ବିଭ୍ରାନ୍ତିକର ତଥ୍ୟ ଦେଇ ଅର୍ଥ ଆଦାୟ

ଖଇରା, ୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ରାଜସ୍ବ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନରେ ପୂର୍ବରୁ ଖଣି ବ୍ୟବହାର କରୁଥିବା ଲିଜଧାରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ପୂର୍ବକ ବେଆଇନ ଅର୍ଥ ଆଦାୟକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ା ଏକ ଗୋଷ୍ଠୀ ନେତା ପ୍ରଶାସନକୁ ଧରି ଖଣି ଚଲାଇଦେବେ ବୋଲି କହି ବ୍ୟାପକ ଅର୍ଥ ଆଦାୟ କରୁଛନ୍ତି ା କିଛି ଖଣି ମାଲିକ ଏହାକୁ ସହଜ ଭାବେ ଗ୍ରହଣ କରି ଅର୍ଥ ପ୍ରଦାନ କରୁଥିବା ବେଳେ ଆଉ କିଛି ଖଣି ନିଲାମଧାରୀ ଭୟଭୀତ ହୋଇ ଅର୍ଥ ପ୍ରଦାନ କରୁଛନ୍ତି ା
ହେଲେ ସେମାନେ ନିଜ ନାମ ଗୋପନ ରଖି ବେଆଇନ ଭାବେ ଏହି ଅର୍ଥ ଆଦାୟକୁ ବନ୍ଦ କରିବାକୁ ଦାବି କରିଛନ୍ତି।
ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ଠିକ୍‌ ଭାବେ ଅନୁଶୀଳନ କରିବା ପରିବର୍ତ୍ତେ ୨୦୧୯ରେ ତତ୍କାଳୀନ ତହସିଲଦାର ଖଣି ଖୋଳାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହ ୧୪୪ଧାରା ଜାରି କରିଥିଲେ। ଏବେ ନିକଟରେ ରାଜସ୍ବ ଓ ନିଜସ୍ବ ଜାଗା ଚିହ୍ନଟ କରି ହାତୀ ଚଲାପଥ ପାଇଁ ରାସ୍ତା ଛାଡି ରାଜସ୍ବ ଜମିରେ ଥିବା ଖଣିଗୁଡିକ ବ୍ୟବହାର କରିବାକୁ ମୟୂରଭଞ୍ଜ ଓ ବାଲେଶ୍ୱର ଡିଏଫ୍‌ଓ ସ୍ତରରେ ରିପୋର୍ଟ ରାଜ୍ୟ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ପଠାଯାଇଛି। ସେଠାରୁ ଅନୁମତି ପରେ କେନ୍ଦ୍ରୀୟ ବନ୍ୟଜନ୍ତୁ ସୁରକ୍ଷା ପରିଷଦ ଅନୁମତି ପରେ ଖଣି ଚାଲିପାରେ। ଏଥିପାଇଁ ପ୍ରଶାସନ ସ୍ତରରେ ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ ହେବ ଏବଂ ସମୟସାପେକ୍ଷ ା ହେଲେ ଏହାକୁ ଆୟୁଧ କରି ଖଣି ଲିଜଧାରୀଙ୍କୁ ଭୁଲ୍‌ ତଥ୍ୟ ଦେଇ କେତେଜଣ ବ୍ୟକ୍ତି ବ୍ୟାପକ ଅର୍ଥ ଆଦାୟ କରୁଛନ୍ତି ା ଅନ୍ୟୁନ ୬୦ ଖଣି ଲିଜ୍‌ଧାରୀଙ୍କ ନିକଟରୁ ୬ହଜାର ଲେଖାଏଁ, ପ୍ରତ୍ୟେକ ଟ୍ରାକ୍ଟର ମାଲିକଙ୍କ ନିକଟରୁ ୫ଶହ ଲେଖାଏଁ ଏବଂ କ୍ରସର ମାଲିକଙ୍କ ନିକଟରୁ ୨୫ହଜାର ଲେଖାଏଁ କରି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଯେଉଁମାନେ ନ ଦେବେ ସେମାନଙ୍କର ଖଣି ଲିଜ୍‌ ବାତିଲ କରାଯିବ ବୋଲି ଚେତାବନୀ ଦିଆଯାଉଥିବା ବହୁ ଖଣି ଲିଜ୍‌ଧାରୀ ଅଭିଯୋଗ କରିଛନ୍ତି ା ଏହା ବନ୍ଦ କରିବା ସହ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri