ଅଲୋଡ଼ା ହୋଇଛି ବୌଦ୍ଧପୀଠ ଲାଙ୍ଗୁଡି

ଯାଜପୁର ଅଫିସ/ କାଏମା(ଡି.ଏନ.ଏ.),୬ା୧୨:ପୌରାଣିକ ଏବଂ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ରାଜ୍ୟ ଏବଂ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। କିନ୍ତୁ ଜିଲାର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ଅବହେଳିତ ଅବସ୍ଥାରେ ପଡ଼ିରହିଥିବାରୁ ପର୍ଯ୍ୟଟକ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି। ବିଶେଷକରି ଜିଲାର ବୌଦ୍ଧ କୀର୍ତ୍ତିରାଜିଗୁଡ଼ିକ ଉପରେ ପର୍ଯ୍ୟଟନ ବିଭାଗର ଉଦାସୀନତା ମନୋଭାବ ପର୍ଯ୍ୟଟକମାନଙ୍କୁ ବ୍ୟଥିତ କରୁଥିବା ମତପ୍ରକାଶ ପାଇଛି। ସେଥିମଧ୍ୟରୁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ଓ ପାଟପୁର ପଞ୍ଚାୟତର ମଧ୍ୟ ଭାଗରେ ଥିବା ଲାଙ୍ଗୁଡି ପାହାଡ଼ର ବୌଦ୍ଧ ପୀଠକୁ ଉଦାହରଣ ଭାବେ ନିଆଯାଇପାରେ। ଯାଜପୁର ସହର ଓ ଏହାର ଆଖପାଖ ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉପଯୁକ୍ତ ଅଗ୍ରଗତି ଉପରେ ରହିଥିବା ଯେଉଁ ଇଚ୍ଛାଶକ୍ତି ଜିଲାର ଅନ୍ୟ କେଉଁଠି ଦେଖିବାକୁ ମିଳୁନାହିଁ ବୋଲି ଅଭିଯୋଗ ହେଉଛି।
ଯାଜପୁର ଜିଲାର ଏକାଧିକ ବୌଦ୍ଧପୀଠର ଇତିହାସ ଓ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। ପ୍ରକୃତିକୋଳରେ ହସୁଥିବା ବୌଦ୍ଧପୀଠ ଉଦୟଗିରି, ରତ୍ନଗିରି, ଓଳାଶୁଣୀ, ଲାଙ୍ଗୁଡି, ମହାବିନାୟକ, ଚଣ୍ଡିଖୋଲ, ଅଶୋକଝର, ଗୋକର୍ଣ୍ଣିକା, ଛତିଆ, କୁରଂସା, ସତ୍ୟପୀର୍‌, ସିଂହାପୁର, ବରୁଣେଶ୍ୱରପୀଠ ଓ ପଥରାଜପୁର ଏବେ ଲୋକାରଣ୍ୟ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଲାଙ୍ଗୁଡିପାହାଡର ବଦ୍ଧପୀଠ ଭୂତକୋଠି ପାଲଟିଛି। ଏଠାରେ ଥିବା ଅବ୍ୟବହୃତ ଗୃହଗୁଡ଼ିକ ଶ୍ରୀହୀନ ହୋଇରହିଛି। ଖଣ୍ଡ ଖଣ୍ଡ ମାର୍ବଲ, ଗ୍ରାନାଇଟ ଓ ଅନାବନା ଗଛରେ ହଜିଯାଇଛି ଏହି ପ୍ରସିଦ୍ଧ ବଦ୍ଧପୀଠ। ବିପୁଳ ଅର୍ଥରେ ନିର୍ମିତ ଷ୍ଟଡି ସେଣ୍ଟର, ରୋଷେଇ ଘର, ଡାଇନିଂ ଓ ପାନ୍ଥଶାଳା ଇତ୍ୟାଦି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
୨୦୧୪ରେ ଏହାକୁ ପର୍ଯ୍ୟଟନସ୍ଥଳୀ ରୂପେ ମାନ୍ୟତା ମିଳିଥିଲା। ସମୟ ଥିଲା ଦେଶବିଦେଶର ବୌଦ୍ଧ ଧର୍ମାବଲମ୍ବୀ ଓ ଗବେଷକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଲାଙ୍ଗୁଡି ବୌଦ୍ଧ ବିହାର ପ୍ରାୟ ଅଢେଇ ହଜାର ବର୍ଷର ଇତିହାସ ବହନ କରୁଥିବା କୁହାଯାଏ। ଏହାର ଚାରି ପାର୍ଶ୍ୱରେ ଥିବା ପଥରରେ ଅନେକ ଗାତ ଥିବା ଦେଖିବାକୁ ମିଳେ। ଏଣୁ କେବଳ ବୌଦ୍ଧ ସନ୍ନ୍ୟାସୀ ନୁହେଁ, ବହୁ ବର୍ଷ ପୂର୍ବରୁ ଏଠାରେ ଋଷିମୁନିମାନେ ରହି ତପସ୍ୟା କରୁଥିଲେ ବୋଲି ଅନୁମାନ କରାଯାଏ। ଏଠାରୁ ମିଳିଥିବା ଭଗ୍ନାବଶେଷରୁ ବୌଦ୍ଧ ମୂର୍ତ୍ତିଗୁଡ଼ିକ ବ୍ରଜଜନାପନ୍ଥୀର ବୋଲି ଗବେଷଣାରୁ ଜଣାଯାଏ ବୋଲି ଗବେଷକମାନେ ମତ ଦିଅନ୍ତି। ଏହାର ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ଏହାକୁ ସଂଗ୍ରହାଳୟ, ବୌଦ୍ଧ ଶିକ୍ଷାକେନ୍ଦ୍ର ଓ ପାନ୍ଥଶାଳା କରିବା ପାଇଁ ପରିକଳ୍ପନା କରିଥିଲେ। ଓଟିଡିସି ପକ୍ଷରୁ ୨୦୦୮ରେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ବୌଦ୍ଧ ଶିକ୍ଷାକେନ୍ଦ୍ର କରାଯାଇଥିଲା। କିନ୍ତୁ କେତେଜଣ ଅସାମାଜିକଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଏହି ଉଦ୍ଦେଶ୍ୟ ପରାହତ ହୋଇଛି। ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଲାଙ୍ଗୁଡି ପାହାଡ଼ର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଓଟିଡିସିକୁ ଦାୟିତ୍ୱ ମିଳିଛି ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବକେୟା ଦରମା ଦାବିରେ ମେଡିକାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋରାପୁଟ,୨୦।୯(ସ୍ବ.ପ୍ର.): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ନିୟୋଜିତ ସୁରକ୍ଷାକର୍ମୀ, ଝାଡ଼ୁଦାର ଓ ସହାୟକମାନେ ସେମାନଙ୍କ ବକେୟା ଦରମା ପ୍ରଦାନ ଦାବି...

