ନକଲି ସୁନାଗହଣାଦେଇ ନେଇଗଲେ ୮୩ ଲକ୍ଷରୁ ଊର୍ଦ୍ଧ୍ୱ ଋଣ : ବ୍ୟାଙ୍କ ପକ୍ଷରୁ ମାମଲା
ବୈଶିଙ୍ଗା,୨୧ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନକଲି ସୁନା ଗହଣା ଦେଇ ୮୩ଲକ୍ଷ ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଛି। ଘଟଣା ଜଣାପଡ଼ିବା ପରେ ବ୍ୟାଙ୍କ ପକ୍ଷରୁ ବୈଶିଙ୍ଗା ଥାନାରେ ଅଭିଯୋଗ କରାଯାଇଛି। ଏଥିରେ ପୂର୍ବତନ ବ୍ୟାଙ୍କ…
ଢାବା ପଛପଟେ ଚାଲିଥିଲା ଜୁଆ ଖେଳ: ୯ଜଣଙ୍କୁ ଧରିଲା ପୋଲିସ
ଗୋପାଳପୁର,୨୧ା୧୦(ଡି.ଏନ.ଏ.): ଗୋଳନ୍ଥରା ପୋଲିସ ଏକ ଢାବା ପଛପଟେ ଚାଲିଥିବା ଜୁଆ ଆଡ୍ଡା ଉପରେ ଗୁରୁବାର ରାତିରେ ଚଢ଼ାଉ କରି ୯ ଜଣ ଜୁଆଡ଼ିକୁ ଗିରଫ କରିଛି। ସେମାନଙ୍କଠାରୁ ୩୦ ହଜାର ୩୦ ଟଙ୍କା ଏବଂ ଖେଳ ସାମଗ୍ରୀ ଜବତ କରିଥିବା ଗୋଳନ୍ଥରା…
ନେଇଗଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ସାରସକଣା,୨୧।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥ ସଂଲଗ୍ନ ଝାରପୋଖରିଆ ଗ୍ରାମର ସୁବାସ ମହାରଣାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଚୋରି ନେଇ ଅଭିଯୋଗ ହୋଇଛି। ସୁବାସଙ୍କ ଅଭିଯୋଗ ଅନୁଯାୟୀ, ସମସ୍ତ ପରିବାର ଲୋକ…
ଗହଣା ଦୋକାନରେ ଜିଏସ୍ଟି ଚଢ଼ାଉ
ବାରିପଦା ଅଫିସ,୨୧।୧୦-ମୟୂରଭଞ୍ଜ ଜିଲା ବାରିପଦା ସହର ଲାଲବଜାରସ୍ଥିତ ଭାରତୀ ଅଳଙ୍କାର ଦୋକାନରେ ଶୁକ୍ରବାର ଜିଏସ୍ଟି ବିଭାଗ ଚଢ଼ାଉ କରିଛି। ଗହଣା ଦୋକାନ ସମେତ ତୁଳସୀଚଉରା ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି। ବ୍ୟବସାୟୀ ତଥା ଦୋକାନ ମାଲିକ ପ୍ରଦୀପ କର୍ମକାରଙ୍କ ବିରୋଧରେ ଜିଏସ୍ଟି…
ଜମିବାଡିକୁ କେନ୍ଦ୍ର କରି ହତ୍ୟା: ମୁମ୍ବାଇରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ପୋଲସରା,୨୧ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ଜମିବାଡିକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଦୁଇଜଣଙ୍କୁ ମୁମ୍ବାଇ ସହରରୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମନୋଜ ସାହୁ ଓ…
ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ବିରୋଧ: ରାଜପଥରେ ବସିଲେ ଗ୍ରାମବାସୀ
ମୋରଡା,୨୧।୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଡାକୋଇ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଏହି ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ ଜଣାଇ ଶୁକ୍ରବାର ରାଜ୍ୟ…
ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦୁଝର,୨୧।୧୦(ସ୍ବ.ପ୍ର.)- ସ୍ତ୍ରୀ ହତ୍ୟା ମାମଲାର ଶୁଣାଣି କରି କେନ୍ଦୁଝର ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଶୁକ୍ରବାର ସ୍ତ୍ରୀ ହତ୍ୟାକାରୀ ସଦର ଥାନା ବାୟାପଣ୍ଡାଧର ଗ୍ରାମର ସୁମନ୍ତ ଜୁଆଙ୍ଗ(୪୦)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରି କି ୫୦ ହଜାର ଟଙ୍କାର…
ଜମି ଅଧିଗ୍ରହଣକୁ ବିରୋଧ: ୭୦ କିମି ପଦଯାତ୍ରାରେ ଆସି ଧାରଣା ଦେଲେ ଆଦିବାସୀ
ସୁନ୍ଦରଗଡ଼,୨୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରେ ଥିବା ଏକ ଘରୋଇ କମ୍ପାନୀର ଚୂନ ପଥର ଖଣି ସମ୍ପ୍ରସାରଣ ପାଇଁ ଜମି ଅଧଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି ଆଦିବାସୀ ଶୁକ୍ରବାର ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତ ୧୮ ତାରିଖରୁ ରାଜଗାଙ୍ଗପୁର…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ଅନୁଗୋଳ ଅଫିସ, ୨୧।୧୦: ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଅନ୍ତର୍ଗତ ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ସାଅନ୍ଦା ଗ୍ରାମର ତ୍ରିପୁର ବେହେରା (୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ…
ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ବୈଠକ ବର୍ଜନ କରି ଧାରଣାରେ ବସିଲେ ସରପଞ୍ଚ
କେସିଙ୍ଗା,୨୧।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚତୁର୍ଥ ପଞ୍ଚାୟତ ସମିତି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବୈଠକରେ କେସିଙ୍ଗା ବ୍ଲକର ୨୬ ସରପଞ୍ଚଙ୍କ ମଧ୍ୟରୁ ୨୨ ସରପଞ୍ଚ ବିଡିଓଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବୈଠକ ବର୍ଜନ କରି ବ୍ଲକ ସଭାଗୃହ…
ସ୍ବାଭିମାନ ଅଞ୍ଚଳରେ ମନ୍ତ୍ରୀ, ୭ ବିଦ୍ୟାଳୟର ହଷ୍ଟେଲ ଉଦ୍ଘାଟନ
ଚିତ୍ରକୋଣ୍ଡା,୨୧।୧୦(ଡି.ଏନ୍.ଏ): ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ବିକାଶର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଯନ୍ତାପାଇକୁ ଶୁକ୍ରବାର ଆଇନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି। ତାଙ୍କ ସହ…
୫ ବର୍ଷର ଶିଶୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ
ଫୁଲବାଣୀ ଅଫିସ,୨୧।୧୦: କନ୍ଧମାଳ ଜିଲା ଫୁଲବାଣୀ ପୋକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଶୁକ୍ରବାର ଜଣେ ୫ ବର୍ଷର ଝିଅଙ୍କୁ ବଳାତ୍କାର ମାମଲାର ବିଚାର କରିଛନ୍ତି। ଏହି ମାମଲାରେ ବଳାତ୍କାରୀଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

