ଆମ ଜିଲା ଖବର

ବନ୍ଧୁକ ଦେଖାଇ ଗାଡିକୁ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

କୋଟଗଡ଼,୧୯।୧୦(ଡି.ଏନ.ଏ.): ବନ୍ଧୁକ ଦେଖାଇ ଲୁଟିନେଲେ ଅମୃତଭଣ୍ଡା ବୋଝେଇ ପିକଅପ୍‌ ଭ୍ୟାନ୍‌। କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧୀନରେ ଥିବା ଜକିକିଆ ସ୍ଥାନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ମୁନିଗୁଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ପିକଅପ୍‌ ଭ୍ୟାନକୁ ରାତି ୧୨ଟା…

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓରୁ ୯୩ କେଜି ଗଞ୍ଜେଇ ଜବତ

ଲୋଇସିଂହା,୧୯।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡରେ ଏକ ସ୍କର୍ପିଓ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ସ୍କୁଟିରେ ଥିବା ନିକଟସ୍ଥ ପତ୍ରାପାଲି ଗାଁର ୩ ଜଣ ଯୁବକ ରଞ୍ଜନ ପଧାନ, ବ୍ରଜ ପଧାନ ଓ ରମେଶ…

ପ୍ରଚାର ଆରମ୍ଭ କଲେ ରାଜେନ୍ଦ୍ର

ଭଦ୍ରକ ଅଫିସ,୧୯ା୧୦: ଉପନିର୍ବାଚନ ପାଇଁ ଧାମନଗରରେ ୩ ପ୍ରମୁଖ ଦଳର ପ୍ରଚାର ଜମୁଥିବା ବେଳେ ମଙ୍ଗଳବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ। ତିହିଡ଼ି ବ୍ଲକ ଦୋଳସାହି ଛକରେ ହନୁମାନଙ୍କୁ ପୂଜାର୍ଚ୍ଚନା କରି ସମର୍ଥକଙ୍କ ସହ ରାଜେନ୍ଦ୍ର…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୧୯।୧୦: ଆଜ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ…

ପ୍ରମାଣ ପତ୍ର ନ ଥିବାରୁ ଅପାଠୁଆ ରହିଲେ ପିଲା

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଧରାକୋଟ ଗ୍ରାମପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ଏବେ ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି। ମୁଣ୍ଡ ଗୁଞ୍ଜି ରହିଥିବା ଘର ହେଉ ବା ପିଲାଙ୍କ ପାଠପଢା ସବୁ କିଛି ସମସ୍ୟା ମଧ୍ୟରେ ଗତି କରୁଛି। ୧୯୯୦ ମସିହାର ବନ୍ୟା…

ଖୋଡ଼ାସିଂ ତୋରଣ ମୁଖ୍ୟ ଆକର୍ଷଣ

ବ୍ରହ୍ମପୁର ଅଫିସ,୧୯।୧୦: ରେଶମ ସହରରେ କାଳୀପୂଜା ଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୨୪ ତାରିଖରେ ମା’ କାଳୀଙ୍କ ପୂଜା ଆରମ୍ଭ ହେବ। ସହରରେ ମୁଖ୍ୟତଃ ଖୋଡ଼ାସିଂର କାଳୀପୂଜା ଜିଲା ପ୍ରସିଦ୍ଧ। ପୂର୍ବରୁ ଖୋଡ଼ାସିଂ ମୁଖ୍ୟ ରାସ୍ତାରେ ପୂଜା ହେଉଥିଲା। ୨୦୧୯…

ପୁରୁଣାକୁ ଅଣଦେଖା, ନୂଆ ପାଇଁ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୧୦: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ପରିସରରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବେ ଅଚଳ ହୋଇ ଖତ ଖାଉଛି। ଏହାକୁ ମରାମତି ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ବର୍ଷାଋତୁରେ ସହରକୁ ଜଳବନ୍ଦୀରୁ ମୁକ୍ତ ପାଇଁ…

ପେଟ ବ୍ୟଥାରୁ ମୁକ୍ତି ପାଇଁ ଚେଙ୍କ

ଆର.ଉଦୟଗିରି,୧୯ା୧୦(ଡି.ଏନ.ଏ.): ଗଜପତି ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ସଚେତନତା ଅଭାବରୁ ଏବେ ବି ଲୋକଙ୍କ ମଧ୍ୟରେ ଅନ୍ଧ ବିଶ୍ୱାସ ଲାଗିରହିଛି। କୌଣସି ରୋଗ ହେଲେ ଲୋକେ ଝଡାଫୁଙ୍କାରେ ବିଶ୍ୱାସ ରଖି ତାନ୍ତ୍ରିକଙ୍କ ପାଖକୁ ଯାଉଛନ୍ତି। ପେଟରେ ଚେଙ୍କ ଦେଇ ଆରୋଗ୍ୟ ଲାଭ…

ଭସାଣି ଶୋଭାଯାତ୍ରାରେ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

ମାର୍ଶାଘାଇ, ୧୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କଣକଷଟି ଗଁାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭଯାତ୍ରା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଶୋଭାଯାତ୍ରାରେ ଯାଉଥିବା ଡିଜେ ଗାଡ଼ିର ଲୁହା ଆଙ୍ଗେଲରେ ୩୩ କେଭି ବିଦ୍ୟୁତ୍‌ ତାର ଲାଗିବାରୁ ଜଣେ…

ଗୃହରେ ତାଲା, ବାରଣ୍ଡାରେ ପିଲା

ପାରାଦୀପ,୧୯ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପୌରାଞ୍ଚଳର ୨ନଂ. ୱାର୍ଡର ଅଠରବାଙ୍କି ତଳପଡାରେ ଅଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦୦୮ରୁ ଚାଲିଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୦୨ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଉକ୍ତ ସ୍କୁଲ ଧାର୍ଯ୍ୟ…

ଅଳପୁଆ ପାହାନ୍ତିସାହିରେ ପାନୀୟ ଜଳ ସଙ୍କଟ

ପଟ୍ଟାମୁଣ୍ଡାଇ ୧୯ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ପାହାନ୍ତିସାହିରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଇ ଦେଇଛି। ଏହି ସାହିରେ ୫୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଏଠାରେ ନଳକୂପ ବସାଯାଇଥିଲେ ମଧ୍ୟ ଦୀର୍ଘଦିନ ଧରି ଅଚଳ…

ନିଆଳ ହାଟ ସଂଯୋଗୀକରଣ ରାସ୍ତା ମରାମତି ଦାବି

ଆଳି,୧୯ା୧୦(ଡି.ଏନ.ଏ.): ନିଆଳ ହାଟରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଦୀର୍ଘଦିନ ହେବ ରାସ୍ତା ଅବସ୍ଥା ଶୋଚନୀୟ ଥିବାବେଳେ ବିଭାଗ ପକ୍ଷରୁ ମରାମତି କରାଯାଉନାହିଁ। ତେଣୁ ଏହାକୁ ମରାମତି ନିମନ୍ତେ ସାଧାରଣରେ ଦାବି ହୋଇଛି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?