ମୃତ କୁମ୍ଭୀର ପେଟରୁ ବାହାରିଲା କୁକୁର,ଝୋଟଅଖା

ରାଜନଗର,୨୮ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନକୁ ସଂଲଗ୍ନ କରୁଥିବା ହଂସୁଆ ନଦୀ ତଟରୁ ଏକ ମୃତ ଅଣ୍ଡିରା ବଉଳା କୁମ୍ଭୀର ରବିବାର ଜବତ କରାଯାଇଥିଲା ା ରାଜନଗର ଗୋପାଳପୁର ଲୁଣା ଘେରିବନ୍ଧର ବିଜୁଳିଆ ନିକଟରୁ ଏହି ମୃତ କୁମ୍ଭୀର ଭାସୁଥିଲା ା ପ୍ରତ୍ୟୁଷରୁ ସ୍ଥାନୀୟ ଲୋକେ ନଦୀ ପାର୍ଶ୍ୱକୁ ଆସି କୁମ୍ଭୀର ଭାସୁଥିବା ଦେଖି ରାଜନଗର ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ମୃତ କୁମ୍ଭୀରକୁ ଜବତ କରିବା ସହ ତାର ଶବ ବ୍ୟବଚ୍ଛେଦ କରିଛନ୍ତି ା ମୃତ କୁମ୍ଭୀରର ଲମ୍ବ ୧୭ ଫୁଟ ୮ ଇଞ୍ଚ ହୋଇଥିବା ବେଳେ ତାର ମୋଟେଇ ୭ ଫୁଟ ୪ଇଞ୍ଚ। ଏହି ବିରାଟକାୟ କୁମ୍ଭୀରଟି କେଉଁ ପରିସ୍ଥିତିରେ ମଲା ଏହାକୁ ନେଇ ବନବିଭାଗ ତଦନ୍ତ କରୁଛି ା ଏସିଏଫ୍‌ ପୁନମହୀରା ହାଁସଦାଙ୍କ ଉପସ୍ଥିତିରେ ପ୍ରାଣୀ ଚିକିସତ୍ାଧିକାରୀ କିଶୋର କୁମାର ସାହୁ ଶବ ବ୍ୟବଚ୍ଛେଦ କରିଥିଲେ। କୁମ୍ଭୀର ପେଟରୁ ଗୋଟିଏ କୁକୁର, ଝୋଟ ଅଖା ଓ ଦୁଇଟି କଳା ପଲିଥିନ ବାହାରିଛି ା ଶବ ବ୍ୟବଚ୍ଛେଦ ପରେ ଏହି କୁମ୍ଭୀରକୁ ସଂସାରଫଳ ନର୍ସରୀରେ ପୋତି ଦିଆଯାଇଛି। ମଲା କୁକୁରକୁ କେହି ଝୋଟ ଅଖାରେ ପୁରାଇ ନଈକୁ ଫିଙ୍ଗି ଦେଇଥିଲେ ା ଅଖା ସହ କୁକୁରକୁ କୁମ୍ଭୀର ଗିଳିବା ପରେ ତାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୁମ୍ଭୀରର ଦେହରେ ଅନ୍ୟ କୌଣସି ଚିହ୍ନ ନ ଥିବାରୁ କୁକୁରକୁ ଗିଳିବା ପରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ: ଡିଏଫ୍‌ଓ

ଢେଙ୍କାନାଳ ଅଫିସ, ୨୬।୬ ଢେଙ୍କାନାଳ ସହର ଗଣେଶ ବଜାର ନିକଟ ଫରେଷ୍ଟ କଲୋନୀ ବୋମା ବିସ୍ଫୋରଣ ଘଟଣାରେ ଥାନାରେ ମାମଲା (ନଂ.୨୭୨/୨୦) ରୁଜୁ ହେବା ପରେ...

୧୩୨ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ୨୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି। ଚିହ୍ନଟ ୨୫...

ଅସ୍ଥାୟୀ ମଣ୍ଡିରେ ପଡ଼ିଛି ରବିଧାନ, କାଳବୈଶାଖୀକୁ ଡର

କୁନ୍ଦୁରା,୩୧ା୫(ଡି.ଏନ୍‌.ଏ.)- ରବିଋତୁରେ କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ବର୍ତ୍ତମାନ ୭୦ ପ୍ରତିଶତ ଧାନ ଅମଳ ହୋଇସାରିଛି। ଆଗକୁ ବର୍ଷା ଆଶଙ୍କାରେ ଚାଷୀମାନେ ଅମଳ ଧାନକୁ ଅସ୍ଥାୟୀ...

୫୬୯୦ ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା

ପାଟଣା,୧୮ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏଭଳି ପରିସ୍ଥିତିରେ କଳକାରଖାନା, ନିର୍ମାଣ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ...

ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ...

ନିଶାବେପାରୀଙ୍କ ଘରୁ ବୋମା, ମାରାଣାସ୍ତ୍ର, ମଦ ଜବତ

ଜଟଣୀ,୩୦ା୧(ଡି.ଏନ.ଏ.): ଜଟଣୀ ଥାନା ବାଲିଛକ ମୁଣ୍ଡିଆସାହିରେ ଜଣେ ନିଶା ମାଫିଆଙ୍କ ଘର ଉପରେ ଜଟଣୀ ପୋଲିସ ମଙ୍ଗଳବାର ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ନିଶାବେପାରୀ ଖସି...

ଆବାସ ଯୋଜନାରୁ ବଁଚିତ୍‌ ପରିବାର: କ୍ଲବ ଘର ପାଲଟିଛେ ଆଶ୍‌ରେ ଥଲ୍‌

  ଗଣ୍ଡତୁରୁମ, ୨୧।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ମେହେନା ଗଁାର ଗଣେଶ ଉସେରା(୭୦)। ସେ ଝନେ ନିହାତି ଗରିବ୍‌...

ଧନୀଙ୍କୁ ବାଦ୍‌ ଦେଇ ଗରିବଙ୍କୁ ସାମିଲ କର

ବଲସକୁମ୍ପା,୩୦ା୧(ଡି.ଏନ୍‌.ଏ.): ଖଜୁରିପଡ଼ା ବ୍ଲକରେ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଧନୀ ଶ୍ରେଣୀର ଲୋକଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯାଇଥିବାରୁ ବ୍ଲକ...

Advertisement
Archives

Model This Week