କେନ୍ଦ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହକଲା କୁଡୁମୀ ସେନା

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଛକରେ ସୋମବାର ଓଡ଼ିଶା କୁଡୁମୀ ସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ସୂଚନାଯୋଗ୍ୟ, କୁଡୁମୀ ଜାତିକୁ ଆଦିବାସୀ ତାଲିକାଭୁକ୍ତ କରିବା ଦାବିରେ ଓଡ଼ିଶା କୁଡୁମୀ ସେନା ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ଚାଲିଥିବା ବେଳେ କିଛିଦିନ ତଳେ ମନ୍ତ୍ରୀ ଟୁଡୁ କୁଡୁମୀ ସେନାକୁ ଆକ୍ଷେପକରି କୁଡୁମୀ ସେନା ଶହେ ବର୍ଷ ଏଭଳି ଆନ୍ଦୋଳନ କଲେ ବି କିଛି ଲାଭ ହେବ ନାହିଁ ବୋଲି କହିଥିଲେ।

ଏହାର ପ୍ରତିବାଦ କରି ଓଡ଼ିଶା କୁଡୁମୀ ସେନା ପକ୍ଷରୁ ସେନା ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ, ଉପସଭାପତି ମିତ୍ରଭାନୁ ମହାନ୍ତ, ନାରୀ ନେତ୍ରୀ ଧରିତ୍ରୀ ମହାନ୍ତ, ସଞ୍ଜୁ ଲତା ମହାନ୍ତ, ଦ୍ରୌପଦୀ ମହାନ୍ତ, ବିନତି ମହାନ୍ତ, ତ୍ରିନାଥ ମହାନ୍ତ ତ୍ରିଲୋଚନ ମହାନ୍ତ, ଗୋପାଳ ମହାନ୍ତ, ଭୁତ ମହାନ୍ତ, ରତ୍ନାକର ମହାନ୍ତ, ବସନ୍ତ ମହାନ୍ତଙ୍କ ସହ ମହିଳା ଓ ପୁରୁଷ କର୍ମକର୍ତ୍ତା ଆନନ୍ଦେଶ୍ୱର ଶିବଶ୍‌ମନ୍ଦିରରୁ ଏକ ବିଶାଳ ରାଲିରେ ବାହାରିଥିଲେ। ଏପରିକି ପାଟଣା ବଜାର ପରିକ୍ରମା ପରେ ବ୍ଲକ ଛକ ନିକଟରେ ମନ୍ତ୍ରୀ ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ବୌଦ୍ଧ ଗସ୍ତ: ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିବାକୁ ଯାଇ ଖାଇଥିଲେ ଖାଦ୍ୟ

ବୌଦ୍ଧ,୧୧।୧୦(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ବୌଦ୍ଧ ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ...

ଗଞ୍ଜାମ ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ୩୨୧୨ ପ୍ରବାସୀ: ଘରକୁ ଫେରିଲେଣି ୨୬୦୨

ଗଞ୍ଜାମ,୪।୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୩୦ କାରାଣ୍ଟାଇନ ସେଣ୍ଟରରୁ ୯୩ଟି କାର୍ଯ୍ୟକ୍ଷମ ହୋଇଛି l ବ୍ଲକର ୩୨୧୨ ପ୍ରବାସୀ କାରାଣ୍ଟାଇନରେ ଭର୍ତ୍ତି ହୋଇଥିଲେ l...

ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୨୫।୧: ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ରାଜ୍ୟ ଅବକାରୀ ଫ୍ଲାଇଂସ୍କ୍ବାଡ୍‌ କଟକ ଅଧ୍ୟୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ୧୫...

କଲଭର୍ଟ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ନିକଟରେ ଏକ କଲଭର୍ଟ ତଳୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ କ୍ଷତ...

୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ: ପ୍ରତି ଜିଲାରୁ ୩ ବିଦ୍ୟାଳୟକୁ ମିଳିବ ସ୍କୁଲ ଅଫ୍‌ ଏକ୍ସିଲେନ୍ସି

ଅନୁଗୋଳ ଅଫିସ, ୨୪।୧୨ – ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ବିଦ୍ୟାଳୟ...

ଘରଖଁଡ଼େ ଲାଗି ଗୁହାରି କରି ନିରାଶ: ଦଦ୍‌ରା ମାଏଟ୍‌ କୁରିଆରେ ୬ ପରାନୀ କୁଟୁମ୍‌

ଲାଠୋର, ୧୬।୨ (ଡି.ଏନ୍‌.ଏ.)- ସରକାର ନିସାହା, ଗରିବ୍‌ ଦୁଖିକୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଅବାସ, ମୋ କୁଡ଼ିଆ, ବିଜୁ ପକାଘର ଯୋଜନାରେ ଘର ଯୁଗେଇ ଦେଉଛନ୍‌।...

ତେଲୁଗୁ ବଦଳରେ ଓଡ଼ିଆ ପଢିବେ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୨୮ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ପୂର୍ବରୁ ବିଇଓ ଗାୟତ୍ରୀ ଦେବୀ ଗସ୍ତକରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।...

ଗାନ୍ଧିଜୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ

ପୁରୀ ଅଫିସ୍‌, ୧୫।୩:ଏକ ଐତିହାସିକ ବିଶ୍ୱାସ ରହିଆସିଛି ଯେ, ମହାତ୍ମା ଗାନ୍ଧୀ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ନ ଥିଲେ। ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ...

Advertisement
Archives

Model This Week