୩ ଜଣଙ୍କୁ ଗିରଫ କରି ହାତବାନ୍ଧି ବସିଛି ପୋଲିସ

ଡେରାବିଶ,୨୮ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବୁଧବାର ସନ୍ଧ୍ୟାରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ଶୋଭାଯାତ୍ରାରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାକୁ ଇତିମଧ୍ୟରେ ୯୬ ଘଣ୍ଟା ବିତିଛି। ୪୦ରୁ ଊର୍ଦ୍ଧ୍ୱ ଆହାତଙ୍କ ମଧ୍ୟରୁ ରବିବାର ସନ୍ଧ୍ୟା ଯାଏ ୩୩ ଜଣ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଛି। ହେଲେ ଏହି ଘଟଣାରେ ଦାୟୀ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନାହିଁ ବୋଲି ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ରବିବାର କହିଛନ୍ତି।
ଆହତମାନଙ୍କ ମଧ୍ୟରୁ ୧୨ ଜଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏହି ଘଟଣାରେ ନିଜ ଆଡ଼ୁ ସଦର ଥାନାରେ ଏକ ମାମଲା(ନଂ. ୪୯୪/୨୨)ରୁଜୁ କରିବା ସହ ପୂଜା କମିଟିର ୩ କର୍ମକର୍ତ୍ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ତେବେ ଏହି ସମ୍ବେଦନଶୀଳ ଘଟଣାର ମୁଖ୍ୟ ନାୟକ ସାଜିଥିବା ପୋଲିସ ଓ ଭସାଣି ଉତ୍ସବରେ ଉପସ୍ଥିତ ଥିବା କେତେଜଣ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ଘଟଣାର ପରଦିନ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ କେବଳ ଭସାଣି ଉତ୍ସବ ପାଇଁ ଅନୁମତି ଦିଆଯାଇଥିଲା। ବାଣ ଫୁଟାଇବା ଓ ଡିଜେ ବଜାଇବା ଉପରେ ପୋଲିସ ପକ୍ଷରୁ ବାରଣ କରାଯାଇଥିବା କଥା ଗଣମାଧ୍ୟମକୁ କହିଥିଲେ। ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ କଥା ବୋଲି ସେ କହିଛନ୍ତି।
କଟକ-ଚାନ୍ଦବାଲି ରାଜପଥକୁ ଦୀର୍ଘ ୪ ଘଣ୍ଟା ବନ୍ଦ କରି ଭସାଣି ଶୋଭାଯାତ୍ରା ଚାଲିବା, ବାଣ ଫୁଟାଇବା ଓ ଡିଜେ ବଜାଇବା ପାଇଁ କିଏ ଅନୁମତି ଦେଇଥିଲା ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ଦୀର୍ଘ ୪ ଘଣ୍ଟା ଧରି ଯାନବାହାନ ସମେତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ବସ୍‌ ଓ ଚାରିଚକିଆ ଗାଡ଼ିରେ ଯାଉଥିବା ଯାତ୍ରୀ ଯେଉଁ ମାନସିକ କଷ୍ଟ ଭୋଗିଛନ୍ତି ସେଥିପାଇଁ କିଏ ଦାୟୀ ରହିବ। ପୋଲିସ ପୂଜା କମିଟି ଓ ବଜାର ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ବାଣ ଫୁଟାଇବା ପାଇଁ ମନା କରିଥିଲେ ମଧ୍ୟ ସେମାନେ ମାନିଲେ ନାହିଁ ବୋଲି ଅନୁଧ୍ୟାନ କରିବାକୁ ଯାଇଥିବା ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିବା ସେ ଜାଣିବାକୁ ପାଇଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପୋଲିସକୁ ମୁତୟନ କରାଯାଇଥିଲା। ଘଟଣାସ୍ଥଳରେ ଦାୟିତ୍ୱରେ ଥିବା ପୋଲିସ କଥା କର୍ମକର୍ତ୍ତା ମାନିଲେ ନାହିଁ କହିବା ଏଥିରେ ସମ୍ପୃକ୍ତ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବା ଭଳି ହୋଇଛି ବୋଲି ବିଜୟ କହିଛନ୍ତି। ସେପଟେ ବାଣ ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ସମ୍ପର୍କୀୟମାନେ ମାନସିକ ଅଶାନ୍ତି ଭିତରେ ଦିନ କାଟୁଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?