କନ୍ଧମାଳର ୪ ବ୍ଲକ୍‌ରେ ହେବ କଫିଚାଷ

ଫୁଲବାଣୀ ଅଫିସ,୨।୧୧: କନ୍ଧମାଳ ଜିଲାରେ କଫିଚାଷ ପାଇଁ ଅନୁକୂଳ ପରିବେଶ ରହିଛି। ଜିଲାର କେବଳ ଦାରିଙ୍ଗବାଡିରେ କଫିଚାଷ ହେଉଥିଲା। ଏବେ ଅନ୍ୟ ୪ଟି ବ୍ଲକ ଜି.ଉଦୟଗିରି, ରାଇକିଆ, କ.ନୂଆଗାଁ ଏବଂ ଟିକାବାଲିରେ ଏହି ଚାଷ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କଫି ବୋର୍ଡ ମାଧ୍ୟମରେ ଏହା ହେବ ା ପ୍ରାଥମିକ ପର୍ଯ୍ୟାୟରେ ଜିଲାରେ ବର୍ତ୍ତମାନ ସୁଦ୍ଧା ୭୦ ହେକ୍ଟର ଜମିରେ କଫି ଚାଷ ପାଇଁ ଆବଶ୍ୟକ ହେଉଥିବା ଶେଡ୍‌ ପ୍ଲାଣ୍ଟିଂ ସରିଲାଣି। ଆଉ ୨ ବର୍ଷ ପରେ ଏଠାରେ କଫି ଚାରା ଲଗାଯିବ ା କଫି ଥରେ ଲାଗିଲେ ୧୦୦ ବର୍ଷ ପର୍ଯ୍ୟନ୍ତ ଅମଳ ଦେବ ା ସମୁଦ୍ର ପତନରୁ ବହୁ ଉଚ୍ଚ ତଥା ଅଧିକ ଥଣ୍ଡା ଅନୁଭୂତ ହେଉଥିବା ସ୍ଥାନରେ କଫି ଗଛ ବଢିବା ସହ ଭଲ ଅମଳ ହୋଇଥାଏ ା ଏପରି ଅନୁକୂଳ ପରିବେଶ କନ୍ଧମାଳ ଜିଲାରେ ରହିଛି।
କନ୍ଧମାଳର ଦାରିଙ୍ଗବାଡିରେ କଫିଚାଷ ବହୁ ବର୍ଷ ହେଲା ସଫଳ ହୋଇଛି ା ଜିଲାରେ କିପରି ଅଧିକ ଚାଷ ହେବ ଏବଂ ଚାଷୀ ଭଲ ରୋଜଗାର କରିବେ, ସେହି ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ସର୍ଭେ କରାଯାଇଥିଲା ା ପରେ ଦାରିଙ୍ଗବାଡି ସମେତ ଜି.ଉଦୟଗିରି, କ.ନୂଆଗାଁ, ଟିକାବାଲି ଏବଂ ରାଇକିଆ ବ୍ଲକରେ କଫି ଚାଷ ପାଇଁ ୧୦୦ ହେକ୍ଟର ଜମି ସ୍ଥିର ହେଲା ା ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଜି.ଉଦୟଗିରିର ମୃତ୍ତିକା ସଂରକ୍ଷଣ ପ୍ରଦର୍ଶନ କ୍ଷେତ୍ରର ୩୦ହେକ୍ଟର ଜମିରେ ସିଲଭରଓକ ଗଛ ଲଗାଯାଇ ଶେଡ୍‌ ପ୍ଲାଣ୍ଟିଂ କରାଯାଇଛି ା ସେହିପରି ଦାରିଙ୍ଗବାଡିରେ ୨୦, କ.ନୂଆଗାଁରେ ୧୦, ଟିକାବାଲିରେ ୬ ଏବଂ ରାଇକିଆ ବ୍ଲକର ୪ ହେକ୍ଟର ଜମିରେ ଶେଡ୍‌ ପ୍ଲାଣ୍ଟିଂ ଶେଷ ହୋଇଛି ା ଏସବୁ ସ୍ଥାନରେ ପଣସ, ଜାମୁକୋଳି, ଚମ୍ପା, ସିଲଭରଓକ ଆଦି ଗଛ ଲଗାଯାଇଛି ା ସମସ୍ତ କାର୍ଯ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କରାଯାଇଛି ା ଚାଷୀମାନଙ୍କ ହାତରୁ କୌଣସି ଖର୍ଚ୍ଚ ହୋଇନାହିଁ ବରଂ ସେମାନେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ରୋଜଗାର ପାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ା ବିଗତ ଦିନରେ ତିତ୍‌ଲି ବାତ୍ୟାରେ ଦାରିଙ୍ଗବାଡି କଫି ପ୍ଲାଣ୍ଟ ନଷ୍ଟ ହୋଇଥିଲା ା ଏବେ ସେଠାରେ ୨ ହେକ୍ଟର ସ୍ଥାନରେ ୧୦୦୦ ଗଛ ଲଗାଯାଇଛି ା ଜି.