୩ ପ୍ରତିମୂର୍ତ୍ତି ଅନାବରଣ

ଢେଙ୍କାନାଳ ଅଫିସ, ୩।୧୦: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍‌ ପରିସରରେ ରବିବାର ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ, ସୁସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ସେହିପରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀ ଏବଂ ଜିଲା କାର୍ଯ୍ୟାଳୟ ପରିସରରେ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅନାବରଣ ହୋଇଛି। ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲାପାଳ ସରୋଜ କୁମାର ସେଠୀ, ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ, କାଉନ୍‌ସିଲର ସନ୍ଦୀପ କୁମାର ଷଡ଼ଙ୍ଗୀ ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ‘ନନ୍ଦିନୀ ଦେବୀ ଅମର ରହେ’ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।
ଏହି ଉପଲକ୍ଷେ ସକାଳ ୭ଟାରେ ବସ୍‌ଷ୍ଟାଣ୍ଡ ଗାନ୍ଧୀ ପାର୍କସ୍ଥିତ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ସ୍ମୃତିଚାରଣ ସହ ସର୍ବଧର୍ମ ପ୍ରାର୍ଥନା ଆୟୋଜିତ ହୋଇଥିଲା। ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଜିଲା ପ୍ରଶାସନର ସହାୟତାରେ ପ୍ରତିମୂର୍ତ୍ତିଗୁଡ଼ିକ ସ୍ଥାପନ କରାଯାଇଛି। ସହରକୁ ସରସ ସୁନ୍ଦର କରିବା ପାଇଁ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସୂଚନାଯୋଗ୍ୟ, ସହରରେ ନନ୍ଦିନୀ ଦେବୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା। ଜିଲା ପ୍ରଶାସନର ଉଦ୍ୟମରେ ସହରବାସୀଙ୍କ ଆଶା ପୂରଣ ହୋଇଥିବାରୁ ଏହାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ୧୧ଜଣଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ହଡ଼ପ

ରାଜନଗର, ୧୭ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ ବଞ୍ଚତ୍ଥିବା ୧୧ ଜଣ ଲୋକଙ୍କୁ ସରକାରୀ ଦସ୍ତାବିଜରେ ଚଞ୍ଚକତା କରି ମୃତ ଦର୍ଶାଇ ଶବ...

ଗଛରେ ପିଟିହେଲା କାର୍‌, ଜଣଙ୍କ ଜୀବନଗଲା, ୨ ଗୁରୁତର

ବଅଁରପାଳ,୮ା୫(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ବ୍ରିଜ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ କାର୍‌...

ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଲୁଟିବା ଘଟଣାରେ ଗିରଫ ହେଲେ ୨ ଅଭିଯୁକ୍ତ

ବଡ଼ବିଲ,୨୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅର୍ନ୍ତଗତ କାରାଖେଣ୍ଡରାସ୍ଥିତ ସ୍ପଞ୍ଜ ଆଇରନ ପ୍ଲାଣ୍ଟର ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ...

‘ଆତ୍ମବିଶ୍ୱାସ ସହ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ’

ଝାରସୁଗୁଡ଼ା ଅଫିସ,୮ା୭: ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ପଞ୍ଚଗାଁ ଦେବକୀଦେବୀ ବାଳିକା ହାଇସ୍କୁଲ ଛାତ୍ରୀ ଆଶା ବାରିକ ସର୍ବାଧିକ ୫୭୯ ନମ୍ବର...

ଧାନ ଉତ୍ପାଦନରେ କେନ୍ଦ୍ରାପଡ଼ା ପଛୁଆ

କେନ୍ଦ୍ରାପଡ଼ା ଅଫିସ, ୩୦ା୭: କେନ୍ଦ୍ରାପଡ଼ା ଜିଲା କୃଷି ଅର୍ଥନୀତିରେ ପରିଚାଳିତ। ଧାନ ହେଉଛି ମୁଖ୍ୟ ଫସଲ। ତେବେ ୨୦୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଜିଲାର ଦୁର୍ବଳ...

କର୍ନାଟକରେ କମାଲ କଲେ ସାଇପ୍ରକାଶ

ଭଦ୍ରକ ଅଫିସ,୯।୯: ବୟସ ମାତ୍ର ୮ ବର୍ଷ। ୩୦ରୁ ଊର୍ଦ୍ଧ୍ୱ ଯୋଗାସନରେ ମାହିର୍‌। ଆଖି ପିଛୁଳାକେ କରି ଦେଖାନ୍ତି କଷ୍ଟସାଧ୍ୟ ଯୋଗାସନ। ଯେଉଁ ଆସନ କରିବା...

ପୁଣି ଅଟୋରେ ପ୍ରସବ

ବାଲିଗୁଡା,୩୧ା୮.(ଡି.ଏନ.ଏ.) -ବାଲିଗୁଡା ଥାନା ଜକିକିଆ ଗ୍ରାମର ବାପି ଦିଗାଲଙ୍କ ସ୍ତ୍ରୀ ଜ୍ୟୋସ୍ନାଙ୍କୁ ଶୁକ୍ରବାର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଅଟୋ ଯୋଗେ ତାଙ୍କୁ ବାଲିଗୁଡା...

CORONAVIRUS UPDATE : ନୂଆ ୧୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୧୬ ଆକ୍ରାନ୍ତ ସୁରଟ ଫେରନ୍ତା, ରାଉରକେଲା ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‌ର

ଭୁବନେଶ୍ୱର, ୯।୫(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକାଳେ ୧୪ ଏବଂ ପରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

Advertisement
Archives

Model This Week