ଶୈଳବାଳାରୁ ପ୍ରଦୂଷଣମୁକ୍ତ କ୍ୟାମ୍ପସ୍‌ ବାର୍ତ୍ତା: ଆଜିଠୁ ପ୍ରତି ସୋମବାର ଗାଡ଼ି ମନା

କଟକ ଅଫିସ,୨୮ା୧୧: ନାରୀ ଶିକ୍ଷାର ପ୍ରାଚୀନ ଶିକ୍ଷାନୁଷ୍ଠାନ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ଏକ ଅଭିନବ ଢଙ୍ଗରେ ପ୍ରଦୂଷଣମୁକ୍ତ କ୍ୟାମ୍ପସର ବାର୍ତ୍ତା ଆରମ୍ଭ କରିଛି। ନଭେମ୍ବର ୨୮ ତାରିଖରୁ ଆରମ୍ଭ କରି ପ୍ରତି ସୋମବାର କଲେଜ କ୍ୟାମ୍ପସକୁ ପ୍ରଦୂଷଣମୁକ୍ତ କରାଯିବ। ସେଥିପାଇଁ କେହି ଗାଡ଼ି ନେଇ କଲେଜ ପରିସରକୁ ପ୍ରବେଶ କରିବେ ନାହିଁ। ଏ ନେଇ କଲେଜ ବୈଠକରେ ଆଲୋଚନା ହେବା ପରେ ଗତ ଶନିବାର କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କଲେଜରେ ପଢୁଥିବା ପାଖାପାଖି ୩,୫୦୦ ଛାତ୍ରୀ, ୮୦ ଅଧ୍ୟାପିକା ଅଧ୍ୟାପକଙ୍କ ସହ ୭୦ କର୍ମଚାରୀ ଏହି ନିୟମକୁ ପ୍ରଥମଥର ପାଇଁ ସୋମବାରଠାରୁ ପାଳନ କରିବେ। ଏଭଳି ନିଆରା ପ୍ରୟାସ ଉକ୍ତ ଶିକ୍ଷାନୁଷ୍ଠାନକୁ ନିଶ୍ଚିତ ଭାବେ ପ୍ରଶଂସା ସାଉଁଣ୍ଟିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

 

ମୁଖ୍ୟତଃ କ୍ୟାମ୍ପସକୁ ପ୍ରଦୂଷଣମୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ। ସମସ୍ତ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ କୁହାଯାଇଛି ପ୍ରତି ସୋମବାର ଗାଡ଼ି ନେଇ କଲେଜ ଆସିବେ ନାହିଁ। ଏହାଦ୍ୱାରା ପରିବେଶ ସୁରକ୍ଷାରେ ଆମର ଯୋଗଦାନ ରହିବା ସହ ପେଟ୍ରୋଲ ସଞ୍ଚୟ ହୋଇପାରିବ। ଏହା ମାଧ୍ୟମରେ ଅନ୍ୟ ଶିକ୍ଷାନୁଷ୍ଠାନକୁ ମଧ୍ୟ ଆମ କଲେଜ ପ୍ରଦୂଷଣମୁକ୍ତ କ୍ୟାମ୍ପସ୍‌ର ବାର୍ତ୍ତା ଦେବ।
-ପ୍ରଫେସର ଡ. ଗାୟତ୍ରୀ ବିଶ୍ୱାଳ, ଅଧ୍ୟକ୍ଷା

ପ୍ରତି ସୋମବାର ସମସ୍ତଙ୍କୁ କଲେଜ ପରିସରକୁ ଗାଡି ଆଣିବାକୁ ବାରଣ କରାଯାଇଛି। ସେମାନେ ପବ୍ଲିକ ଟ୍ରାନ୍ସପୋର୍ଟରେ ଆସିବେ। କ୍ୟାମ୍ପସ୍‌ ଭିତରକୁ କେବଳ ସାଇକେଲ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ପ୍ରଦୂଷଣମୁକ୍ତ କ୍ୟାମ୍ପସ ପାଇଁ ଏଭଳି ପଦକ୍ଷେପ ନେବାକୁ ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି।
-ଡ. ଯାମିନୀ ରଞ୍ଜନ ମହାନ୍ତି, ଆଡ୍‌ମିନିଷ୍ଟ୍ରେଟିଭ ବର୍ସାର
ଦୈନନ୍ଦିନ ସହରର ପ୍ରଦୂଷଣ ଭିତରେ ଯିବାଆସିବା କରିବାକୁ ପଡ଼ୁଛି। ଆଧୁନିକତାର ଅଗ୍ରଗତି ସହ ତାଳ ଦେଇ ମଣିଷ ପ୍ରକୃତି ଉପରେ କରୁଥିବା ଅତ୍ୟାଚାରର ପରିଣାମ ଆମକୁ ଭୋଗିବାକୁ ପଡ଼ୁଛି। ସେ ଦୃଷ୍ଟିରୁ ଆମ କଲେଜ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଅତ୍ୟନ୍ତ ସ୍ବାଗତଯୋଗ୍ୟ। ସପ୍ତାହରେ ଗୋଟିଏ ଦିନ ସୋମବାର ମୁଁ ସାଇକେଲରେ କଲେଜ ଆସିବି। ଏହାଦ୍ୱାରା ଆମ କଲେଜ କ୍ୟାମ୍ପସ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ହୋଇପାରିବ।
-ତନୁଶ୍ରୀ ଜେନା, ଛାତ୍ରୀ, ଯୁକ୍ତ ୩ ଦ୍ୱିତୀୟ ବର୍ଷ

କଲେଜ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସ୍ବାଗତ କରୁଛି। ପ୍ରଥମଥର ପାଇଁ କଟକ ସହରବାସୀ ଓ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ ପ୍ରଦୂଷଣମୁକ୍ତର ବାର୍ତ୍ତା ପ୍ରଦାନ କରାଯିବ। ଏଥିରେ ଆମେମାନେ ଶତ ପ୍ରତିଶତ ସହଯୋଗ କରିବୁ। ନିଜ ଗାଡ଼ିକୁ ଘରେ ରଖି ପ୍ରତି ସୋମବାର କଲେଜ ପଢ଼ିବାକୁ ଆସିବୁ।
-ସାଲୋନୀ କର, ଛାତ୍ରୀ, ଯୁକ୍ତ ତିନି ପ୍ରଥମ ବର୍ଷ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?