ବନ୍ୟଜନ୍ତୁ ଦାଉରୁ ଫସଲ ରକ୍ଷା ପାଇଁ ରାତି ଅନିଦ୍ରା

କେନ୍ଦ୍ରାପଡ଼ା ଅଫିସ, ୨ା୧୧: କେନ୍ଦ୍ରାପଡ଼ା ଜିଲା ଉପାନ୍ତ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉତ୍ପାତ ବଢ଼ିଯାଇଛି। ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଓ ପନିପରିବା ଫସଲକୁ ନଷ୍ଟ କରୁଛନ୍ତି। ବନ୍ୟଜନ୍ତୁଙ୍କ ଏହି ଉତ୍ପାତ ସ୍ଥାନୀୟ ଅଧିବାସୀଙ୍କ ନିଦ ହଜାଇ ଦେଇଛି। ମହିଳାପୁରୁଷମାନେ ମେଳି କରି ରାତି ଅନିଦ୍ରା ହୋଇ ଫସଲ ଜଗୁଛନ୍ତି। ଏପରିସ୍ଥିତିରେ ଋଣ ଶୁଝିବା ନେଇ ଆଶଙ୍କା ସୃଷ୍ଟ ହୋଇଛି। ବିଶେଷକରି ବାର୍‌ହାଙ୍କ ଭୟ ସର୍ବଦା ଲାଗି ରହୁଛି। ଅପରପକ୍ଷରେ ବନ ବିଭାଗ ପକ୍ଷରୁ କୁହାଯାଉଛି ଯେ, ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆପ୍‌ ମାଧ୍ୟମରେ ଅଭିଯୋଗ କଲେ କ୍ଷତିପୂରଣ ମିଳୁଛି।
ଜୟନଗର ଗ୍ରାମର ହାଡିବନ୍ଧୁ ପ୍ରଧାନ କହିଛନ୍ତି, ଭିତରକନିକା ଜାତୀୟ ଉଦ୍ୟାନରେ ବାର୍‌ହା ଓ ହରିଣଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇଛି। ବନାଞ୍ଚଳକୁ ଡେଇଁ ଚାଷୀଙ୍କ କ୍ଷେତରେ ଏହି ବନ୍ୟଜନ୍ତୁ ପଶୁଛନ୍ତି। ଏବେ ବିଅଳି ଧାନ ପାଚିବା ପରେ କ୍ଷେତରୁ ଅମଳ ଆରମ୍ଭ ହୋଇଯାଇଛି। ସେହିପରି ପନିପରିବା ମଧ୍ୟ ଚାଷୀଙ୍କ ରୋଜଗାରର ଆଶା ହୋଇଛି। ଭିତରକନିକା ସଂଲଗ୍ନ ୩ ବ୍ଲକ ଅଞ୍ଚଳରେ ଏହି ବନ୍ୟଜନ୍ତୁ ଏବେ ଚାଷୀଙ୍କ ପାଇଁ ବିପଦ ସାଜିଛନ୍ତି। ରାତିରେ ଏହି ବନ୍ୟଜନ୍ତୁ କ୍ଷେତରେ ପଶି ଫସଲ ଉଜାଡି ଦେଉଥିବାରୁ ରାତି ଅନିଦ୍ରା ହୋଇ ଜଗିବାକୁ ପଡୁଛି। ଗୁପ୍ତିର ସୁଦର୍ଶନ ଦାସ କହିଛନ୍ତି, ବିଅଳି ଧାନ ଚାଷରେ ବର୍ଷକ ପାଇଁ ଖର୍ଚ୍ଚ ମିଳିଯାଏ। ଚଳିତବର୍ଷ ବ୍ୟାଙ୍କ ଓ ସୋସାଇଟି ମାଧ୍ୟମରେ ଋଣ କରି ଚାଷ କରିଛି। ପାଚିଲା ଧାନ ବାର୍‌ହାଙ୍କୁ ଆକୃଷ୍ଟ କରିଥିବା ବେଳେ ଅନ୍ୟ ବନ୍ୟଜନ୍ତୁ ପନିପରିବା ଫସଲକୁ ଉଜାଡି ଦେଉଛନ୍ତି। ଏବେ ସୁଦ୍ଧା ପ୍ରାୟ ୨ ଏକର ଜମିର ଧାନ ଫସଲ ବନ୍ୟଜନ୍ତୁ ନଷ୍ଟ କରି ସାରିଲେଣି। ବନ ବିଭାଗ ପକ୍ଷରୁ ବନାଞ୍ଚଳକୁ ତାରବାଡରେ ଘେରାଇ ରଖିବା ପାଇଁ ସେ ଦାବି କରିଛନ୍ତି। କୋହ୍ଲ ଗ୍ରାମର ମାଳତି ବିଶ୍ୱାଳ କହିଛନ୍ତି, ଫସଲ ପାଇଁ ଜୀବନ ଜୀବିକା ବାଜିରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଭୟ ସର୍ବଦା ଲାଗି ରହିଛି। ରାତିରେ ବନ୍ୟଜନ୍ତୁ ପଶି ଆସୁଛନ୍ତି। କ୍ଷେତର ସୁରକ୍ଷା ପାଇଁ ମେଳି ହୋଇ ଗ୍ରାମବାସୀ ଜଗୁଛନ୍ତି। ସ୍ବାମୀଙ୍କ ସହ ସେ ମଧ୍ୟ ହାରକିନ ଲାଇଟ୍‌ ନେଇ କ୍ଷେତ ଜଗିବାକୁ ଯାଉଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ନଭେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ଜଙ୍ଗଲୀ ବାର୍‌ହାଙ୍କ ପ୍ରଜନନ ସମୟ। ଏହି ସମୟରେ ପ୍ରଚୁର ଖାଦ୍ୟର ଆବଶ୍ୟକତା ରହିଛି। ଏଥିସହ ଏହି ସମୟରେ ସେମାନଙ୍କର ଆକ୍ରମଣ ପ୍ରବୃତ୍ତି ବୃଦ୍ଧି ପାଇଥାଏ। ଜଙ୍ଗଲ ଆଖାପାଖ ଅଞ୍ଚଳରେ ପାଚିଲା ଧାନ ସହଜଲବ୍ଧ ଖାଦ୍ୟ ହୋଇଥିବାରୁ କ୍ଷେତକୁ ଚାଲି ଆସିଥାନ୍ତି। ବନ୍ୟଜନ୍ତୁ ଗ୍ରାମ ଓ କ୍ଷେତକୁ ପଶି ଆସୁଥିବା ଅଭିଯୋଗ ପୂର୍ବରୁ ବେଶି ଆସୁଥିଲା। ଏବେ କ୍ଷେତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ତାରବାଡ ଲଗାଯାଇଛି। ସେହିପରି ବନ କର୍ମଚାରୀ ରାତ୍ରିକାଳୀନ ପାଟ୍ରୋଲିଂ କରୁଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ନଷ୍ଟ ହେଉଥିବା ଫସଲର କ୍ଷତିପୂରଣ ପାଇଁ ଅନୁକମ୍ପା ଆପ୍‌ ମାଧ୍ୟମରେ ଅଭିଯୋଗ ଚାଷୀ ଦାଖଲ କରିପାରିବେ। ୧୫ ଦିନ ମଧ୍ୟରେ ତଦନ୍ତ କରାଯାଇ ଏକର ପ୍ରତି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଉଛି। ସୂଚନାଯୋଗ୍ୟ, ବନ୍ୟଜନ୍ତୁଙ୍କ ଦ୍ୱାରା ନଷ୍ଟ ହେଉଥିବା କ୍ଷତିର ଭରଣା ପାଇଁ ପିସିସିଏଫ୍‌ (ପ୍ରିନ୍ସିପାଲ ଚିଫ୍‌ କଞ୍ଜରଭେଟର ଅଫ ଫରେଷ୍ଟ), ଓଡ଼ିଶା ଷ୍ଟେଟ ଚିଫ ୱାଇଲ୍ଡ ଲାଇଫ ୱାର୍ଡେନଙ୍କ ସହ ଭୁବନେଶ୍ୱରସ୍ଥ ଓଡ଼ିଶା ସ୍ପେସ ଆପ୍ଲିକେଶନ ସେଣ୍ଟର ସହଯୋଗରେ ଏହି ଅନୁକମ୍ପା ଆପ୍‌ ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri