ପ୍ରେମ ପାଇଁ ପ୍ରେମିକଙ୍କ ଗଲା ଜୀବନ

ରାଉରକେଲା ଅଫିସ,୩।୧୦: ପ୍ରେମ ପାଇଁ ପ୍ରେମିକଙ୍କୁ ହତ୍ୟା କରି ଏକ କୋଇଲା ବୋଝେଇ ଟ୍ରେନ ବଗିରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଫଟାପାଇପ୍‌ ଅଞ୍ଚଳର ମୂଳବାସିନ୍ଦା ତଥା ଶିବଶଙ୍କର ନଗରରେ ରହୁଥିବା ବିନୋଦ ସିଂ ଓରଫ ବାବୁ (୩୯), ଶିବ ସିଂ ଓରଫ ପାକୁ (୨୬), ଚନ୍ଦନ ସୋନି (୨୩), ବିଶାଲ ରାଠୋର ଓରଫ ପନି (୧୯), ଅଜୟ ସା (୨୨), ରାଜ ସିଂ ଓରଫ ଚକ୍‌ଲେଟ୍‌ (୨୫)। ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ଏହାସହ ହତ୍ୟାରେ ବ୍ୟବହୃତ ୩ଟି ବେସ୍‌ବଲ ବ୍ୟାଟ୍‌, ଗୋଟିଏ ଲୁହା ପାଇପ୍‌, ଠେଙ୍ଗା, ଲୁହା ବାର୍‌ ସହ ୨ଟି ବାଇକ୍‌ (ନଂ.ଓଡି୧୪ପି-୫୬୬୨) ଓ ଗୋଟିଏ ନମ୍ବର ବିହୀନ ବାଇକ୍‌ ଜବତ କରିଛି। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ତନାଘନା ଚାଲିଛି ବୋଲି ରବିବାର ପ୍ଲାଣ୍ଟସାଇଟ୍‌ ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ରାଉରକେଲା ଅତିରିକ୍ତ ଏସ୍‌ପି ବିକ୍ରମ କେଶରୀ ଭୋଇ କହିଛନ୍ତି। ଅତିରିକ୍ତ ଏସ୍‌ପି ଭୋଇ ସୂଚନା ଦେଇ କହିଥିଲେ, ଶ୍ରୀନିବାସ ରାଓ ଓରଫ ସିନୁ(୧୯) ଗୋପବନ୍ଧୁପାଲି ବସ୍ତିରେ ଏକଟୁଆ ଘର ଭଡା ନେଇ ରହି ସ୍ଥାନୀୟ ପାୱାରହାଉସ୍‌ ରୋଡ୍‌ ଅଞ୍ଚଳର ଏକ ଡକି ଶୋରୁମ୍‌ରେ କାମ କରୁଥିଲେ। ଫଟାପାଇପ୍‌ ଶିବଶଙ୍କର ନଗର ବସ୍ତିର ଜଣେ ଯୁବତୀ ଓ ଶ୍ରୀନିବାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଶ୍ରୀନିବାସ ଗୋଟିଏ ମୋବାଇଲ କିଣି ସମ୍ପୃକ୍ତା ଯୁବତୀଙ୍କୁ ଦେଇଥିଲେ। ଏହାକୁ ଯୁବତୀଙ୍କ ବାପା ବିନୋଦ ବିରୋଧ କରିଥିଲେ। ଶ୍ରୀନିବାସ ଏହାକୁ ଖାତିର ନ କରି ପ୍ରତିଦିନ ବିଳମ୍ବିତ ରାତି ଯାଏ ଯୁବତୀଙ୍କ ସହ କଥାବାର୍ତ୍ତା ହେଉଥିଲେ। ଗତ ସେପ୍ଟେମ୍ବର ୨୪ ତାରିଖ ରାତି ୧୦ଟାରେ ବିନୋଦ ତାଙ୍କର କିଛି ସହଯୋଗୀଙ୍କୁ ଦୁଇଟି ବାଇକ୍‌ରେ ଶ୍ରୀନିବାସଙ୍କୁ ଗୋପବନ୍ଧୁପାଲିରୁ ଉଠାଇ ଆଣିଥିଲେ। ଏହାପରେ ଫଟାପାଇପ୍‌ ନିକଟରେ ତାଙ୍କୁ ଲୁହାପାଇପ୍‌, ବେସବଲ ବ୍ୟାଟ ଓ ଲାଠିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଶ୍ରୀନିବାସଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତମାନେ ଧରା ପଡିଯିବା ଭୟରେ ମୃତଦେହକୁ ଏକ କୋଇଲା ଟ୍ରେନ ବଗିରେ ଫିଙ୍ଗି ଦେଇଥିଲେ। ଉକ୍ତ ଟ୍ରେନ୍‌ ରାୟଗଡ଼ସ୍ଥିତ ଜିନ୍ଦଲ ପ୍ଲାଣ୍ଟରେ କୋଇଲା ଖାଲି କରୁଥିବାବେଳେ ମୃତଦେହ ଦେଖି ରାୟଗଡ ଜିଆରପି ରାଉରକେଲା ଜିଆରପି ପୋଲିସକୁ ଖବର ଦେଇଥିଲା। ଅନ୍ୟପକ୍ଷେ ଶ୍ରୀନିବାସଙ୍କ ବଡ ଭଉଣୀ ଶିବାଙ୍ଗୀ ରାଓ ତାଙ୍କ ଭାଇ ନିଖୋଜ ଥିବା ନେଇ ପ୍ଲାଣ୍ଟସାଇଟ୍‌ ଥାନାରେ ଗତ ସେପ୍ଟେମ୍ବର ୨୬ ତାରିଖରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା (ନଂ.୩୮୦/୨୨) ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଗତ ୨୭ ତାରିଖରେ ପ୍ଲାଣ୍ଟସାଇଟ୍‌ ପୋଲିସର ଏକ ସ୍ବତନ୍ତ୍ର ଦଳ ରାୟଗଡ ଯାଇ ଶ୍ରୀନିବାସଙ୍କ ମୃତଦେହକୁ ରାଉରକେଲା ଆଣିଥିଲା। ଏ ନେଇ ରାୟଗଡ଼ ଜିଆରପି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୫୯/୨୨) ମାମଲା ରୁଜୁ ହୋଇଛି। ମୃତକଙ୍କ ଶରୀରରେ ବହୁ କ୍ଷତଚିହ୍ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣି ତଦନ୍ତ କରିଥିଲା ଏବଂ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri