ଅଧାରେ ଅଟକିଛି ୫-ଟି ସ୍କୁଲ କାମ

ବ୍ରହ୍ମବରଦା,୬ା୧୨(ଡି.ଏନ.ଏ.):କାମରେ ଲାଗିପାରୁନି ଇ-ଲାଇବ୍ରେରୀ କି ବିଜ୍ଞାନ ପ୍ରୟୋଗ ଶାଳା ା ଅବ୍ୟବସ୍ଥା ଭିତରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଶୌଚାଳୟ ା ଉଦ୍‌ଘାଟର ୬ ମାସ ପରେ ବି ରସୁଲପୁର ବ୍ଲକ୍‌ ଅର୍ନ୍ତଗତ ବ୍ରହ୍ମବରଦା ପଞ୍ଚାୟତରରେ ଥିବା ବହୁ ପୁରାତନ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ବିକାଶ କାମ ଅଧାରେ ଅଟକିଛି ବୋଲି ଅଭିଯୋଗ ହୋଇଛି ା ସାଇକେଲ ଷ୍ଟାଣ୍ଡ କାମ ଅଧାରେ ଅଟକିଛି ା ବଗିଚାରେ ଗଛ ଲାଗିନାହିଁ ା ସ୍ମାର୍ଟ କ୍ଲାସ୍‌ରୁମ କାନ୍ଥରୁ ଛାଡ଼ିଲାଣି ପ୍ଲାଷ୍ଟର। ଛାତ୍ରୀଛାତ୍ରଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ନାହିଁ ା ସରିନାହିଁ ପାଦଚଲା ରାସ୍ତାରେ ଟାଇଲ ବିଛା କାମ ା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି ଶୌଚାଳୟ। ବିଦ୍ୟାଳୟର ପାଚେରୀ ଓ ଫାଟକ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୩ ଲକ୍ଷ ଟଙ୍କା, ଶୌଚାଳୟ ନିର୍ମାଣ ସହିତ ବଗିଚା କାମ ଏବଂ ଖେଳପଡ଼ିଆର ବିକାଶ ପାଇଁ ୧୦ଲକ୍ଷ ଟଙ୍କା, ଇ-ଲାଇବ୍ରେରୀ ପାଇଁ ୫ଲକ୍ଷ ଟଙ୍କା, ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ ନିମନ୍ତେ ଆବଶ୍ୟକ ପ୍ରଶିକ୍ଷଣ ଓ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ୧୦ଲକ୍ଷ ଟଙ୍କା, ବିଜ୍ଞାନ ଗାର ପାଇଁ ୫ଲକ୍ଷ ଟଙ୍କା, କ୍ରୀଡ଼ା ସାମଗ୍ରୀ ପାଇଁ ୨ଲକ୍ଷ ଟଙ୍କା, ବିଦ୍ୟାଳୟରେ ୨ ସ୍ମାର୍ଟ କ୍ଲାସ୍‌ ରୁମ ସହିତ ଚେୟାର ଟେବୁଲ ଏବଂ ସ୍ମାର୍ଟ କ୍ଲାସ୍‌ରୁମରେ ବ୍ୟବହୃତ ହୋଉଥିବା ପ୍ରୋଜେକ୍ଟର ପାଇଁ ୧୦ଲକ୍ଷ ଟଙ୍କାକୁ ମିଶାଇ ମୋଟ ୮୦ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ମଞ୍ଜୁର କରାଯାଇଥିଲା ା ଏହାପରେ ବି ବିଦ୍ୟାଳୟର ରୁପାନ୍ତରୀକରଣ କାମ ଅଧାପନ୍ତରିଆ ଅବସ୍ଥାରେ ଅଟକି ରହିଛି।
ସେହିପରି ପୂର୍ବରୁ ଉକ୍ତ ସ୍କୁଲରେ ୨୫ଲକ୍ଷ ଟଙ୍କା ବ୍ୟୟରେ ତିଆରି କରାଯାଇଥିବା ଆଇସିଟି ଲ୍ୟାବ୍‌ କାମରେ ଲାଗୁନି ା ଫଳରେ ଅଚଳ ହେବାକୁ ବସିଛି ଏକାଧିକ କମ୍ପ୍ୟୁଟର ା ଚଳିତ ବର୍ଷ ସମେଟିଭି-୧ ପରୀକ୍ଷା ପାଇଁ ଫାଟକ ଦୁଇ ପାର୍ଶ୍ୱରେ ବାଉଁଶ ଏବଂ କଣି ପୋତି ଅସମ୍ପୂର୍ଣ୍ଣ ପାଚେରୀକୁ ଆବଦ୍ଧ କରାଯାଇଛି । ବିଜ୍ଞାନ ପ୍ରୟୋଗଶାଳାକୁ ପାଣି ପାଇପ ସଂଯୋଗ ହୋଇନି ା ଡ୍ରେନେଜ ବ୍ୟବସ୍ଥା କାମ ସରିନାହିଁ ା ବିଜ୍ଞାନଗାରରେ ପଡ଼ିରହିଛି ପେଟି ଭିତରେ ବିଜ୍ଞାନ ଉପକରଣ ା ଇ- ଲାଇବ୍ରେରୀରେ ଟେବୁଲ ଉପରେ ରହିଛି ବହୁ ପୁସ୍ତକ ା ଏଥିରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି କି ଏସବୁ ଛାତ୍ରୀଛାତ୍ରଙ୍କ କାମରେ ଲାଗିପାରୁନାହିଁ।
ସ୍କୁଲରେ ମୋଟ ୫୧୪ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା ଆବଶ୍ୟକ ଅନୁଯାୟୀ କମ୍‌ ରହିଛି ା ଟିଜିଟି ସାଇନ୍ସରେ ୩ ଶିକ୍ଷକ,ଟିଜିଟି ଆର୍‌ସ୍‌ରେ ୩ ଶିକ୍ଷକ,ହିନ୍ଦି ଶିକ୍ଷକ ୧, ସଂସ୍କୃତ ଶିକ୍ଷକ ୧, ଉର୍ଦ୍ଦୁ ଶିକ୍ଷକ ୧, ଖେଳ ଶିକ୍ଷକ ୧ ନାହାନ୍ତି ା ଟିଜିଟି ଆର୍‌ସ୍‌ରେ ଶିକ୍ଷକ ସଂଖ୍ୟା ଶୁନ୍ୟ ରହିଛି ା ଏଣୁ ଛାତ୍ରୀଛାତ୍ରଙ୍କୁ ଇଂଲିଶ, ସାହିତ୍ୟ, ଇତିହାସ ଏବଂ ଭୁଗୋଳ ପାଠ ପଢାଇବା ପାଇଁ କୌଣସି ଶିକ୍ଷକ ନାହାନ୍ତି ା ସରକାରଙ୍କ ଶିକ୍ଷାନୀତି ଅନୁସାରେ ୬୦ପିଲାଙ୍କୁ ୧ ଶ୍ରେଣୀ ଆବଶ୍ୟକ ରହିବା ସ୍ଥଳେ ଏଠି କିନ୍ତୁ ୧୧୫ ପିଲାଙ୍କୁ ନେଇ ଗୋଟିଏ ଶ୍ରେଣୀ ଚାଲିଛି ା ନବମ ଶ୍ରେଣୀରେ ୧୧୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏବଂ ଦଶମ ଶ୍ରେଣୀରେ ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ଏଥିପାଇଁ ବିଦ୍ୟାଳୟରେ ପାଠ ପଢାର ମାନ ହ୍ରାସ ପାଉଥିବା ଅଭିଭାବମାନେ ଅଭିଯୋଗ କରିଛନ୍ତି ା ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?