୪ ବିଇଓଙ୍କ ହାତରେ ୧୧ ବ୍ଲକର ଶିକ୍ଷା ବ୍ୟବସ୍ଥା

ରାୟଗଡ଼ା ଅଫିସ,୨୮ା୧୧: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଜିଲାରେ ୧୧ ବ୍ଲକ ମଧ୍ୟରୁ ୭ରେ ବିଇଓ ପଦବୀ ଖାଲି ପଡ଼ିଛି। ସେହିପରି ଚଳିତ ମାସରେ ଆଉ ଏକ ବ୍ଲକରେ ବିଇଓ ପଦବୀ ଖାଲି ହେବାକୁ ଯାଉଛି। ଫଳରେ ଶିକ୍ଷା ବ୍ୟବସ୍ଥାର ତଦାରଖ ଠିକ୍‌ରେ ହୋଇପାରୁନାହିଁ। ଅନେକ ସ୍କୁଲରେ ପିଲାଙ୍କ ଉପସ୍ଥାନ କମ୍‌ ରହୁଥିବା ବେଳେ ଆଉ କେତେକ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଅଭାବ ରହିଛି। ଏଭଳି ପରିସ୍ଥିତିରେ ସ୍କୁଲଗୁଡ଼ିକର ସମସ୍ୟା ବୁଝିବା ଏବଂ ଜିଲାସ୍ତରରେ ଉପସ୍ଥାପନା କରିବାକୁ ସ୍ଥାୟୀ ବିଇଓ ନାହାନ୍ତି। ୪ ବିଇଓଙ୍କ ହାତରେ ଚାଲିଛି ୧୧ ବ୍ଲକର ଶିକ୍ଷା ବ୍ୟବସ୍ଥା।
ଜିଲାର ଗୁଡ଼ାରି ବ୍ଲକରେ ୨୦୧୭ ଜୁନ୍‌ରୁ ସ୍ଥାୟୀ ବିଇଓ ପଦବୀ ଖାଲି ପଡ଼ିଛି। ସେହିପରି ୨୦୨୧ ରୁ କାଶୀପୁର ବ୍ଲକରେ, ୨୦୨୧ରୁ କଲ୍ୟାଣସିଂହପୁରରେ, ୨୦୨୨ ଜୁନ୍‌ରୁ ରାୟଗଡ଼ା ସଦର ବ୍ଲକରେ, ୨୦୨୧ ରୁ ଚନ୍ଦ୍ରପୁର ବ୍ଲକରେ, ୨୦୨୨ ଫେବୃୟାରୀରୁ ଗୁଣପୁର ବ୍ଲକରେ ଏବଂ ବିଷମକଟକ ବ୍ଲକରେ ୨ ମାସ ହେଲା ସ୍ଥାୟୀ ବିଇଓ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ପୂରଣ ହୋଇପାରୁନାହିଁ। ଏବେ କେବଳ ୪ ବ୍ଲକ ଯଥା ପଦ୍ମପୁର, ମୁନିଗୁଡ଼ା, ରାମନାଗୁଡ଼ା ଏବଂ କୋଲନରା ବ୍ଲକରେ ସ୍ଥାୟୀ ବିଇଓ ଦାୟିତ୍ୱରେ ଅଛନ୍ତି। ନିକଟସ୍ଥ ବ୍ଲକର ବିଇଓଙ୍କୁ ନିଜ ବ୍ଲକ ସହ ଖାଲି ପଡ଼ିଥିବା ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେମାନେ ଏକାଧିକ ବ୍ଲକର ଦାୟିତ୍ୱ ଠିକ୍‌ରେ ତୁଲାଇପାରୁ ନ ଥିବା ଜଣାପଡ଼ିଛି। ଏହି ମାସରେ କୋଲନରା ବିଇଓ ମଧ୍ୟ ଚାକିରିରୁ ଅବସର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହାପରେ ଜିଲାରେ ମାତ୍ର ୩ ବିଇଓଙ୍କ ଦ୍ୱାରା ଶିକ୍ଷା ବ୍ୟବସ୍ଥାର ପରିଚାଳନା କିପରି ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି।
ଜିଲାର ଅନେକ ସ୍କୁଲରେ ଶିକ୍ଷକ ଅଭାବ ଏବଂ ଠିକ୍‌ ସମୟରେ ଶିକ୍ଷକ ସ୍କୁଲକୁ ଆସୁ ନ ଥିବା ନେଇ ଅଭିଯୋଗ ଆସୁଛି। ଏହାର ତଦାରଖ କରିବାକୁ ବିଇଓ ନ ଥିବାବେଳେ ଡିଇଓ ସମସ୍ତ ବ୍ଲକର ସମସ୍ୟା ବୁଝିବା ସମ୍ଭବ ହୋଇପାରୁନାହିଁ। ଫଳରେ ତୃଣମୂଳ ସ୍ତରରେ ପ୍ରଶାସନିକ ପରିଚାଳନା, ନିରୀକ୍ଷଣ, ବିଭାଗୀୟ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟକ୍ରମ ନିରୀକ୍ଷଣ କରିବା, ସମସ୍ତ ଶିକ୍ଷକଙ୍କୁ ସୂଚନା ପହଞ୍ଚାଇବା, ବିଦ୍ୟାଳୟରେ ଶୈକ୍ଷିକ ଉପକରଣ ଯୋଗାଇବା ଆଦିରେ ସମସ୍ୟା ଦେଖାଦେଉଛି। ମୁଖ୍ୟତଃ ଜିଲା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଯୋଗାଯୋଗ ରହିପାରୁନାହିଁ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ଜିଲାର ୭ ବ୍ଲକରେ ସ୍ଥାୟୀ ବିଇଓ ନ ଥିବା ବିଷୟରେ ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି, କ୍ଲାସ୍‌ ୨ ବରିଷ୍ଠ ଶିକ୍ଷକମାନଙ୍କ ପ୍ରମୋସନ ହେଲେ ଏସବୁ ସମସ୍ୟାର ସମାଧାନ ହୋଇପାରିବ। ରାୟଗଡ଼ା ବ୍ଲକ ମାଣିକଝୋଲା ସ୍ଥିତ ସରକାରୀ ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ବିଦ୍ୟାଳୟର ଯେକୌଣସି ସମସ୍ୟା ନେଇ ଗଲେ ତାହାର ତୁରନ୍ତ ସମାଧାନ ହୋଇ ପାରୁନାହିଁ। ଦରମା ମଧ୍ୟ ଠିକ୍‌ ସମୟରେ ମିଳୁନାହିଁ। ଡିଇଓ ଥିଲେ ମଧ୍ୟ ତାଙ୍କ ଉପରେ ସମଗ୍ର ଜିଲାର ଦାୟିତ୍ୱ ଥିବାରୁ ସବୁ କାମ ଠିକ୍‌ରେ ପରିଚାଳନା ହୋଇପାରୁନାହିଁ। ଗୁଡାରୀ ବ୍ଲକ ପାଙ୍ଗଣପଦର ସରକାରୀ ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷକ ବାଲାଜୀ ପାଣିଗ୍ରାହୀ କହିଛନ୍ତି, ବ୍ଲକରେ ଶିକ୍ଷା କ୍ଷେତ୍ରରେ ରହିଥିବା ସମସ୍ୟାକୁ ଜିଲାସ୍ତରରେ ଉପସ୍ଥାପନ କରିବାକୁ କେହି ନାହାନ୍ତି। ଶିକ୍ଷା ବ୍ୟବସ୍ଥା କାମଚଳା ନୀତିରେ ଚାଲିଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସମସ୍ୟା ନେଇ ଗୁଡ଼ାରି ବ୍ଲକ କଲୋନି ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟିର ଆବାହକ ବାଳକୃଷ୍ଣ ସାହୁଙ୍କୁ ପଚାରିବାରୁ, ବ୍ଲକରେ ୫ ବର୍ଷ ହେଲା ସ୍ଥାୟୀ ବିଇଓ ଏବଂ ଏବିଇଓ ନ ଥିବା କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ପ୍ରତ୍ୟେକ ମାସରେ ହେଉଥିଲେ ମଧ୍ୟ ବିଦ୍ୟାଳୟ କିମ୍ବା ଅଭିଭାବକମାନଙ୍କ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?