ରସୁଲପୁର ବ୍ଲକରେ ବ୍ୟାପୁଛି ଗୋ ଚର୍ମ ବିଣ୍ଡି ରୋଗ

ରସୁଲପୁର,୮ା୧୨(ଡି.ଏନ.ଏ.):ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗୋ-ଚର୍ମ ବିଣ୍ଡି(ଲମ୍ଫି) ରୋଗ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଯାଜପୁର ଜିଲା ରସୁଲପୁର ବ୍ଲକରେ ସେପ୍ଟେମ୍ବରରୁ ଲମ୍ଫି ରୋଗ ବଢିବାରେ ଲାଗିଛି ା ଏହି ରୋଗରେ ବହୁ ଗାଈ ବାଛୁରୀଙ୍କ ମୃତ୍ୟୁ ଘଟି ସାରିଲାଣି ା ଏ ଦିଗରେ ବ୍ଲକ ପ୍ରାଣୀ ଚିକିତ୍ସା ବିଭାଗ ବହୁ ବିଳମ୍ବରେ ଚେତିଛି ା ରୋଗ ବ୍ୟାପିବାର ୨ମାସ ପରେ ଟିକାକରଣ ଆରମ୍ଭ ହୋଇଛି ା ଫଳରେ ବହୁ ଗାଈ ବାଛୁରୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ା ଇତିମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ଶତାଧିକ ଗାଈ ବାଛୁରୀଙ୍କ ମୃତ୍ୟୁ ଘଟି ସାରିଥିବା ଅଭିଯୋଗ ହେଉଛି ା ପ୍ରତିଶୋଧକ ପାଇଁ ଟିକାକରଣ କରାଯାଉଛି ା ଏହି କାମରେ ପ୍ରାଣୀ ନିରୀକ୍ଷକମାନେ ନିୟୋଜିତ ହୋଇଛନ୍ତି ା ଜଣେ ପ୍ରାଣୀ ନିରୀକ୍ଷଙ୍କ ଉପରେ ୧୫ରୁ ଉର୍ଦ୍ଧ୍ୱ ଗାଁରେ ଟୀକାକରଣ ଦାୟିତ୍ୱ ଦିଆଯାଇଛି ା ଫଳରେ ଟିକାକରଣ କାମ ଅତି ମନ୍ଥର ଗତିରେ ଚାଲିଛି ା ତେବେ ପ୍ରଥମ ପର୍ଯ୍ୟାୟରେ ବ୍ଲକ ଅଞ୍ଚଳରେ ୧୦ହଜାର ଗାଈଗୋରୁଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ା ବ୍ଲକ ଅଞ୍ଚଳରେ ୨୦ହଜାରରୁ ଊର୍ଦ୍ଧ୍ୱ ଗାଈଗୋରୁ ଥିବା ବେଳେ ଆରମ୍ଭରୁ ବାଛୁରୀମାନଙ୍କୁ ଟିକାକରଣରେ ସାମିଲ କରାଯାଇଛି ବୋଲି ବ୍ଲକ ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ା
ଲମ୍ଫି ରୋଗର ଅନ୍ୟ ନାମ ଚର୍ମବିଣ୍ଡି। କେତେଜଣ ଏହାକୁ ଗୋ-ବସନ୍ତ ବୋଲି କହୁଛନ୍ତି ା ଏହି ରୋଗ ରାଜ୍ୟର ସୀମାନ୍ତ ଅଞ୍ଚଳ ପଶ୍ଚିମବଙ୍ଗରୁ ଆମ ରାଜ୍ୟକୁ ବ୍ୟାପୁଛି। ଉକ୍ତ ରୋଗରେ ପ୍ରଥମେ ସୀମାବର୍ତ୍ତୀ ଜିଲା ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ଗାଈଗୋରୁଙ୍କଠାରେ ଦେଖାଦେଇଥିଲା ା ଏହା ଏକ ବାୟୁବାହିତ ଓ ଭୁତାଣୁ ଜନିତ ରୋଗ ା ମଶା, ମାଛି, ଡାଆଁସ ଦ୍ୱାରା ବ୍ୟାପୁଥିବାରୁ କ୍ରମଶଃ ଯାଜପୁର ଜିଲାକୁ ପ୍ରଭାବିତ କରି ସାରିଛି ା ଏହି ରୋଗକୁ ନେଇ ପୂର୍ବରୁ ଯାଜପୁର ଜିଲାରେ ଆଗୁଆ ଟିକାକରଣ ଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲେ ବୋଧହୁଏ ଏହି ରୋଗରୁ ଗାଈଗୋରୁମାନଙ୍କୁ ରକ୍ଷା କରାଯାଇ ପାରିଥାଆନ୍ତା ବୋଲି ଗୋପାଳକମାନେ ମତ ରଖିଛନ୍ତି ା ଯେଉଁ ଗୋରୁମାନଙ୍କଠାରେ ରୋଗ ପ୍ରତିଶୋଧକ ଶକ୍ତି କମ୍‌ ରହୁଛି ା ସେହି ଗୋରୁମାନଙ୍କୁ ଲମ୍ଫି ରୋଗ ବିଶେଷ ଭାବେ ଆକ୍ରାନ୍ତ କରୁଛି ା ଏହି ରୋଗ ସାଧାରଣତଃ ବାଛୁରୀ ଓ ଗର୍ଭବତୀ ଗାଈମାନଙ୍କୁ ପ୍ରଭାବିତ କରୁଛି ା ରୋଗରେ ଆକ୍ରାନ୍ତ ପ୍ରାଣୀମାନଙ୍କ ଚର୍ମରେ ବିଣ୍ଡି ଭଳି ଗଣ୍ଠି ସ୍‌ୃଷ୍ଟି ହେଉଛି ା ସେହି ଗଣ୍ଠି ଫାଟି ରକ୍ତ ଝରୁଥିବା ଲକ୍ଷ୍ୟ କରାଯାଉଛି ା ଏହି ରୋଗରେ ଆକ୍ରାନ୍ତ ପଶୁମାନଙ୍କ ପାଟିରୁ ନାଳ ଗଡୁଛି, ଖାଇବା ଛାଡି ଦେଉଛନ୍ତି, ଘୁମାଇବା ସ୍ଥିତି ଦେଖାଯାଉଛି ା ଏ ଭଳି ସ୍ଥିତି ଲାଗି ରହିବାର ୩ରୁ ୪ଦିନ ପରେ ଆକ୍ରାନ୍ତ ଗୋରୁର ମୃତ୍ୟୁ ଘଟୁଛି ା ତେବେ ଆବଶ୍ୟକ ଔଷଧ ସେବନ କରାଗଲେ ଆକ୍ରାନ୍ତ ପଶୁମାନେ ସପ୍ତାହକ ପରେ ସୁସ୍ଥ ହୋଇ ଯାଉଥିବା ପ୍ରାଣୀଧନ ଚିକିତ୍ସକମାନେ କହିଛନ୍ତି ା ଅର୍ଥାତ୍‌ ରୋଗ ପ୍ରତିଶେଧକ ଶକ୍ତି ଅଧିକ ଥିବା ଗାଈ ବାଛୁରୀ ଏହି ରୋଗରେ ଆକ୍ରାନ୍ତ ହେଲେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ବୋଲି ମତ ପ୍ରକାଶ ପାଇଛି ା ଏହି ସମୟରେ ଗୋ-ପାଳକମାନେ ସେମାନଙ୍କ ଗାଈଗୋରୁଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ଦେବାକୁ ଗୋପାଳକମାନଙ୍କୁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି ା ଏହାଛଡା ହଳଦୀ ଓ ଲିମ୍ବପତ୍ରକୁ ଆକ୍ରାନ୍ତ ଗୋରୁମାନଙ୍କ ଚର୍ମରେ ଲେପନ କରିବାକୁ କୁହାଯାଉଛି ା ଏଭଳି ହେଲେ ସେମାନଙ୍କ ଶରୀରରେ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ଘଟିବ ା ଗୋରୁମାନେ ଏହି ରୋଗରେ ଆକ୍ରାନ୍ତ ହେଲେ ବି ବିପଦରୁ ମୁକୁଳି ପାରିବ ବୋଲି ଆଶା କରାଯାଉଛି ା ଏ ସଂକ୍ରାନ୍ତରେ ରସୁଲପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ସୁବ୍ରତ କୁମାର ନାୟକଙ୍କୁ ପଚାରିବାରୁ ଲମ୍ଫି ରୋଗ ପାଇଁ ଟିକା ବାହାରି ନାହିଁ ା ଛେଳିମାନଙ୍କ ଦେହରେ ଦେଖାଦେଉଥିବା ଗୋଟ ପକ୍ସ ଭାକ୍ସିନକୁ ଗୋରୁମାନଙ୍କୁ ପ୍ରଦାନ କରାଯାଉଛି ା ଏହା ଗୋରୁମାନଙ୍କ ଦେହରେ ପ୍ରଭାବୀ ହୋଇପାରୁଥିବା ଦେଖାଯାଉଛି ା ଏହି ରୋଗ ପାଇଁ ଟିକାକରଣ ଚାଲିଛି ା ଆବଶ୍ୟକ ମୁତାବକ ପ୍ରାଣୀ ନିରୀକ୍ଷକ ନ ଥିବାରୁ ଟିକାକରଣରେ ବିଳମ୍ବ ହେଉଛି ା ପ୍ରଥମ ପର୍ଯ୍ୟାୟରେ ବ୍ଲକ ଅଞ୍ଚଳରେ ୧୦ହଜାର ଗୋରୁଙ୍କୁ ଟିକା ଦିଆଯିବ ା ୨୫ନଭେମ୍ବରରୁ ଟିକାକରଣ ଆରମ୍ଭ ହୋଇଛି ା ଇତିମଧ୍ୟରେ ୫ହଜାରରୁ ଊର୍ଦ୍ଧ୍ୱ ଗୋରୁଙ୍କୁ ଟିକା ଦିଆସରିଲାଣି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?