୩ ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି ପୋଲିସ

ଡେରାବିଶ,୨୮ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବୁଧବାର ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ଶୋଭାଯାତ୍ରାରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ୯୬ ଘଣ୍ଟା ବିତିଛି। ୪୦ରୁ ଊର୍ଦ୍ଧ୍ୱ ଆହାତଙ୍କ ମଧ୍ୟରୁ ରବିବାର ସନ୍ଧ୍ୟା ଯାଏ ୩୩ ଜଣ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି। ହେଲେ ଏହି ଘଟଣାରେ ଦାୟୀ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ ବୋଲି ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ରବିବାର କହିଛନ୍ତି।
ଆହତମାନଙ୍କ ମଧ୍ୟରୁ ୧୨ ଜଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏହି ଘଟଣାରେ ନିଜ ଆଡ଼ୁ ସଦର ଥାନାରେ ଏକ ମାମଲା(ନଂ. ୪୯୪/୨୨)ରୁଜୁ କରିବା ସହ ପୂଜା କମିଟିର ୩ କର୍ମକର୍ତ୍ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ତେବେ ଏହି ସମ୍ବେଦନଶୀଳ ଘଟଣାର ମୁଖ୍ୟ ନାୟକ ସାଜିଥିବା ପୋଲିସ ଓ ଭସାଣି ଉତ୍ସବରେ ଉପସ୍ଥିତ ଥିବା କେତେଜଣ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ଘଟଣାର ପରଦିନ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ କେବଳ ଭସାଣି ଉତ୍ସବ ପାଇଁ ଅନୁମତି ଦିଆଯାଇଥିଲା। ବାଣ ଫୁଟାଇବା ଓ ଡିଜେ ବଜାଇବା ଉପରେ ପୋଲିସ ପକ୍ଷରୁ ବାରଣ କରାଯାଇଥିବା କଥା ଗଣମାଧ୍ୟମକୁ କହିଥିଲେ। ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ କଥା ବୋଲି ସେ କହିଛନ୍ତି।
କଟକ-ଚାନ୍ଦବାଲି ରାଜପଥକୁ ଦୀର୍ଘ ୪ ଘଣ୍ଟା ବନ୍ଦ କରି ଭସାଣି ଶୋଭାଯାତ୍ରା ଚାଲିବା, ବାଣ ଫୁଟାଇବା ଓ ଡିଜେ ବଜାଇବା ପାଇଁ କିଏ ଅନୁମତି ଦେଇଥିଲା ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ଦୀର୍ଘ ୪ ଘଣ୍ଟା ଧରି ଯାନବାହାନ ସମେତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ବସ୍‌ ଓ ଚାରିଚକିଆ ଗାଡ଼ିରେ ଯାଉଥିବା ଯାତ୍ରୀ ଯେଉଁ ମାନସିକ କଷ୍ଟ ଭୋଗିଛନ୍ତି ସେଥିପାଇଁ କିଏ ଦାୟୀ ରହିବ। ପୋଲିସ ପୂଜା କମିଟି ଓ ବଜାର ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ବାଣ ଫୁଟାଇବା ପାଇଁ ମନା କରିଥିଲେ ମଧ୍ୟ ସେମାନେ ମାନିଲେ ନାହିଁ ବୋଲି ଅନୁଧ୍ୟାନ କରିବାକୁ ଯାଇଥିବା ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିବା ସେ ଜାଣିବାକୁ ପାଇଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପୋଲିସକୁ ମୁତୟନ କରାଯାଇଥିଲା। ଘଟଣାସ୍ଥଳରେ ଦାୟିତ୍ୱରେ ଥିବା ପୋଲିସ କଥା କର୍ମକର୍ତ୍ତା ମାନିଲେ ନାହିଁ କହିବା ଏଥିରେ ସମ୍ପୃକ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବା ଭଳି ହୋଇଛି ବୋଲି ବିଜୟ କହିଛନ୍ତି। ସେପଟେ ବାଣ ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସମ୍ପର୍କୀୟମାନେ ମାନସିକ ଅଶାନ୍ତି ଭିତରେ ଦିନ କାଟୁଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମଦେଲା ଉପ ଜିଲାପାଳଙ୍କ ନିର୍ଦ୍ଦେଶ: ଜବରଦଖଲ ଉଚ୍ଛେଦ, ଡ୍ରେନ୍‌ ସଫା ଆରମ୍ଭ

ଭଞ୍ଜନଗର,୨୫।୬(ଡି.ଏନ.ଏ.)- ଭଞ୍ଜନଗର ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କିଛିମାସ ହେଲା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତଥାପି ଏନ୍‌ଏସି ପ୍ରଶାସନ ଏହାର ସୁଧାର ପାଇଁ...

ମାଛ ଚାଷ ଦେଇଛି ପରିଚୟ

ବାରିପଦା ଅଫିସ,୩୦ା୫- ବର୍ତ୍ତମାନ ସମୟରେ ଜୀବିକା ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। କରୋନା ମହାମାରୀ ଯୋଗୁ ପ୍ରବାସୀମାନେ ଘରମୁହାଁ ହେଉଛନ୍ତି। ସେହିଭଳି ଅନେକ ସ୍ଥାନରେ ଯୁବତୀଯୁବକମାନେ ଚାକିରି...

ଟଁକା ଅଭାବ, ନାଁ ଲେଖାରୁ ବଁଚିତ୍‌ ଛାତ୍ର

ଜାମଟିକ୍ରା, ୧୯।୮ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଅଧୀନ ଜାମଟିକ୍ରା ଗାଁର ଝନେ ଗରିବ୍‌ ଛାତ୍ର ଟଁକା ଅଭାବୁ କଲେଜରେ ନାଁ...

ପ୍ରଶାସନ କଲାନି, ଯୁବଗୋଷ୍ଠୀ କଲେ

ବଇଣ୍ଡା, ୧୯ା୮(ଡି.ଏନ.ଏ.) – ଜଙ୍ଗଲିଆ ଗଁ। ଭାବି ପ୍ରଶାସନ ଯେଉଁ ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ହେଲା ଅବହେଳା କରିଆସିଥିଲା ସେହି ଗ୍ରାମବାସୀ ଓ ଯୁବଗୋଷ୍ଠୀ ସ୍ବାଧୀନତା ଦିବସ...

ଫଳଦୋକାନୀ ଗିରଫ

ଯାଜପୁର ଟାଉନ,୧୦ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଗ୍ରାହକଙ୍କୁ ଆକ୍ରମଣରେ ଘଟଣାରେ ଫଳଦୋକାନୀ ପ୍ରଶାନ୍ତ କୁମାର ସାହୁ(୩୦)ଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ...

୨୧ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୩୦ା୫ (ନି.ପ୍ର.)- ୨୧ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଗଙ୍ଗାନଗରର ଇସାକ ଖାନ (୬୯)।...

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା : ଶିକ୍ଷକ ଗିରଫ

ଦାରିଙ୍ଗବାଡ଼ି,୨୫।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଟ୍ୟୁସନ ଶିକ୍ଷକ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ସୋମବାର ଅଭିଯୋଗ ହୋଇଥିଲା। ଏଥିରେ...

ପାଣି ଆଣିବାକୁ ଅଧ କି.ମି.

ବଇଣ୍ଡା,୨୪।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ରହିଛି। ହେଲେ ପଞ୍ଚାୟତର ସମସ୍ତ ସାହିକୁ ପାଇପ୍‌ ପାଣି ମିଳୁନି। ଏପରି ଅସୁବିଧାର ସମ୍ମୁଖୀନ...

Advertisement
Archives

Model This Week