକକୁ ସାମିଲ କରାଯାଇଛି। ଏଥିପାଇଁ ସୁନ୍ଦରଗଡ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ‘ଆତ୍ମା’, ବୈଷୟିକ ପରାମର୍ଶକାରୀ ସଂସ୍ଥା ୱାସନ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?