ଉଦୟଗିରିରେ କେବଳ ସିଲଭରଓକ ଚାରା ୧ ଲକ୍ଷ ୧୫ ହଜାର ପଡିଛି ା ଏଠାରୁ ଚାରା କଫି ଚାଷ ହେବାକୁ ଥିବା ବ୍ଲକକୁ ଯାଇ ଶେଡ୍‌ ପ୍ଲାଣ୍ଟିଂ କରାଯିବ। କଫି ଚାଷ ପାଇଁ ହେକ୍ଟର ପିଛା ୧ ହଜାର ଚାରା ଶେଡ ପ୍ଲାଣ୍ଟିଂ ହେଉଛି ା ସେଠାରେ ୨୨୦୦ କଫି ଗଛ ଲଗାଯିବ। କଫି ମଞ୍ଜି କୋରାପୁଟରୁ ଆସିବ ା କଫି ବୋର୍ଡ ଏହାକୁ ଦେବ ା ଶେଡ୍‌ ପ୍ଲାଣ୍ଟରେ ଗୋଲମରିଚ ଗଛ ଲଗାଯିବ ା ଏହା ଲଟା ଭଳି ମାଡିବ ା ଚାଷୀ ବର୍ଷକୁ କେବଳ ଗୋଲମରିଚ ବିକ୍ରି କରି ପ୍ରାୟ ୧ ଲକ୍ଷ ଟଙ୍କା ରୋଜଗାର କରିବ ା ବର୍ତ୍ତମାନ ଗୋଲମରିଚ କିଲୋ ପିଛା ୧୦୦୦ ଟଙ୍କା ରହିଛି ା ସେହିପରି କଫି ଫଳିଲା ପରେ ଏହାକୁ କଫି ବୋର୍ଡ ସଂଗ୍ରହ କରିବ ା ଟିଡିସିସି ଏହାର ମାର୍କେଟିଂ ଦାୟିତ୍ୱ ନେବ ା କଫି ସଂଗ୍ରହ ହେଲା ପରେ ଚାଷୀଙ୍କୁ କିଲୋ ପିଛା ୪୫ ଟଙ୍କା ମିଳିବ। କଫି ବଗିଚାର ରକ୍ଷଣାବେକ୍ଷଣ ପ୍ରଥମ ୩ ବର୍ଷ ଏମ୍‌ଜିଏନ୍‌ଆରଇଜିଏସ୍‌ ଜରିଆରେ ହେବ ା ପରେ କଫି ବୋର୍ଡ ୩ ବର୍ଷ ଏବଂ ଟିଡିସିସି ୧୫ ବର୍ଷ ନେବାକୁ ଉଦ୍ୟମ ଜାରି ରହିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ା କଫି ଚାଷ ଉପଯୋଗୀ ଜଳବାୟୁ ଥିବା କନ୍ଧମାଳରେ ସ୍ଥାୟୀ କଫି ବୋର୍ଡ ସ୍ଥାପନ କରାଯାଉ ବୋଲି ଜିଲାର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏ ନେଇ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି, କଫି ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ା ଏବେ ଶେଡ୍‌ ପ୍ଲାଣ୍ଟିଂ ସରିଛି ା ଗଛ ବଡ ହେଲେ ସେଥିରେ କଫି ଗଛ ଲାଗିବ ା ଅର୍ଥାତ ୨ ବର୍ଷ ପରେ କଫି ଚାରା ରୋପଣ ହେବ ା କଫି ଅମଳକୁ ଦେଖି ଆଗାମୀ ଦିନରେ ଅଧିକ ଚାଷ ପାଇଁ ପ୍ରୟାସ କରାଯିବ ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri