ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ପରେ ନିଷ୍ପତ୍ତିରୁ ଓହରିଲେ ରେଭେନ୍ସା କର୍ତ୍ତୃପକ୍ଷ
କଟକ ଅଫିସ,୨୧।୧୦: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନ କି ହିଂସାତ୍ମକ ଆଚରଣ କରିପାରିବେ ନାହିଁ। ଏ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଛାତ୍ରୀଛାତ୍ରମାନେ ହିଂସାତ୍ମକ ଆଚରଣ ପ୍ରଦର୍ଶନ,ଧାରଣା , କ୍ୟାମ୍ପସ ପରିସରରେ ମାଦକ ଦ୍ରବ୍ୟ…
ଜନବସତି ଅଞ୍ଚଳରେ ବୁଲୁଛି ହାତୀ, ଲୋକେ ଛାନିଆ
ଭଞ୍ଜନଗର,୨୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୭୪ଟି ହାତୀ ଅଛନ୍ତି। ସନ୍ଧ୍ୟାରେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡ଼ିକରେ ପଶି ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ…
ଏଣିକି ଆନ୍ଦୋଳନ କରିପାରିବେ ନାହିଁ ରେଭେନ୍ସା ଛାତ୍ରୀଛାତ୍ର
କଟକ ଅଫିସ,୨୧ା୧୦: ରେଭେନ୍ସା ଛାତ୍ରୀଛାତ୍ର ଏଣିକି ଆଉ ଆନ୍ଦୋଳନ କରିପାରିବେ ନାହିଁ। ଏପରିକି ଆମରଣ ଅନଶନ କିମ୍ବା ଗେଟ୍ ସମ୍ମୁଖରେ ଆଉ ଧାରଣା ଦେଇପାରିବେ ନାହିଁ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରୁ ପ୍ରକାଶ ଯେ,…
୨ ପୋଲିସ କଲୋନୀରେ ରାସ୍ତା ନାହିଁ କି ଡ୍ରେନ୍ ନାହିଁ
ଗଞ୍ଜାମ,୨୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଉଭୟ ପୁରୁଣା ଓ ନୂଆ ପୋଲିସ କଲୋନୀ ଡ୍ରେନ୍ ଓ ରାସ୍ତାର ସୁବିଧା ନାହିଁ। ଫଳରେ ଉକ୍ତ ୨ଟି କଲୋନୀରେ ରହୁଥିବା ପୋଲିସ କର୍ମଚାରୀଙ୍କ ପରିବାର ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ…
ଅଳଙ୍କାର ଦୋକାନରେ ଜିଏସ୍ଟି ଚଢ଼ାଉ
ବାଲେଶ୍ୱର ଅଫିସ,୨୧ା୧୦: ବାଲେଶ୍ୱର ସହର ଚିଡ଼ିଆ ପୋଲ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ଅଳଙ୍କାର ଦୋକାନ ଉପରେ ଶୁକ୍ରବାର ଜିଏସ୍ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦୋକାନ ପକ୍ଷରୁ ଗୋଟିଏ ଜିଏସ୍ଟି ବିଲ ନମ୍ବରରେ ଭିନ୍ନ ଭିନ୍ନ ରସିଦ କାଟି ଗରାଖମାନଙ୍କୁ ଦେଉଥିବାର…
ଲୋକାର୍ପିତ ହେଲା, କାର୍ଯ୍ୟକ୍ଷମ ହେଉନି
ସୋନପୁର,୨୧।୧୦: ସୁବର୍ଣ୍ଣପୁର ଜିଲା ସଦର ମହକୁମାର ଝୁପୁଡିପଡାରେ ନୂତନ ଭାବେ ନିର୍ମିତ ହୋଇଛି ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର। ଗତ ଜୁନ୍ ୧୫ ତାରିଖରେ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ…
ହାଇକୋର୍ଟ ଥିଲା, ସ୍ଥାୟୀ ବେଞ୍ଚ ଫେରାଅ
ବଲାଙ୍ଗୀର ଅଫିସ, ୨୧ା୧୦: ଓଡିଶା ସହ ଗଡଜାତ ମିଶ୍ରଣ ପୂର୍ବରୁ ବଲାଙ୍ଗୀରରେ ହାଇକୋର୍ଟ କାର୍ଯ୍ୟ କରୁଥିଲା। ଗଡଜାତ ମିଶ୍ରଣ ପରେ ବଲାଙ୍ଗୀରରୁ ହାଇକୋର୍ଟ ଉଠାଇ ଦିଆଯାଇ କଟକ ହାଇକୋର୍ଟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଇତିହାସ ହୋଇପାରେ, ମାତ୍ର ଏହାହିଁ ସତ୍ୟତା। ଐତିହାସିକ…
‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୧ା୧୦: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆରଡିଏ ଅଧିନସ୍ଥ ଅବ୍ଦୁଲ କଲାମ ଦ୍ବୀପରୁ ‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରେ ‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା…
ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି
ନାକଟିଦେଉଳ,୨୧ା୧୦(ଡି.ଏନ.ଏ.): ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସରାପାଲି ବିଟର ମହୁକୁଦ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି ହୋଇଛି। ହାତୀପଲ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଖଳିମୁଣ୍ଡା ନିକଟ ଜାମୁପଟି, ସଡ଼କ ସାହି ଓ ସୁଦ ସାହିର ଧାନ କ୍ଷେତରେ ପଶି…
ଦିବ୍ୟାଙ୍ଗ ଶିଶୁଙ୍କୁ ଜନ୍ମ ଦେଇ ଜୀବନ ହାରିଲେ ମା’
ଫୁଲନଖରା,୨୧।୧୦(ଡି.ଏନ୍.ଏ.): କଟକ ସଦର ଥାନା ପୋଲିସ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ କଟକ ସଦର ଥାନା ଅଧୀନ ହରିଅନ୍ତା ଗ୍ରାମର ରୁବି ପ୍ରଧାନ। ମିଳିଥିବା ସୂଚନା ମୁତାବକ, ରୁବି ଗତ ଦୁଇବର୍ଷ ତଳେ ଏହି ଗ୍ରାମର…
ଅସୁରକ୍ଷିତ ଭାବେ ଚାଲିଛି ହ୍ୟୁମ୍ ପାଇପ୍ ଫ୍ୟାକ୍ଟ୍ରି
ସମ୍ବଲପୁର,୨୧ା୧୦(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ମାନେଶ୍ୱର- ଜୟନ୍ତପୁର ରାସ୍ତା କଡରେ ଥିବା ହ୍ୟୁମ୍ ପାଇପ୍ ଫ୍ୟାକ୍ଟ୍ରିରେ ସେପ୍ଟେମ୍ବର ୨୫ରେ କାମ କରୁଥିବା ସମୟରେ ସତ୍ୟ ମିର୍ଦ୍ଧା (୧୯) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକମାନେ ଜୋତା, ହେଲ୍ମେଟ ଓ ଅନ୍ୟାନ୍ୟ…
ଗଞ୍ଜାମରେ ଜିଲାସ୍ତରୀୟ ୬୩ତମ ପୋଲିସ ସ୍ମୃତି ଦିବସ
ଛତ୍ରପୁର,୨୧ା୧୦(ଡି.ଏନ୍.ଏ.): ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଗଞ୍ଜାମ ପୋଲିସ ପକ୍ଷରୁ ଜିଲାସ୍ତରୀୟ ୬୩ତମ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ପରେଡରେ ଗଞ୍ଜାମ ଏସ୍ପି ବିଜ୍ରେଶ କୁମାର ରୟ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଚଳିତ…

