ଭିତରକନିକାର ୮୭୧ ପର୍ଯ୍ୟଟକ

ରାଜନଗର,୨୮ା୧୧(ଡି.ଏନ.ଏ.): ରବିବାର ଗୋଟିଏ ଦିନରେ ଭିତରକନିକାକୁ ୮୭୧ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ। ୭୯ ବୋଟରେ ପର୍ଯ୍ୟଟକମାନେ ଭିତରକନିକାର ଶୋଭା ଉପଭୋଗ କରୁଛନ୍ତି। ସ୍ଥଳପଥରେ ୩୨୭ ପର୍ଯ୍ୟଟକ ଭିତରକନିକା ପରିଭ୍ରମଣରେ ଆସିଥିଲେ। ସ୍ଥଳପଥରେ ଆସିଥିବା ୩୨୭ ପର୍ଯ୍ୟଟକ ଡାଙ୍ଗମାଳଠାରେ ଥିବା ଶବ୍ଦବିହୀନ ୧୭ଟି ବୋଟରେ ଜଳପଥରେ ପ୍ରାକୃତିକ ଶୋଭା ଉପଭୋଗ କରିଛନ୍ତି। ଏଥିସହ ଖୋଳା ଏଣ୍ଟ୍ରି ପଏଣ୍ଟ ଦେଇ ୪୮ ବୋଟରେ ୪୩୨ ପର୍ଯ୍ୟଟକ, ଗୁପ୍ତି ଏଣ୍ଟ୍ରି ପଏଣ୍ଟ ଦେଇ ୯ଟି ବୋଟରେ ୫୬ ପର୍ଯ୍ୟଟକ ଓ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟ ଦେଇ ୫ଟି ବୋଟରେ ୫୬ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ମୋଟ ୭୯ ବୋଟରେ ୮୭୧ ପର୍ଯ୍ୟଟକ ଭିତରକନିକାର ଶୋଭା ଉପଭୋଗ କରିଛନ୍ତି। ନୌକା ଭ୍ରମଣ ସମୟରେ ପ୍ରକୃତିକୁ ନିକଟରେ ଦେଖିବାର ସୁଯୋଗ ଓ ନଈପଠାରେ ବିରଳ ବଉଳା କୁମ୍ଭୀରଙ୍କ ଖରାପୋଇଁବା ଓ ମିଳନର ଦୃଶ୍ୟ ପର୍ଯ୍ୟଟକଙ୍କୁ ଭିତରକନିକାକୁ ଟାଣି ଆଣୁଛି। ଭିତରକନିକା ବୁଲି ଆସିଥିବା ପର୍ଯ୍ୟଟକମାନେ ଦେଶୀୟ ପକ୍ଷୀ ଭିଡ ଜମାଇଥିବା ଲକ୍ଷ୍ମୀପ୍ରସାଦଡିଆ, ମଠଆଡିଆରେ ହଜାର ହଜାର ସଂଖ୍ୟାରେ ଦେଶୀୟ ପକ୍ଷୀଙ୍କୁ ଦେଖି ବିମୋହିତ ହୋଇଥିଲେ। ଏଥିସହ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର, ମ୍ୟୁଜିୟମ, ସାରା ବିଶ୍ୱରେ ଚର୍ଚ୍ଚିତ ଧଳା କୁମ୍ଭୀର ଗୋରୀ, ମଲ୍ଲୀ, ଶ୍ୱେତାକୁ ପର୍ଯ୍ୟଟକମାନେ ଦେଖି ମଜା ଉଠାଇଥିଲେ। ଡାଙ୍ଗମାଳଠାରେ ଥିବା ବୋଟ ଲାଇବ୍ରେରୀ, ସହିଦସ୍ତମ୍ଭ ଓ ସେଲଫି ପଏଣ୍ଟ ନିକଟରେ ପର୍ଯ୍ୟଟକମାନେ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?