ନିଆରା ଉଦାହରଣ ସୃଷ୍ଟି କରିଛି ସାପ-ମଣିଷ ସମ୍ପର୍କ

ମାଲକାନଗିରି, ୩ା୧୦(ଡି.ଏନ.ଏ.): ସମ୍ପର୍କ କେବଳ ବାପ ପୁଅ, ମାଆ ଝିଅ ଓ ଝିଅପୁଅଙ୍କ ମଧ୍ୟରେ ହୋଇ ନ ଥାଏ। ପଶୁ, ପକ୍ଷୀ ଓ ସରିସୃପଙ୍କ ମଧ୍ୟରେ ବି ଗଢି ଉଠିଥାଏ। ମାଳକାନଗିରି ଜିଲାରେ ସାପ ମଣିଷ ମଧ୍ୟରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏକ ବିଷଧର ସାପ ସହ ଜଣେ ମହିଳାଙ୍କ ସମ୍ପର୍କ ଗଢି ଉଠିଛି। ମାଲକାନଗିରି ଜିଲା ନିଲିମାରି ଗ୍ରାମରେ ରହନ୍ତି ନିଲକଣ୍ଠ ଭୂମିଆଙ୍କ ପରିବାର। ନିଳକଣ୍ଠଙ୍କ ଚାଳ ଛପର ଘରେ ସାପଙ୍କ ପାଇଁ କରାହୋଇଛି ଉଇ ହୁଙ୍କାରେ ଘର। ଯେଉଁ ଉଇ ହୁଙ୍କାରେ ରହୁଛନ୍ତି ଦୁଇଟି ବିଷାକ୍ତ ସାପ ଏହି ଦୁଇ ସାପ ଯେପରି ପରିବାର ସହ ରହୁଛନ୍ତି ସତେ ଯେପରି ସେମାନେ ପରିବାରର ସଦସ୍ୟ । ନିଳକଣ୍ଠଙ୍କ ବଡ ଝିଅ ଏହି ଦୁଇ ସାପଙ୍କୁ କ୍ଷୀର ପିଇବାକୁ ଦେବା ସହ ଫଳ ମୂଳ ମଧ୍ୟ ଖାଇବା ପାଇଁ ଦେଉଛନ୍ତି। ତାଙ୍କର ସାପମାନଙ୍କ ସହ ଏତେ ନିବିଡ ସମ୍ପର୍କ ରହିଛି ଯେ, ରାତିରେ ଶୋଇଥିବା ବେଳେ ସାପ ୨ଟି ତାଙ୍କ ପାଖକୁ ଆସୁଛନ୍ତି। ସେ ଘରେ ଯେଉଁ କାମ କରୁଥିଲେ ମଧ୍ୟ ତାଙ୍କ ପଛେ ପଛେ ସାପ ଯାଇଥାନ୍ତି । ସାପକୁ ଦେଖିବା ମାତ୍ରେ ଲୋକେ ଡରିବା ସହ ଘଉଡାଇ ଦିଅନ୍ତି, ମାତ୍ର ନିଲିମାରୀ ଗ୍ରାମରେ ସାପ ଓ ମଣିଷର ସମ୍ପର୍କ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri