କୃଷକ ପରାମର୍ଶ କେନ୍ଦ୍ର ପାଲଟିଛି ଭୂତକୋଠି

କୁଆମରା,୨।୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ସଦର ମହକୁମା ସାନଖୁଣ୍ଟା ପଞ୍ଚାୟତର ଚତୁର୍ଶିଳା ମୌଜାରେ ୨୦୧୯ରେ କୃଷକଙ୍କ ସ୍ବାର୍ଥ ଲାଗି ନିର୍ମାଣ ହୋଇଥିବା କୃଷକ ପରାମର୍ଶ କେନ୍ଦ୍ର ଏବେ ଭୂତକୋଠି ପାଲଟିଛି। ୪ଲକ୍ଷ ୪୪ହଜାର ଟଙ୍କା ଅଟକଳର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଏହି କେନ୍ଦ୍ର ନିର୍ମାଣ ହୋଇଥିଲା। ତେବେ ନିର୍ମାଣର ୩ବର୍ଷ ପୂରିବାକୁ ବସିଥିବା ବେଳେ ପ୍ରଶାସନିକ ସ୍ଥାଣୁତା ଓ ବିଭାଗୀୟ ଆନ୍ତରିକତା ଅଭାବରୁ ଏହି କେନ୍ଦ୍ର ଅଦ୍ୟାବଧି ଖୋଲପାରୁନି। କେନ୍ଦ୍ର ଗୃହରେ ତାଲା ଝୁଲୁଛି। ବ୍ଲକଠାରୁ ୩୦୦ମିଟର ଦୂରରେ ଏହି ପରାମର୍ଶ କେନ୍ଦ୍ର ନିର୍ମାଣ ହୋଇଥିଲେ ମଧ୍ୟ ବ୍ଲକ କର୍ର୍ତ୍ତୃପକ୍ଷ କିମ୍ବା କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେବା ଅତ୍ୟନ୍ତ ପରିତାପର ବିଷୟ। ତେବେ ଏହି ପରାମର୍ଶ କେନ୍ଦ୍ର କାହା ପାଇଁ କେଉଁ ସ୍ବାର୍ଥରେ ନିର୍ମାଣ ହୋଇଛି ସେଥିନେଇ କୃଷକମାନେ ପ୍ରଶ୍ନ କରିଛନ୍ତି। ଏହି କେନ୍ଦ୍ର ନିର୍ମାଣରେ ବ୍ୟୟ ହୋଇଥିବା ଅର୍ଥ କେବଳ ଠିକାଦାରଙ୍କ ସ୍ବାର୍ଥରେ ବିନିଯୋଗ ହୋଇଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଏ ନେଇ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ପରାମର୍ଶ କେନ୍ଦ୍ର ସମ୍ମୁଖ ଭାଗ ଏବେ ଅନାବନା ଗଛଲତାରେ ପୂର୍ଣ୍ଣ ହୋଇଛି। ଯାହାକୁ କେହି ଜଣେ ଦେଖିଲେ ଭୂତକୋଠି ବୋଲି କହିବ। ୩ବର୍ଷ ଧରି ଅଣଦେଖା ହୋଇ ପଡ଼ିରହିଥିବା ଏହି ପରାମର୍ଶ କେନ୍ଦ୍ରକୁ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଦାବି ହେଉଛି। ଏ ସଂକ୍ରାନ୍ତରେ ବ୍ଲକ କୃଷି ଅଧିକାରୀ ହାଡିବନ୍ଧୁ ପଣ୍ଡାଙ୍କୁ ପଚାରିବାରୁ କାର୍ଯ୍ୟରେ ନୂଆ ଯୋଗ ଦେଇଥିବାରୁ ଏ ବିଷୟରେ ଜାଣି ନାହଁାନ୍ତି ଏବଂ ଏଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri