ସରିଲା ପ୍ରଚାର: ଦ୍ୱନ୍ଦ୍ୱରେ ପ୍ରାର୍ଥୀ

ଧାମନଗର,୨ା୧୧(ଡି.ଏନ.ଏ.): ଧାମନଗର ଉପନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି। ମଇଦାନରେ ୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ ହେଁ ମୁଖ୍ୟତଃ ଧାମନଗର ମଙ୍ଗ ଧରିବା ପାଇଁ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଚାଲିଛି। କିନ୍ତୁ ବିଜେଡି ଟିକେଟରୁ ବଞ୍ଚିତ ହୋଇ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ଓ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ସେଠୀଙ୍କ ଭୋଟ ହାର ନିର୍ଣ୍ଣାୟକ ଭୂମିକା ନେବ। ତେବେ ସମସ୍ତ ପ୍ରାର୍ଥୀ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି। ଉପନିର୍ବାଚନରେ ୨ଲକ୍ଷ ୩୮ ହଜାର ୪୧୭ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଏବଂ ୧ ଲକ୍ଷ ୧୫ ହଜାର ୩୧୪ ଜଣ ମହିଳା ଭୋଟର ଅଛନ୍ତି। ଏଥର ଉପନିର୍ବାଚନରେ ଭାଜପା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ବହୁ ନେତୃବୃନ୍ଦ, ବିଧାୟକ, ବିଭିନ୍ନ ମୋର୍ଚ୍ଚାର ରାଜ୍ୟ ସଭାପତି ସାମିଲ ହୋଇ ବିଭିନ୍ନ ପଞ୍ଚାୟତରେ ଡେରା ପକାଇଥିଲେ। ପ୍ରଚାର ମଇଦାନରେ ଧାମନଗରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ମନମୋହନ ସାମଲ ମୁଖ୍ୟ ଭୂମିକା ନେଇଥିବା ବେଳେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରଚାର ଶୈଳୀ ଭୋଟରଙ୍କୁ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଛି। ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗର ଅନୁକମ୍ପା ଭୋଟ୍‌ ହାତେଇବା ପାଇଁ ସୂର୍ଯ୍ୟବଂଶୀ ଉଦ୍ୟମ ଜାରି ରଖିଛନ୍ତି। ଏପରିକି ଭାଜପା ପକ୍ଷରୁ ନବୀନ ସରକାରଙ୍କ ବିଭିନ୍ନ ଦୁର୍ନୀତି, ନାରୀ ନିର୍ଯାତନା ସହ ଧାମନଗରର ବିକାଶ ପାଇଁ ପ୍ରତିଶ୍ରୁତି ଦିଆଯାଇଛି।
ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ରହିଥିବାରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରୀତି ରଞ୍ଜନ ଘଡ଼େଇ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ପ୍ରମୁଖ ପ୍ରଚାର, ରାଜ୍ୟ ସଭା ଏମ୍‌ପି ମୁନା ଖଁ। ମଇଦାନରେ ଥିଲେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ପ୍ରଚାର କରିଛନ୍ତି। ତେବେ ବିଜେଡି ପାଇଁ ଘାତକ ସାଜିପାରନ୍ତି ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର। ରାଜେନ୍ଦ୍ରଙ୍କ ଲାଗି ଦଳୀୟ କର୍ମୀଙ୍କ ଭିତରେ ରହିଥିବା ସମର୍ଥନ ବିଜେଡି ପାଇଁ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିପାରେ। ମିଶନ ଶକ୍ତି ଜରିଆରେ ମହିଳା ଭୋଟ୍‌ ହାତେଇବାକୁ ବିଜେଡି ଲକ୍ଷ୍ୟ ରଖିଥିବା ବେଳେ ଏକାଧିକ ସ୍ଥାନରେ ଟଙ୍କା ବଣ୍ଟା ନେଇ ଭିଡିଓ ଭାଇରାଲ ଯୋଗୁ ଏହାକୁ ନେଇ ଲୋକଙ୍କ ଭିତରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏଠାରେ ରାଜୁଙ୍କ ସାଙ୍ଗଠନିକ ଦବ୍‌ଦବା ରହିଥିବାରୁ ଅନେକ କର୍ମୀ ଖୋଲାଖୋଲି ପ୍ରଚାରରେ ସାମିଲ ହେଉ ନ ଥିଲେ ମଧ୍ୟ ଅନ୍ତଃସ୍ରୋତର ଫାଇଦା ନେଇ ସମ୍ମାନଜନକ ସ୍ଥିତିରେ ରହିପାରନ୍ତି। ଏହା ଭାଜପା ପାଇଁ ସହାୟକ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ତା’ର ପୂର୍ବ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ପ୍ରଚାର କରିଛନ୍ତି। ଏଥର ନିଜର ସମ୍ମାନ ବୃଦ୍ଧି ପାଇଁ କଂଗ୍ରେସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ତେବେ ଏସବୁ ଭିତରେ ବନ୍ୟା ନିୟନ୍ତ୍ରଣରେ ବିଫଳତା ଏବଂ ଯାଜପୁର ନେତୃତ୍ୱଙ୍କ ପ୍ରତି ସ୍ଥାନୀୟ ଭୋଟର ଅସୂୟା ଭାବ ସୃଷ୍ଟି ହେବା ପରିଲକ୍ଷିତ ହେଉଛି। ଏହା ଯଦି ଭୋଟ୍‌କୁ ରୂପାନ୍ତରିତ ହୁଏ ତାହା ବିଜେଡି ଭୋଟ୍‌ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri