କନ୍ଧମାଳର ୪ ବ୍ଲକ୍‌ରେ ହେବ କଫିଚାଷ

ଫୁଲବାଣୀ ଅଫିସ,୨।୧୧: କନ୍ଧମାଳ ଜିଲାରେ କଫିଚାଷ ପାଇଁ ଅନୁକୂଳ ପରିବେଶ ରହିଛି। ଜିଲାର କେବଳ ଦାରିଙ୍ଗବାଡିରେ କଫିଚାଷ ହେଉଥିଲା। ଏବେ ଅନ୍ୟ ୪ଟି ବ୍ଲକ ଜି.ଉଦୟଗିରି, ରାଇକିଆ, କ.ନୂଆଗାଁ ଏବଂ ଟିକାବାଲିରେ ଏହି ଚାଷ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କଫି ବୋର୍ଡ ମାଧ୍ୟମରେ ଏହା ହେବ ା ପ୍ରାଥମିକ ପର୍ଯ୍ୟାୟରେ ଜିଲାରେ ବର୍ତ୍ତମାନ ସୁଦ୍ଧା ୭୦ ହେକ୍ଟର ଜମିରେ କଫି ଚାଷ ପାଇଁ ଆବଶ୍ୟକ ହେଉଥିବା ଶେଡ୍‌ ପ୍ଲାଣ୍ଟିଂ ସରିଲାଣି। ଆଉ ୨ ବର୍ଷ ପରେ ଏଠାରେ କଫି ଚାରା ଲଗାଯିବ ା କଫି ଥରେ ଲାଗିଲେ ୧୦୦ ବର୍ଷ ପର୍ଯ୍ୟନ୍ତ ଅମଳ ଦେବ ା ସମୁଦ୍ର ପତନରୁ ବହୁ ଉଚ୍ଚ ତଥା ଅଧିକ ଥଣ୍ଡା ଅନୁଭୂତ ହେଉଥିବା ସ୍ଥାନରେ କଫି ଗଛ ବଢିବା ସହ ଭଲ ଅମଳ ହୋଇଥାଏ ା ଏପରି ଅନୁକୂଳ ପରିବେଶ କନ୍ଧମାଳ ଜିଲାରେ ରହିଛି।
କନ୍ଧମାଳର ଦାରିଙ୍ଗବାଡିରେ କଫିଚାଷ ବହୁ ବର୍ଷ ହେଲା ସଫଳ ହୋଇଛି ା ଜିଲାରେ କିପରି ଅଧିକ ଚାଷ ହେବ ଏବଂ ଚାଷୀ ଭଲ ରୋଜଗାର କରିବେ, ସେହି ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ସର୍ଭେ କରାଯାଇଥିଲା ା ପରେ ଦାରିଙ୍ଗବାଡି ସମେତ ଜି.ଉଦୟଗିରି, କ.ନୂଆଗାଁ, ଟିକାବାଲି ଏବଂ ରାଇକିଆ ବ୍ଲକରେ କଫି ଚାଷ ପାଇଁ ୧୦୦ ହେକ୍ଟର ଜମି ସ୍ଥିର ହେଲା ା ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜି.ଉଦୟଗିରିର ମୃତ୍ତିକା ସଂରକ୍ଷଣ ପ୍ରଦର୍ଶନ କ୍ଷେତ୍ରର ୩୦ହେକ୍ଟର ଜମିରେ ସିଲଭରଓକ ଗଛ ଲଗାଯାଇ ଶେଡ୍‌ ପ୍ଲାଣ୍ଟିଂ କରାଯାଇଛି ା ସେହିପରି ଦାରିଙ୍ଗବାଡିରେ ୨୦, କ.ନୂଆଗାଁରେ ୧୦, ଟିକାବାଲିରେ ୬ ଏବଂ ରାଇକିଆ ବ୍ଲକର ୪ ହେକ୍ଟର ଜମିରେ ଶେଡ୍‌ ପ୍ଲାଣ୍ଟିଂ ଶେଷ ହୋଇଛି ା ଏସବୁ ସ୍ଥାନରେ ପଣସ, ଜାମୁକୋଳି, ଚମ୍ପା, ସିଲଭରଓକ ଆଦି ଗଛ ଲଗାଯାଇଛି ା ସମସ୍ତ କାର୍ଯ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କରାଯାଇଛି ା ଚାଷୀମାନଙ୍କ ହାତରୁ କୌଣସି ଖର୍ଚ୍ଚ ହୋଇନାହିଁ ବରଂ ସେମାନେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ରୋଜଗାର ପାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ା ବିଗତ ଦିନରେ ତିତ୍‌ଲି ବାତ୍ୟାରେ ଦାରିଙ୍ଗବାଡି କଫି ପ୍ଲାଣ୍ଟ ନଷ୍ଟ ହୋଇଥିଲା ା ଏବେ ସେଠାରେ ୨ ହେକ୍ଟର ସ୍ଥାନରେ ୧୦୦୦ ଗଛ ଲଗାଯାଇଛି ା ଜି.ଉଦୟଗିରିରେ କେବଳ ସିଲଭରଓକ ଚାରା ୧ ଲକ୍ଷ ୧୫ ହଜାର ପଡିଛି ା ଏଠାରୁ ଚାରା କଫି ଚାଷ ହେବାକୁ ଥିବା ବ୍ଲକକୁ ଯାଇ ଶେଡ୍‌ ପ୍ଲାଣ୍ଟିଂ କରାଯିବ। କଫି ଚାଷ ପାଇଁ ହେକ୍ଟର ପିଛା ୧ ହଜାର ଚାରା ଶେଡ ପ୍ଲାଣ୍ଟିଂ ହେଉଛି ା ସେଠାରେ ୨୨୦୦ କଫି ଗଛ ଲଗାଯିବ। କଫି ମଞ୍ଜି କୋରାପୁଟରୁ ଆସିବ ା କଫି ବୋର୍ଡ ଏହାକୁ ଦେବ ା ଶେଡ୍‌ ପ୍ଲାଣ୍ଟରେ ଗୋଲମରିଚ ଗଛ ଲଗାଯିବ ା ଏହା ଲଟା ଭଳି ମାଡିବ ା ଚାଷୀ ବର୍ଷକୁ କେବଳ ଗୋଲମରିଚ ବିକ୍ରି କରି ପ୍ରାୟ ୧ ଲକ୍ଷ ଟଙ୍କା ରୋଜଗାର କରିବ ା ବର୍ତ୍ତମାନ ଗୋଲମରିଚ କିଲୋ ପିଛା ୧୦୦୦ ଟଙ୍କା ରହିଛି ା ସେହିପରି କଫି ଫଳିଲା ପରେ ଏହାକୁ କଫି ବୋର୍ଡ ସଂଗ୍ରହ କରିବ ା ଟିଡିସିସି ଏହାର ମାର୍କେଟିଂ ଦାୟିତ୍ୱ ନେବ ା କଫି ସଂଗ୍ରହ ହେଲା ପରେ ଚାଷୀଙ୍କୁ କିଲୋ ପିଛା ୪୫ ଟଙ୍କା ମିଳିବ। କଫି ବଗିଚାର ରକ୍ଷଣାବେକ୍ଷଣ ପ୍ରଥମ ୩ ବର୍ଷ ଏମ୍‌ଜିଏନ୍‌ଆରଇଜିଏସ୍‌ ଜରିଆରେ ହେବ ା ପରେ କଫି ବୋର୍ଡ ୩ ବର୍ଷ ଏବଂ ଟିଡିସିସି ୧୫ ବର୍ଷ ନେବାକୁ ଉଦ୍ୟମ ଜାରି ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ା କଫି ଚାଷ ଉପଯୋଗୀ ଜଳବାୟୁ ଥିବା କନ୍ଧମାଳରେ ସ୍ଥାୟୀ କଫି ବୋର୍ଡ ସ୍ଥାପନ କରାଯାଉ ବୋଲି ଜିଲାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏ ନେଇ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି, କଫି ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ା ଏବେ ଶେଡ୍‌ ପ୍ଲାଣ୍ଟିଂ ସରିଛି ା ଗଛ ବଡ ହେଲେ ସେଥିରେ କଫି ଗଛ ଲାଗିବ ା ଅର୍ଥାତ ୨ ବର୍ଷ ପରେ କଫି ଚାରା ରୋପଣ ହେବ ା କଫି ଅମଳକୁ ଦେଖି ଆଗାମୀ ଦିନରେ ଅଧିକ ଚାଷ ପାଇଁ ପ୍ରୟାସ କରାଯିବ ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri