ସ୍ବେଚ୍ଛାସେବୀ ସଂସ୍ଥା ଗୃହରେ ପଢ଼ାଇବାକୁ ମନା କଲେ କର୍ତ୍ତୃପକ୍ଷ

ମହାକାଳପଡ଼ା,୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କୀବେଲାରି (ଖ୍ରୀଷ୍ଟିଆନପଡ଼ା) ଗ୍ରାମ ସ୍ଥିତ ହଗପାଟଣା ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି। ବିଦ୍ୟାଳୟ ପିଲାମାନେ ନିକଟ ସେଚ୍ଛାସେବୀ ସଂସ୍ଥା ୟଙ୍ଗ ମେନ୍‌ ଖ୍ରୀଷ୍ଟିଆନ ଆସୋସିଏଶନ୍‌ ପକ୍ଷରୁ ଏକ ବହୁ ମୁଖି ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଗୃହରେ କିଛି ମାସ ହେବ ଶିକ୍ଷାଦାନ ହେଉଥିଲା। ହଠାତ୍‌ ମଙ୍ଗଳବାର ପୂର୍ବାହ୍ନରେ ପିଲାମାନଙ୍କୁ ଉକ୍ତ ବାତ୍ୟା ଆଶ୍ରୟସ୍ଥଳ ଗୃହରେ ପାଠପଢା ବନ୍ଦ କରାଯାଇଥିଲା। ଫଳରେ ପିଲାମାନେ ଉକ୍ତ ସ୍ଥାନ ଛାଡ଼ି ରାସ୍ତାରେ ବୁଲିଥିଲେ। ଖବରପାଇ ସ୍ଥାନୀୟ ସିଆରସିସି ପ୍ରଦ୍ୟୁମ୍ନ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ପିଲାମାନଙ୍କୁ ନିକଟ କ୍ଲବ ଗୃହରେ ଥଇଥାନ କରିଥିଲେ।
ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ସଂଖ୍ୟା ୪୪। ଆଗାମୀଦିନରେ ପିଲାମାନେ କିପରି ପାଠ ପଢିବେ ବୋଲି ଗ୍ରାମର ବିଟୁ ସ୍ବାଇଁ କହିଛନ୍ତି। ତେବେ ଅଧାପନ୍ତରିଆ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଗଁାର ମୁରବୀମାନେ ବହୁବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ପିଲା ବାହାରେ ବହୁ ସମୟ ବୁଲୁଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଆଝ ଟୁଡୁଙ୍କୁ ପଚାରିବାରେ ବିଦ୍ୟାଳୟ ବନ୍ଦ ହେବା ନେଇ ପୂର୍ବର କଛି ସୂଚନା ମିଳି ନ ଥିଲା। ତେବେ ପାଠପଢା ଯାଉଥିବା ବାତ୍ୟା ଆଶ୍ରୟସ୍ଥଳ ସେଚ୍ଛାସବୀ ସଂସ୍ଥା ଗୃହ ଦାୟିତ୍ୱରେ କର୍ତ୍ତୃପକ୍ଷ ଜଣକ ମନା କରିବାରୁ ମଙ୍ଗଳବାର ଏହି ଘଟଣା ଘଟିଲା ବୋଲି ସେ କହିଛନ୍ତି। ଅପରପକ୍ଷରେ ଏହି ବିଦ୍ୟାଳୟରେ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ପିଲାମାନେ ପାଠ ପଢିଥାନ୍ତି। ବିଦ୍ୟାଳୟଟି ବହୁ ପୁରାତନ। ବ୍ରିଟିଶ୍‌ ଶାସନ ସମୟରେ ଗୋରା ହଗ୍‌ ସାହେବ ଏହାକୁ ନିର୍ମାଣ କରିଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏହି ଗୋରା ସାହେବଙ୍କ ନାମ ଅନୁସାରେ ବିଦ୍ୟାଳୟ ନାମକରଣ କରାଯାଇଛି। ପୂର୍ବରୁ ଏହି ବିଦ୍ୟାଳୟରେ ବହୁ ଛାତ୍ରୀଛାତ୍ର ଦେଶ ବିଦେଶରେ ବଡ଼ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି ବୋଲି କୁହାଯାଏ। ଅପରପକ୍ଷରେ ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରାଙ୍କୁ ପଚାରିବାରେ ଏହି ଘଟଣା ନଜରକୁ ଆସିନାହିଁ। ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?