ଆମ ଜିଲା ଖବର

ମାସେ ହେଲା ଓଟି କମ୍ପ୍ଲେକ୍ସ ବନ୍ଦ

ବ୍ରହ୍ମପୁର ଅଫିସ,୨୫।୯: ବ୍ରହ୍ମପୁର ବଡ ମେଡିକାଲରେ ରୋଗୀ ସେବାରେ ଉନ୍ନତି ଆଣିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି। ପୁରୁଣା କୋଠାର ସମସ୍ତ ୱାର୍ଡକୁ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କୁ ସୁପରସ୍ପେଶିଆଲିଟି ବିଭାଗର ସେବା ମଧ୍ୟ ପ୍ରଦାନ କରାଯାଉଛି। କୋଠାଗୁଡ଼ିକରେ…

ହିଟରରେ ରୋଷେଇ କରୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ

ଔପଦା, ୨୫।୯: ବାଲେଶ୍ୱର ଜିଲା ଔପଦା ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଷ୍ଟ୍ରକଚର ଗୃହରେ ଯନ୍ତ୍ରୀଙ୍କ ଉପସ୍ଥିତିରେ କର୍ମଚାରୀମାନେ ହିଟର ଲଗାଇ ରୋଷେଇ ପ୍ରସ୍ତୁତ କରୁଥିବା ଭିଡିଓ ଭାଇରାଲ ହେଉଛି। ଏହା ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ବିଭାଗର କର୍ମଚାରୀମାନେ ଉଚ୍ଚଶକ୍ତିସମ୍ପନ୍ନ ମେଶିନ ବସିଥିବା…

ଜିଲାରେ ବଢ଼ିଚାଲିଛି ଶିଶୁ, ମହିଳା ନିର୍ଯାତନା

ଭଦ୍ରକ ଅଫିସ,୨୫।୯: ମହିଳା ଓ ଶିଶୁମାନଙ୍କ ସୁରକ୍ଷା, ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମହିଳା ସଶକ୍ତୀକରଣ ଓ ସଚେତନତା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏସବୁ ଯୋଜନା ପାଇଁ କୋଟି କୋଟି…

ସାଜସଜ୍ଜା ଅପେକ୍ଷା ରୀତିନୀତିକୁ ଗୁରୁତ୍ୱ

ଜଗତସିଂହପୁର ଅଫିସ, ୨୫।୯: ଦୁର୍ଗାପୂଜା ନେଇ ଜଗତ୍‌ସିଂହପୁର ସହରରେ ଧୀରେ ଧୀରେ ପରିବେଶ ଚଳଚଞ୍ଚଳ ହେବାକୁ ଲାଗିଲାଣି। ମୂର୍ତ୍ତି, ମେଢ, ସାଜସଜ୍ଜା ଆଦି କିପରି ଅଧିକ ଆକର୍ଷଣୀୟ ହେବ ସେନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।…

ସରୁନି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଜଟଣୀ,୨୫।୯(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ସହିତ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ତେବେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏଥିରେ ବ୍ୟତିକ୍ରମ ହୋଇଥାଏ। ଜଟଣୀ ପୌରାଞ୍ଚଳର କୁଦିଆରୀ ଏବଂ…

ରାଶନ ପାଇଁ ବିଡିଓଙ୍କ ଗୋଡ଼ ଧରିଲେ ବୃଦ୍ଧ

ରାଜକନିକା, ୨୫।୯(ଡି.ଏନ୍‌.ଏ.): ରାଜକନିକା ବ୍ଲକ ଅଫିସ୍‌ରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାଶନ କାର୍ଡରୁ ନାମ କଟିଯାଇଥିବାରୁ ଜଣେ ୭୦ ବର୍ଷୀୟ ବୃଦ୍ଧ ବିଡିଓଙ୍କ ଗୋଡ଼ ଧରିବା ଦେଖିବାକୁ ମିଳିଛି। ରାଜନୈତିକ ଦଳ ଭିତ୍ତିରେ ରାଶନ କାର୍ଡରୁ ନାମ…

ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କ ଗୁହାରି ଶୁଣିଲା ପ୍ରଶାସନ

କୋରେଇ,୨୫।୯(ସ୍ବ.ପ୍ର.): ଦୃଷ୍ଟିବାଧିତ ପ୍ରଫୁଲ୍ଲଙ୍କ ଗୀତ ମାଧ୍ୟମରେ ଗୁହାରି ଶେଷରେ ପ୍ରଶାସନ ଶୁଣିଲା। ଗୃହ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ ତାଙ୍କୁ ବ୍ୟାସନଗର ତହସିଲ ଅନ୍ତର୍ଗତ କୋରେଇ ବ୍ଲକ ରଗଡ଼ି ମୌଜାରେ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଜମି ଯୋଗାଇ ଦିଆଯାଇଛି। ଶନିବାର…

ଜଙ୍ଗଲରେ ପ୍ରସବ

ଟିକିରି,୨୫।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ଏବେ ମଧ୍ୟ ଭଲ ରାସ୍ତାଟିଏ ନାହିଁ। ଆମ୍ବୁଲାନ୍ସ ଗାଁକୁ ଯାଇପାରୁ ନ ଥିବାରୁ ରୋଗୀ ଏବଂ ଗର୍ଭବତୀ ଭାର, ଚୌକି ଏବଂ ଷ୍ଟ୍ରେଚରରେ ବୁହାହେବା ଏବଂ ବାଟରେ ପ୍ରସବ କରିବା ଏହି…

ଘୁମୁସର ଉତ୍ତର ବନଖଣ୍ଡରେ ୬୪ ହାତୀ

ଭଞ୍ଜନଗର,୨୫।୯(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢିବାରେ ଲାଗିଛି। ସନ୍ଧ୍ୟା ହେଲେ ହାତୀ ଜଙ୍ଗଲରୁ ବାହାରି ନିକଟସ୍ଥ ଗ୍ରାମଗୁଡିକରେ ଫସଲ ନଷ୍ଟ କରୁଛନ୍ତି। ଏହି ସମୟରେ କିଛି ଅଘଟଣ ଘଟିବା ଆଶଙ୍କାରେ ସମ୍ପୃକ୍ତ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ

ବଇଣ୍ଡା,୨୪।୯(ଡି.ଏନ.ଏ.): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଶନିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।…

ନୂଆ ଜୀବନ ପାଇଲେ କମଳ

ବଲାଙ୍ଗୀର ଅଫିସ,୨୫।୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଘୁନସର ପଞ୍ଚାୟତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ ଯୁବକ କମଳ ବରିହା (୩୦)ଙ୍କ ସଫଳ ଅସ୍ତ୍ରୋପଚାର ପରେ ଘରକୁ ଫେରିଛନ୍ତି। ଏହା ପରେ ଏହି ଗରିବ ଆଦିବାସୀ…

ପାଳରେ ଜୀବନ ଆଙ୍କୁଥିବା ମଣିଷ

ଲୋଇସିଂହା,୨୫।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଡେଲିମାର୍କେଟର ଅବସରପ୍ରାପ୍ତ ଶିକ୍ଷକ ଗୌରୀଶଙ୍କର ବେଜ(୬୫)। ସୁବର୍ଣ୍ଣପୁର ଜିଲା ନାରାୟଣପୁରର ମୂଳ ବାସିନ୍ଦା ଗୌରୀଶଙ୍କର ୨୦୧୪ମସିହାରେ ଅବସର ଗ୍ରହଣ ପରେ ମଧ୍ୟ ସେ ଚଳଚଞ୍ଚଳ ରହିଛନ୍ତି। ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ପ୍ରଶାଂସା ସାଉଁଟୁଛନ୍ତି। ଦେବାଦେବୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?