ଦୁଇ ପୃଥକ ଦୁର୍ଘଟଣାରେ ଜଣେ ମୃତ, ନାବାଳିକା ଗୁରୁତର; ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ

ଓଡ଼ଗାଁ,୧୦ା୩(ସ୍ବ.ପ୍ର.)- ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରବିଗାଡିଆ ଓ ନନ୍ଦିଘୋରଠାରେ ଦୁଇ ପୃଥକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ...

ରାଶନ ସାମଗ୍ରୀ ପ୍ରଦାନରେ ଅନିୟମିତତା ଅଭିଯୋଗ

ରସୁଲପୁର, ୫।୬ (ଡି.ଏନ୍‌.ଏ.)-କରୋନା ପାଇଁ ରାଶନକାର୍ଡଧାରୀଙ୍କୁ ୯୦ ଦିନର ରାଶନ ଆଗୁଆ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ...

କୋର୍ଟରେ ଗଡୁଛି ୨୧ ହଜାର ମାମଲା

କେନ୍ଦ୍ରାପଡ଼ା ଅଫିସ,୫।୭: କରୋନା କେନ୍ଦ୍ରାପଡ଼ା ଜିଲାବାସୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି। ପ୍ରାୟ ଦେଢ଼ବର୍ଷ ଧରି ପ୍ରବାସୀ ଜିଲାକୁ ଫେରି କର୍ମନିଯୁକ୍ତି ସମସ୍ୟାରେ...

ଓଡ଼ିଶା ଫେରିବ ଡାକୋଟା ବିମାନ

ପୁରୀ ଅଫିସ,୧୭।୧୨: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସହ ଜଡ଼ିତ ଡାକୋଟା ବିମାନ ଓଡ଼ିଶା ଫେରିବା ସମ୍ଭାବନା ସୃଷ୍ଟି ହୋଇଛି। ଏହି ବିମାନକୁ ଓଡ଼ିଶାକୁ...

ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତା, ଘରେ ପଶିଲା ବର୍ଷାଜଳ

ବ୍ରହ୍ମପୁର ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ବେହାଲ ହୋଇପଡ଼ିଛି ବ୍ରହ୍ମପୁର।...

ବିଜେଡି ଦଖଲରେ ପଦ୍ମପୁର ‘କ’ ଜିଲାପରିଷଦ ଜୋନ

ପଦ୍ମପୁର, ୨୭।୨(ଡି.ଏନ୍‌.ଏ.): ରାୟଗଡା ଜିଲା ପଦ୍ମପୁର ବ୍ଲକର ‘କ’ ଜୋନ୍‌ରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଡର୍‌ଗିନ୍‌ ଶବର ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ...

ଉଦାସୀନତା, ଅବହେଳାକୁ ନିନ୍ଦା

ଅନୁଗୋଳ ଅଫିସ, ୧୩ା୧୨: ଅନୁଗୋଳ ଜିଲାର ଦୀର୍ଘଦିନର ଦାବି ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେଶାଲିଟି ହସ୍ପିଟାଲରେ ପରିଣତ...

Advertisement
Archives

Model This Week