ବିଭ୍ରାନ୍ତିକର ତଥ୍ୟ ଦେଇ ଅର୍ଥ ଆଦାୟ

ଖଇରା, ୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ରାଜସ୍ବ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନରେ ପୂର୍ବରୁ ଖଣି ବ୍ୟବହାର କରୁଥିବା ଲିଜଧାରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ପୂର୍ବକ ବେଆଇନ ଅର୍ଥ ଆଦାୟକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ା ଏକ ଗୋଷ୍ଠୀ ନେତା ପ୍ରଶାସନକୁ ଧରି ଖଣି ଚଲାଇଦେବେ ବୋଲି କହି ବ୍ୟାପକ ଅର୍ଥ ଆଦାୟ କରୁଛନ୍ତି ା କିଛି ଖଣି ମାଲିକ ଏହାକୁ ସହଜ ଭାବେ ଗ୍ରହଣ କରି ଅର୍ଥ ପ୍ରଦାନ କରୁଥିବା ବେଳେ ଆଉ କିଛି ଖଣି ନିଲାମଧାରୀ ଭୟଭୀତ ହୋଇ ଅର୍ଥ ପ୍ରଦାନ କରୁଛନ୍ତି ା
ହେଲେ ସେମାନେ ନିଜ ନାମ ଗୋପନ ରଖି ବେଆଇନ ଭାବେ ଏହି ଅର୍ଥ ଆଦାୟକୁ ବନ୍ଦ କରିବାକୁ ଦାବି କରିଛନ୍ତି।
ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ଠିକ୍‌ ଭାବେ ଅନୁଶୀଳନ କରିବା ପରିବର୍ତ୍ତେ ୨୦୧୯ରେ ତତ୍କାଳୀନ ତହସିଲଦାର ଖଣି ଖୋଳାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହ ୧୪୪ଧାରା ଜାରି କରିଥିଲେ। ଏବେ ନିକଟରେ ରାଜସ୍ବ ଓ ନିଜସ୍ବ ଜାଗା ଚିହ୍ନଟ କରି ହାତୀ ଚଲାପଥ ପାଇଁ ରାସ୍ତା ଛାଡି ରାଜସ୍ବ ଜମିରେ ଥିବା ଖଣିଗୁଡିକ ବ୍ୟବହାର କରିବାକୁ ମୟୂରଭଞ୍ଜ ଓ ବାଲେଶ୍ୱର ଡିଏଫ୍‌ଓ ସ୍ତରରେ ରିପୋର୍ଟ ରାଜ୍ୟ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ପଠାଯାଇଛି। ସେଠାରୁ ଅନୁମତି ପରେ କେନ୍ଦ୍ରୀୟ ବନ୍ୟଜନ୍ତୁ ସୁରକ୍ଷା ପରିଷଦ ଅନୁମତି ପରେ ଖଣି ଚାଲିପାରେ। ଏଥିପାଇଁ ପ୍ରଶାସନ ସ୍ତରରେ ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ ହେବ ଏବଂ ସମୟସାପେକ୍ଷ ା ହେଲେ ଏହାକୁ ଆୟୁଧ କରି ଖଣି ଲିଜଧାରୀଙ୍କୁ ଭୁଲ୍‌ ତଥ୍ୟ ଦେଇ କେତେଜଣ ବ୍ୟକ୍ତି ବ୍ୟାପକ ଅର୍ଥ ଆଦାୟ କରୁଛନ୍ତି ା ଅନ୍ୟୁନ ୬୦ ଖଣି ଲିଜ୍‌ଧାରୀଙ୍କ ନିକଟରୁ ୬ହଜାର ଲେଖାଏଁ, ପ୍ରତ୍ୟେକ ଟ୍ରାକ୍ଟର ମାଲିକଙ୍କ ନିକଟରୁ ୫ଶହ ଲେଖାଏଁ ଏବଂ କ୍ରସର ମାଲିକଙ୍କ ନିକଟରୁ ୨୫ହଜାର ଲେଖାଏଁ କରି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଯେଉଁମାନେ ନ ଦେବେ ସେମାନଙ୍କର ଖଣି ଲିଜ୍‌ ବାତିଲ କରାଯିବ ବୋଲି ଚେତାବନୀ ଦିଆଯାଉଥିବା ବହୁ ଖଣି ଲିଜ୍‌ଧାରୀ ଅଭିଯୋଗ କରିଛନ୍ତି ା ଏହା ବନ୍ଦ କରିବା ସହ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri