ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ: ୪ ଗିରଫ
ବ୍ରହ୍ମପୁର ଅଫିସ,୨୯ା୧୦: ଅବକାରୀ ଗୁଇନ୍ଦା ଟିମ୍ ଶନିବାର ଅପରାହ୍ନ ୩ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଲିପଢ଼ା ଛକରୁ ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ କରିଛି। ଚାଲାଣକାରୀ ସମେତ ୪ଜଣଙ୍କୁ ଅବକାରୀ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଜପତି…
ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ
ପୁରୀ ଅଫିସ,୨୯।୧୦: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ସୃଷ୍ଟି ହୋଇଛି ଫାଟ। ଏଠାରେ ଥିବା ୪ଟିରୁ ୩ଟି କଲମରେ ଫାଟ ଥିବା ନେଇ ଶ୍ରୀମନ୍ଦିର ବୈଶୟିକ କୋର କମିଟି ପକ୍ଷରୁ କୁହାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା।…
ଗୋଚର ଜମି ଜବରଦଖଲ, ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ନିଶ୍ଚିନ୍ତକୋଇଲି,୨୯ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଞ୍ଚାୟତରେ ଗୋଚର ଜମିକୁ ଜବରଦଖଲ କରାଯାଇଛି। ଏଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶନିବାର ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦିଆଯାଇଛି। ଓରତି ପଞ୍ଚାୟତର ୩ଟି ରାଜସ୍ବ ଗ୍ରାମର ଗ୍ରାମବାସୀ…
ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ଚାଲିଗଲା ଯୁବକଙ୍କ ଜୀବନ
ଖଲ୍ଲିକୋଟ,୨୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅରବିନ୍ଦ ନଗରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଅରବିନ୍ଦ ନଗରରେ ରହୁଥିବା ଜଣେ ଯୁବକ ଆଜି ସକାଳେ ବାଣ ଭିଡ଼ିବା ସମୟରେ ଅସାବଧାନତା ଯୋଗୁ ବାଣ ବିସ୍ଫୋରଣ ଘଟି ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ…
ଟ୍ରେନ୍ରେ ପ୍ରସବ ଘଟଣା: ସମ୍ବର୍ଦ୍ଧିତ ହେଲେ ଆର୍ପିଏଫ୍ କର୍ମଚାରୀ
ଝାରସୁଗୁଡ଼ା ଅଫିସ,୨୯ା୧୦: ଗତ ବୁଧବାର ବେଙ୍ଗାଲୁରୁ-ହଟିଆ ଏକ୍ସପ୍ରେସ୍ ଟ୍ରେନ୍ରେ ଜଣେ ମହିଳା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଝାରସୁଗୁଡ଼ା ଜଙ୍କ୍ଶନ୍ରେ ଉକ୍ତ ଟ୍ରେନ୍ ରହଣି ପରେ ଆର୍ପିଏଫ୍ କର୍ମଚାରୀ ଉକ୍ତ ମହିଳା ଓ ନବଜାତ ଶିଶୁକୁ ଉଦ୍ଧାର କରି ଆମ୍ବୁଲାନ୍ସ…
ଫାଶ ଖୋଲୁଥିଲା ବେଳେ ଅଘଟଣ: ବାର୍ହା ଆକ୍ରମଣରେ ବୃଦ୍ଧଙ୍କ ଚାଲିଗଲା ଜୀବନ
ବଡ଼ଗାଁ,୨୯।୧୦(ଡି.ଏନ୍.ଏ.) ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ ଛାମୁଣ୍ଡା ଗ୍ରାମର ବାର୍ହା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛାମୁଣ୍ଡା ଗ୍ରାମର ବିଶେଶ୍ୱର ନାଏକ(୬୫)। ଶନିବାର ସକାଳ ପ୍ରାୟ ସାଢ଼େ ୬ଟାରେ ବିଶେଶ୍ୱର ବିଲକୁ ଶୌଚ ହେବା ପାଇଁ…
ବିଏସ୍ଏଫ୍ ଓ ପୋଲିସ ଜବତ କଲେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ
ମାଲକାନଗିରି,୨୯।୧୦(ଡି.ଏନ୍.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅନ୍ତର୍ଗତ କୁସୁମପୁଟ ଗ୍ରାମ ନିକଟ ଜଙ୍ଗଲରୁ ପୋଲିସ ଓ ବିଏସ୍ଏଫ୍ ମିଳିତ ଭାବେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି। ତଥ୍ୟ ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ଗତ…
ଚିଲିକାରେ ଫସିଛି ଯାତ୍ରାବାହୀ ଡଙ୍ଗା
ଖୋର୍ଦ୍ଧା ଅଫିସ,୨୯।୧୦: ଚିଲିକା ମଝିରେ ଯାତ୍ରାବାହୀ ଡଙ୍ଗା ଶନିବାର ଫସିଯାଇଛି। ଯାହାଫଳରେ ୪୦ରୁ ଅଧିକ ଯାତ୍ରୀ ଚିଲିକା ମଝିରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି । ଖବର ଅନୁଯାୟୀ, ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଆସୁଥିବା ଡଙ୍ଗାରେ ଅନେକ ଯାତ୍ରୀଙ୍କ…
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘର ଘର ସର୍ଭେ
ଗଞ୍ଜାମ,୨୯।୧୦(ଡି.ଏନ୍.ଏ.): ଗତ କିଛି ଦିନ ହେବ ଗଞ୍ଜାମ ଏନ୍ଏସିରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବିନାଶ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ସହରର ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ଶନିବାର ନିର୍ବାହୀ ଅଧିକାରୀ…
ଉପନିର୍ବାଚନରେ ଗାଡ଼ି ନିୟୋଜିତ କଲେନି: ୧୪ ଗାଡ଼ି ମାଲିକଙ୍କୁ ନୋଟିସ
ଭଦ୍ରକ ଅଫିସ,୨୯।୧୦: ଧାମନଗର ଉପନିର୍ବାଚନ ପାଇଁ ଗାଡ଼ି ନିୟୋଜିତ ନ କରିବାରୁ ୧୪ ଗାଡ଼ି ମାଲିକଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଏମିତି ନୋଟିସ…
ପଞ୍ଚମ ଧିଙ୍ଗୁଆନ୍ ମହୋତ୍ସବ: ଯୋଗଦେଲେ ୨୮ ଧିଙ୍ଗୁଆନ୍ ଦଳ
ପାଟଣା,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ କୁଣ୍ଡଳା ପଞ୍ଚାୟତ ଅନ୍ତର୍ଗତ କୁଣ୍ଡଳା ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କୁଡୁମୀ ସମ୍ପ୍ରଦାୟର ଲୋକ କଳା, ସଂସ୍କୃତି ଓ କୁଡୁମାଲି ଭାଷା ସମ୍ବଳିତ ପଞ୍ଚମ ଧିଙ୍ଗୁଆନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଡୁମୀ…
ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ: ୨ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ
ରାୟଗଡ଼ା ଅଫିସ,୨୯।୧୦: ରାୟଗଡ଼ା ସହରର କପିଳାସ ରୋଡ଼ରେ ଥିବା ଏକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଶୁକ୍ରବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଳମ୍ବିତ ରାତିରେ ଘଟଣା…

