ଅଲୋଡ଼ା ହୋଇଛି ବୌଦ୍ଧପୀଠ ଲାଙ୍ଗୁଡି

ଯାଜପୁର ଅଫିସ/ କାଏମା(ଡି.ଏନ.ଏ.),୬ା୧୨:ପୌରାଣିକ ଏବଂ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ରାଜ୍ୟ ଏବଂ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। କିନ୍ତୁ ଜିଲାର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ଅବହେଳିତ ଅବସ୍ଥାରେ ପଡ଼ିରହିଥିବାରୁ ପର୍ଯ୍ୟଟକ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି। ବିଶେଷକରି ଜିଲାର ବୌଦ୍ଧ କୀର୍ତ୍ତିରାଜିଗୁଡ଼ିକ ଉପରେ ପର୍ଯ୍ୟଟନ ବିଭାଗର ଉଦାସୀନତା ମନୋଭାବ ପର୍ଯ୍ୟଟକମାନଙ୍କୁ ବ୍ୟଥିତ କରୁଥିବା ମତପ୍ରକାଶ ପାଇଛି। ସେଥିମଧ୍ୟରୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ଓ ପାଟପୁର ପଞ୍ଚାୟତର ମଧ୍ୟ ଭାଗରେ ଥିବା ଲାଙ୍ଗୁଡି ପାହାଡ଼ର ବୌଦ୍ଧ ପୀଠକୁ ଉଦାହରଣ ଭାବେ ନିଆଯାଇପାରେ। ଯାଜପୁର ସହର ଓ ଏହାର ଆଖପାଖ ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉପଯୁକ୍ତ ଅଗ୍ରଗତି ଉପରେ ରହିଥିବା ଯେଉଁ ଇଚ୍ଛାଶକ୍ତି ଜିଲାର ଅନ୍ୟ କେଉଁଠି ଦେଖିବାକୁ ମିଳୁନାହିଁ ବୋଲି ଅଭିଯୋଗ ହେଉଛି।
ଯାଜପୁର ଜିଲାର ଏକାଧିକ ବୌଦ୍ଧପୀଠର ଇତିହାସ ଓ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ପ୍ରକୃତିକୋଳରେ ହସୁଥିବା ବୌଦ୍ଧପୀଠ ଉଦୟଗିରି, ରତ୍ନଗିରି, ଓଳାଶୁଣୀ, ଲାଙ୍ଗୁଡି, ମହାବିନାୟକ, ଚଣ୍ଡିଖୋଲ, ଅଶୋକଝର, ଗୋକର୍ଣ୍ଣିକା, ଛତିଆ, କୁରଂସା, ସତ୍ୟପୀର୍‌, ସିଂହାପୁର, ବରୁଣେଶ୍ୱରପୀଠ ଓ ପଥରାଜପୁର ଏବେ ଲୋକାରଣ୍ୟ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଲାଙ୍ଗୁଡିପାହାଡର ବଦ୍ଧପୀଠ ଭୂତକୋଠି ପାଲଟିଛି। ଏଠାରେ ଥିବା ଅବ୍ୟବହୃତ ଗୃହଗୁଡ଼ିକ ଶ୍ରୀହୀନ ହୋଇରହିଛି। ଖଣ୍ଡ ଖଣ୍ଡ ମାର୍ବଲ, ଗ୍ରାନାଇଟ ଓ ଅନାବନା ଗଛରେ ହଜିଯାଇଛି ଏହି ପ୍ରସିଦ୍ଧ ବଦ୍ଧପୀଠ। ବିପୁଳ ଅର୍ଥରେ ନିର୍ମିତ ଷ୍ଟଡି ସେଣ୍ଟର, ରୋଷେଇ ଘର, ଡାଇନିଂ ଓ ପାନ୍ଥଶାଳା ଇତ୍ୟାଦି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
୨୦୧୪ରେ ଏହାକୁ ପର୍ଯ୍ୟଟନସ୍ଥଳୀ ରୂପେ ମାନ୍ୟତା ମିଳିଥିଲା। ସମୟ ଥିଲା ଦେଶବିଦେଶର ବୌଦ୍ଧ ଧର୍ମାବଲମ୍ବୀ ଓ ଗବେଷକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଲାଙ୍ଗୁଡି ବୌଦ୍ଧ ବିହାର ପ୍ରାୟ ଅଢେଇ ହଜାର ବର୍ଷର ଇତିହାସ ବହନ କରୁଥିବା କୁହାଯାଏ। ଏହାର ଚାରି ପାର୍ଶ୍ୱରେ ଥିବା ପଥରରେ ଅନେକ ଗାତ ଥିବା ଦେଖିବାକୁ ମିଳେ। ଏଣୁ କେବଳ ବୌଦ୍ଧ ସନ୍ନ୍ୟାସୀ ନୁହେଁ, ବହୁ ବର୍ଷ ପୂର୍ବରୁ ଏଠାରେ ଋଷିମୁନିମାନେ ରହି ତପସ୍ୟା କରୁଥିଲେ ବୋଲି ଅନୁମାନ କରାଯାଏ। ଏଠାରୁ ମିଳିଥିବା ଭଗ୍ନାବଶେଷରୁ ବୌଦ୍ଧ ମୂର୍ତ୍ତିଗୁଡ଼ିକ ବ୍ରଜଜନାପନ୍ଥୀର ବୋଲି ଗବେଷଣାରୁ ଜଣାଯାଏ ବୋଲି ଗବେଷକମାନେ ମତ ଦିଅନ୍ତି। ଏହାର ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ଏହାକୁ ସଂଗ୍ରହାଳୟ, ବୌଦ୍ଧ ଶିକ୍ଷାକେନ୍ଦ୍ର ଓ ପାନ୍ଥଶାଳା କରିବା ପାଇଁ ପରିକଳ୍ପନା କରିଥିଲେ। ଓଟିଡିସି ପକ୍ଷରୁ ୨୦୦୮ରେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ବୌଦ୍ଧ ଶିକ୍ଷାକେନ୍ଦ୍ର କରାଯାଇଥିଲା। କିନ୍ତୁ କେତେଜଣ ଅସାମାଜିକଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଏହି ଉଦ୍ଦେଶ୍ୟ ପରାହତ ହୋଇଛି। ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଲାଙ୍ଗୁଡି ପାହାଡ଼ର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଓଟିଡିସିକୁ ଦାୟିତ୍ୱ ମିଳିଛି ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?