ବନ୍ୟଜନ୍ତୁ ଦାଉରୁ ଫସଲ ରକ୍ଷା ପାଇଁ ରାତି ଅନିଦ୍ରା

କେନ୍ଦ୍ରାପଡ଼ା ଅଫିସ, ୨ା୧୧: କେନ୍ଦ୍ରାପଡ଼ା ଜିଲା ଉପାନ୍ତ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉତ୍ପାତ ବଢ଼ିଯାଇଛି। ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଓ ପନିପରିବା ଫସଲକୁ ନଷ୍ଟ କରୁଛନ୍ତି। ବନ୍ୟଜନ୍ତୁଙ୍କ ଏହି ଉତ୍ପାତ ସ୍ଥାନୀୟ ଅଧିବାସୀଙ୍କ ନିଦ ହଜାଇ ଦେଇଛି। ମହିଳାପୁରୁଷମାନେ ମେଳି କରି ରାତି ଅନିଦ୍ରା ହୋଇ ଫସଲ ଜଗୁଛନ୍ତି। ଏପରିସ୍ଥିତିରେ ଋଣ ଶୁଝିବା ନେଇ ଆଶଙ୍କା ସୃଷ୍ଟ ହୋଇଛି। ବିଶେଷକରି ବାର୍‌ହାଙ୍କ ଭୟ ସର୍ବଦା ଲାଗି ରହୁଛି। ଅପରପକ୍ଷରେ ବନ ବିଭାଗ ପକ୍ଷରୁ କୁହାଯାଉଛି ଯେ, ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆପ୍‌ ମାଧ୍ୟମରେ ଅଭିଯୋଗ କଲେ କ୍ଷତିପୂରଣ ମିଳୁଛି।
ଜୟନଗର ଗ୍ରାମର ହାଡିବନ୍ଧୁ ପ୍ରଧାନ କହିଛନ୍ତି, ଭିତରକନିକା ଜାତୀୟ ଉଦ୍ୟାନରେ ବାର୍‌ହା ଓ ହରିଣଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇଛି। ବନାଞ୍ଚଳକୁ ଡେଇଁ ଚାଷୀଙ୍କ କ୍ଷେତରେ ଏହି ବନ୍ୟଜନ୍ତୁ ପଶୁଛନ୍ତି। ଏବେ ବିଅଳି ଧାନ ପାଚିବା ପରେ କ୍ଷେତରୁ ଅମଳ ଆରମ୍ଭ ହୋଇଯାଇଛି। ସେହିପରି ପନିପରିବା ମଧ୍ୟ ଚାଷୀଙ୍କ ରୋଜଗାରର ଆଶା ହୋଇଛି। ଭିତରକନିକା ସଂଲଗ୍ନ ୩ ବ୍ଲକ ଅଞ୍ଚଳରେ ଏହି ବନ୍ୟଜନ୍ତୁ ଏବେ ଚାଷୀଙ୍କ ପାଇଁ ବିପଦ ସାଜିଛନ୍ତି। ରାତିରେ ଏହି ବନ୍ୟଜନ୍ତୁ କ୍ଷେତରେ ପଶି ଫସଲ ଉଜାଡି ଦେଉଥିବାରୁ ରାତି ଅନିଦ୍ରା ହୋଇ ଜଗିବାକୁ ପଡୁଛି। ଗୁପ୍ତିର ସୁଦର୍ଶନ ଦାସ କହିଛନ୍ତି, ବିଅଳି ଧାନ ଚାଷରେ ବର୍ଷକ ପାଇଁ ଖର୍ଚ୍ଚ ମିଳିଯାଏ। ଚଳିତବର୍ଷ ବ୍ୟାଙ୍କ ଓ ସୋସାଇଟି ମାଧ୍ୟମରେ ଋଣ କରି ଚାଷ କରିଛି। ପାଚିଲା ଧାନ ବାର୍‌ହାଙ୍କୁ ଆକୃଷ୍ଟ କରିଥିବା ବେଳେ ଅନ୍ୟ ବନ୍ୟଜନ୍ତୁ ପନିପରିବା ଫସଲକୁ ଉଜାଡି ଦେଉଛନ୍ତି। ଏବେ ସୁଦ୍ଧା ପ୍ରାୟ ୨ ଏକର ଜମିର ଧାନ ଫସଲ ବନ୍ୟଜନ୍ତୁ ନଷ୍ଟ କରି ସାରିଲେଣି। ବନ ବିଭାଗ ପକ୍ଷରୁ ବନାଞ୍ଚଳକୁ ତାରବାଡରେ ଘେରାଇ ରଖିବା ପାଇଁ ସେ ଦାବି କରିଛନ୍ତି। କୋହ୍ଲ ଗ୍ରାମର ମାଳତି ବିଶ୍ୱାଳ କହିଛନ୍ତି, ଫସଲ ପାଇଁ ଜୀବନ ଜୀବିକା ବାଜିରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଭୟ ସର୍ବଦା ଲାଗି ରହିଛି। ରାତିରେ ବନ୍ୟଜନ୍ତୁ ପଶି ଆସୁଛନ୍ତି। କ୍ଷେତର ସୁରକ୍ଷା ପାଇଁ ମେଳି ହୋଇ ଗ୍ରାମବାସୀ ଜଗୁଛନ୍ତି। ସ୍ବାମୀଙ୍କ ସହ ସେ ମଧ୍ୟ ହାରକିନ ଲାଇଟ୍‌ ନେଇ କ୍ଷେତ ଜଗିବାକୁ ଯାଉଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ନଭେମ୍ବରରୁ ଫେବୃୟାରୀ ପର୍ଯ୍ୟନ୍ତ ଜଙ୍ଗଲୀ ବାର୍‌ହାଙ୍କ ପ୍ରଜନନ ସମୟ। ଏହି ସମୟରେ ପ୍ରଚୁର ଖାଦ୍ୟର ଆବଶ୍ୟକତା ରହିଛି। ଏଥିସହ ଏହି ସମୟରେ ସେମାନଙ୍କର ଆକ୍ରମଣ ପ୍ରବୃତ୍ତି ବୃଦ୍ଧି ପାଇଥାଏ। ଜଙ୍ଗଲ ଆଖାପାଖ ଅଞ୍ଚଳରେ ପାଚିଲା ଧାନ ସହଜଲବ୍ଧ ଖାଦ୍ୟ ହୋଇଥିବାରୁ କ୍ଷେତକୁ ଚାଲି ଆସିଥାନ୍ତି। ବନ୍ୟଜନ୍ତୁ ଗ୍ରାମ ଓ କ୍ଷେତକୁ ପଶି ଆସୁଥିବା ଅଭିଯୋଗ ପୂର୍ବରୁ ବେଶି ଆସୁଥିଲା। ଏବେ କ୍ଷେତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ତାରବାଡ ଲଗାଯାଇଛି। ସେହିପରି ବନ କର୍ମଚାରୀ ରାତ୍ରିକାଳୀନ ପାଟ୍ରୋଲିଂ କରୁଛନ୍ତି। ବନ୍ୟଜନ୍ତୁଙ୍କ ପାଇଁ ନଷ୍ଟ ହେଉଥିବା ଫସଲର କ୍ଷତିପୂରଣ ପାଇଁ ଅନୁକମ୍ପା ଆପ୍‌ ମାଧ୍ୟମରେ ଅଭିଯୋଗ ଚାଷୀ ଦାଖଲ କରିପାରିବେ। ୧୫ ଦିନ ମଧ୍ୟରେ ତଦନ୍ତ କରାଯାଇ ଏକର ପ୍ରତି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଉଛି। ସୂଚନାଯୋଗ୍ୟ, ବନ୍ୟଜନ୍ତୁଙ୍କ ଦ୍ୱାରା ନଷ୍ଟ ହେଉଥିବା କ୍ଷତିର ଭରଣା ପାଇଁ ପିସିସିଏଫ୍‌ (ପ୍ରିନ୍ସିପାଲ ଚିଫ୍‌ କଞ୍ଜରଭେଟର ଅଫ ଫରେଷ୍ଟ), ଓଡ଼ିଶା ଷ୍ଟେଟ ଚିଫ ୱାଇଲ୍ଡ ଲାଇଫ ୱାର୍ଡେନଙ୍କ ସହ ଭୁବନେଶ୍ୱରସ୍ଥ ଓଡ଼ିଶା ସ୍ପେସ ଆପ୍ଲିକେଶନ ସେଣ୍ଟର ସହଯୋଗରେ ଏହି ଅନୁକମ୍ପା ଆପ୍‌ ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri